ଦିଆସିଲି କାଠିରେ ୩ ଇଞ୍ଚର ତିନି ରଥ

ଖୋର୍ଦ୍ଧା ଅଫିସ,୨୩।୬: ଦିଆସିଲି କାଠିରେ ୩ ଇଞ୍ଚର ତିନି ରଥ ନିର୍ମାଣ କରି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗୋପୀନାଥପୁରର ଏଲ.ଇଶ୍ୱର ରାଓ ଲୋକଙ୍କ ମନ ଜିଣିପାରିଛନ୍ତି। ୩୫୦ ଦିଆସିଲି କାଠିରେ ୩ ଇଞ୍ଚର ରଥ ନିର୍ମାଣ ହୋଇଥିବା ବେଳେ ନନ୍ଦିଘୋଷ, ତାଳଧ୍ୱେଜ ଏବଂ ଦର୍ପଦଳଣରେ ତେନ୍ତୁଳି ମଞ୍ଜି ନିର୍ମିତ ଚତୁର୍ଦ୍ଧା ବିଗ୍ରହ ବିଜେ କରିଛନ୍ତି। ତିନି ରଥରେ ଏହି ମଞ୍ଜି ଦ୍ୱାରା ପ୍ରସ୍ତୁତ ଚକ ଲାଗିଛି। ତିନି ରଥ ଦେଖିବାକୁ ଶ୍ରୀକ୍ଷେତ୍ରର ଅବିକଳ ରଥ ପରି। ଏହି ରଥକୁ ଟାଣିବା ଲାଗି ବ୍ୟବସ୍ଥା ମଧ୍ୟ କରିଛି। ରଥରେ ଦୌଡି ମଧ୍ୟ ଲଗାଯାଇଛି। ଗୋପୀନାଥପୁର ରାସ୍ତାରେ ମଙ୍ଗଳବାର ଏହି ରଥ ଗଡ଼ିବ ବୋଲି ଇଶ୍ୱର ଆଶା ରଖିଛନ୍ତି। ଇଶ୍ୱରଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ଥରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଯାଇଥାଏ। କରୋନା ଯୋଗୁ ୩ ମାସ ହେବ ମହାପ୍ରଭୁଙ୍କ ଦର୍ଶନ ମିଳିପାରି ନାହିଁ। ଗତ ୧୮ତାରିଖରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି। ରଥରେ ପ୍ରଭୁଙ୍କୁ ଦେଖିବାର ଲାଲସା ମୋର ଦିନକୁ ଦିନ ବୃଦ୍ଧି ପାଇଥିଲା। ତେଣୁ ମନକୁ ବୁଝାଇବା ଲାଗି ଦିଆସିଲି କାଠିରେ ରଥ ନିର୍ମାଣ କରିବାକୁ ମନସ୍ଥ କରି କାମ ଆରମ୍ଭ କରିଥିଲି। ଏହି ରଥ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ତାଙ୍କର ଏହି କଳାକୃତିକୁ ଲୋକେ ବେଶ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଟ୍‌ଡାଉନ୍‌ରେ ଲୋକଙ୍କୁ ମିଳିପାରି ଲାନି ଅତ୍ୟାବଶ୍ୟକ ସାମଗ୍ରୀ : ୨ ନିଷିଦ୍ଧା ଅଂଚଳରୁ ଆସିଛି ୬ ଫୋନ୍ କଲ୍‌

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲ ଓ ସୂର୍ଯ୍ୟନଗରରୁ ୧୧ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଭୟ ଅଞ୍ଚଳକୁ ସିଲ୍ କରିବା ସହ...

ଆସୁଛି ‘ୟାସ’: ବେଶି ପ୍ରଭାବିତ ହେବ ଜଗତସିଂହପୁର-କେନ୍ଦ୍ରାପଡ଼ା-ଭଦ୍ରକ-ବାଲେଶ୍ୱର-ମୟୂରଭଞ୍ଜ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ୟାସ’ରେ ପରିଣତ ହେବାକୁ ଯାଉଛି। ଏହା ରବିବାର ଅବପାତରେ ପରିଣତ ହୋଇସାରିଛି। ସୋମବାର ସକାଳ ସୁଦ୍ଧା...

କ୍ୟାବିନେଟ ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ)-ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ...

ହର୍ପିସ ଭୂତାଣୁର ଅନୁଧ୍ୟାନ ପାଇଁ ନନ୍ଦନକାନନ ଆସିବେ କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୩ା୯(ଡି.ଏନ.ଏ) : ନନ୍ଦନକାନନରେ ହର୍ପିସ ଭାଇରସ ଯୋଗୁ ୪ଟି ହାତୀଙ୍କର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ନାନା ଚିନ୍ତା ବଢ଼ାଇଛି। ଏହି ଘଟଣା ଏବେ ରାଜ୍ୟରେ...

ଆଜିଠୁ ଖସିବ ପାରଦ

ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ...

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫...

ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ

ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର...

ପରିବା ବ୍ୟାଗରେ ବୁହା ହେଲା ଯୁକ୍ତ ୨ ଉତ୍ତରଖାତା

ଉଦଳା,୭ା୩(ଡ଼ି.ଏନ୍‌.ଏ.)- ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ...

Advertisement
Archives

Model This Week