ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର

ଅନୁଗୋଳ ଅଫିସ୍‌, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜିଲାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧ ଯୋଡ଼ା କନ୍ୟା ବର ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ସଂସ୍ଥାର କର୍ମକର୍ତ୍ତାମାନେ ସହଯୋଗ କରିବା ସହ ଉପସ୍ଥିତ ରହି ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ।
ଶାନ୍ତିକୁଞ୍ଜ ହରିଦ୍ୱାର ଗାୟତ୍ରୀ ପରିବାର ପଣ୍ଡିତମାନଙ୍କ ଦ୍ୱାରା ବୈଦିକ ରୀତିରେ ଏହି ସାମୂହିକ ଆଦର୍ଶ ବିବାହ ସମ୍ପନ୍ନ ହୋଇଥିଲା। ସମସ୍ତ ନବଦମ୍ପତିଙ୍କୁ ବିଦାୟ ବେଳେ ଆୟୋଜକଙ୍କ ପକ୍ଷରୁ ନିତ୍ୟ ବ୍ୟବହାର ଉପକରଣ ପ୍ରଦାନ କରାଯାଇଥିଲା। କନ୍ୟା ଓ ବରଯାତ୍ରୀଙ୍କୁ ପ୍ରୀତି ଭୋଜନ ପ୍ରଦାନ କରାଯାଇଥିଲା। ବିବାହର ବର୍ଷକ ପର୍ଯ୍ୟନ୍ତ ସେମାନଙ୍କ ସଂସାର ଓ ଆର୍ଥିକ ପରିସ୍ଥିତି ଉପରେ ନଜର ରଖାଯିବ। କିଛି ସମସ୍ୟା ଉପୁଜିଲେ ସେମାନଙ୍କୁ କାର୍ଯ୍ୟରେ ଥଇଥାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏଥିସହ ନବଦମ୍ପତିଙ୍କୁ ଶ୍ରମ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଗତବର୍ଷ ସାମୂହିକ ବିବାହରେ ଦାମ୍ପତି ସାଜିଥିବା କେତେକ ଯୋଡ଼ି ଏହି ବିବାହରେ ଅତିଥି ହୋଇ ଆସିଥିଲେ। ପରେ ନବ ବିବାହିତ ୩୧ ଯୋଡ଼ାଙ୍କୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ସଭାପତି ଜିତେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଭାଜପା ଜିଲା ସଭାପତି ଦୀଲେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଅନୁଗୋଳ ପାଇଁ ସ୍ମରଣୀୟ ବୋଲି କହିଥିଲେ। ଦୁଇ ମାସ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ବିବାହ ସମିତିର ଉପାଧ୍ୟକ୍ଷ ପୁରୁଷୋତ୍ତମ ଅଗ୍ରୱାଲ ସୂଚନା ଦେଇଛନ୍ତି। ଆୟୋଜକଙ୍କ ସହ ଯୋଗଗୁରୁ ଅଭୟ ରାୟ, ରାମକୃଷ୍ଣ ତ୍ରିପାଠୀ, ବସନ୍ତ ନାଥ ଓ କନ୍ୟା-ବରମାନଙ୍କ ମାତାପିତା ଉପସ୍ଥିତ ଥିଲେ। ବେଦିରେ ସରଞ୍ଜାମ ଓ ସାଜସଜ୍ଜା ମାତୃଶକ୍ତି ଗୋ-ସେବା ସମିତିର ସଦସ୍ୟାମାନେ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର୍‌ ମାଓବାଦୀ ପ୍ରଭୁ

ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍‌ ମାଓବାଦୀ…

ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR)…

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri