ଦାବି ପୂରଣ ପାଇଁ ଆନ୍ଦୋଳନ, ଲୋୟର ପିଏମ୍‌ଜି ଚଳଚଞ୍ଚଳ

ଭୁବନେଶ୍ୱର, ୧୮।୨ (ବ୍ୟୁରୋ): ୩ମାସ ପରେ ପୁଣି ଚଳଚଞ୍ଚଳ ହୋଇଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ। ଗାନ୍ଧୀ ମାର୍ଗରେ ପୋଲିସ ଡେରା ପକାଇ ସ୍ଥିତି ଉପରେ ନଜର ରଖିଛି। ବିଧାନସଭାରେ ବଜେଟ୍‌ ଅଧିବେଶନ ଜାରି ରହିଥିବାବେଳେ ଦାବି ପୂରଣ ଆଶା ରଖି ବିଭିନ୍ନ ସଂଘ ଓ ସଙ୍ଗଠନ ପକ୍ଷରୁ ଧାରଣା, ବିକ୍ଷୋଭ ଓ ଶୋଭାଯାତ୍ରା ଚାଲିଛି। ସୋମବାର ୫ ସଙ୍ଗଠନର ନାରାବାଜିରେ ଲୋୟର ପିଏମ୍‌ଜି ରାସ୍ତା ଫାଟିପଡ଼ୁଥିଲା। ଆଉ କିଛି ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଥିଲା।
ହାଇସ୍କୁଲରେ କେବେ ନିଯୁକ୍ତ ହେବେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ
ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ତାଲିମ୍‌ପ୍ରାପ୍ତ ପିଇଟି, ହିନ୍ଦୀ, ସଂସ୍କୃତ ବେକାରି ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଆନ୍ଦୋଳନରେ ସାମିଲ ଶିକ୍ଷିତ ବେକାର ଯୁବତୀ ଓ ଯୁବକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ସେମାନେ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ସେମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ନାରାବାଜି କରିଥିଲେ।
ସଅର ବଦଳରେ ଶବର ଲେଖିବା ନିର୍ଦ୍ଦେଶ ପ୍ରତ୍ୟାହାର ଦାବି
ଜମିପଟ୍ଟାରେ ସଅରକୁ କାଟି ଶବର ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏହାକୁ ପ୍ରତ୍ୟାହାର କରିବା ଓ ପୁନର୍ବାର ସଅର ଲେଖିବା ଦାବିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଏକ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ଗତ ୧୧ବର୍ଷ ଧରି ସଙ୍ଗଠନ ପକ୍ଷରୁ ଏହି ଗୋଟିଏ ଦାବି ହୋଇ ଆସୁଥିଲେ ହେଁ ରାଜ୍ୟ ସରକାର ଏନେଇ କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନ ହେବା ଯାଏ ସଂଘ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଆନ୍ଦୋଳନର ନେତୃତ୍ୱ ନେଇଥିବା ଇଂ. ଦେବାଶିଷ ହୋତା କହିଛନ୍ତି।
୬ ଦଫା ଦାବି ରଖିଲା ଆଇସିଡିଏସ୍‌ ପ୍ରକଳ୍ପ ରାତ୍ର ଜଗୁଆଳ-ପିଅନ ମହସଂଘ
୬ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଭିନ୍ନ ଆଇସିଡିଏସ୍‌ ପ୍ରକଳ୍ପରେ କାର୍ଯ୍ୟରତ ରାତ୍ର ଜଗୁଆଳ-ପିଅନ ମହସଂଘ। ସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ମାସିକ ଦରମାକୁ ବଜେଟ୍‌ରେ ପୃଥକ ଭାବେ ସ୍ଥାନିତ କରିବା ଓ ସ୍ବତନ୍ତ୍ର ହେଡ୍‌ର ବ୍ୟବସ୍ଥା କରିବା, ୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ଓ ଖାଲି ପଡ଼ିଥିବା ପଦବୀ ପୂରଣ କରିବା, ବାକି ଥିବା ଦୈନିକ ମଜୁରି ପ୍ରଦାନ କରିବା, ଚାକିରିରୁ ଅବ୍ୟାହତି ସମୟରେ ସରକାରୀ ସହାୟତା ପ୍ରଦାନ କିରବା, ନିର୍ଦ୍ଧାରିତ ହାରରେ ସମାନ ମଜୁରି ପ୍ରଦାନ କରିବା ଏବଂ ଏଚ୍‌ଆରଏମ୍‌ରେ ପଞ୍ଜୀକୃତ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛି ସଂଘ। ଦାବି ନେଇ ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ହେଁ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ସଂଘର କର୍ମକର୍ତ୍ତା।
ଆଶାକର୍ମୀଙ୍କ ବିକ୍ଷୋଭ, ୧୨ ଦଫା ଦାବିପତ୍ର ପ୍ରଦାନ
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ଦାବିନେଇ ସୋମବାର ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ଏକ ପ୍ରତିନିଧିଦଳ ରାଜ୍ୟପାଳ, ସ୍ବାସ୍ଥ୍ୟ ମନ୍ତ୍ରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଭେଟି ୧୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସର୍ବନିମ୍ନ ବେତନ ୧୮ ହଜାର, ଇପିଏଫ, ଇଏସ୍‌ଆଇ ଲାଗୁ କରିବା ସହ ପେନ୍‌ସନ ପ୍ରଦାନ, ଦୁର୍ଘଟଣାଜନିତ ମୃତ୍ୟୁରେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଆଦିରେ ଆନ୍ଦୋଳନ ଚାଲିଥିବା ନେଇ ଜଣାଇଛନ୍ତି ସଂଘ ସମ୍ପାଦିକା ପ୍ରତିମା ସାମଲ।
କାନଧରି, ଆଣ୍ଠେଇ ଦାବି ରଖିଲେ କନିଷ୍ଠ ଶିକ୍ଷକ
କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତିର ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି ଓ ବେଆଇନ ଭାବେ ବିନା ଏନ୍‌ଓସି ଓ ସିଓଆର୍‌ରେ ଚାଲୁଥିବା ସମସ୍ତ ଘରୋଇ ବିଦ୍ୟାଳୟକୁ ବନ୍ଦ କରିବା ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ମହାସଂଘର ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀମାଗର୍ର୍ରେ କାନ ଧରି ଆଣ୍ଠେଇ କନିଷ୍ଠ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ୧୨ରୁ ବିକ୍ଷୋଭ ଓ ଧାରଣା ଚାଲିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ଧନଞ୍ଜୟ ଜେନା କହିଛନ୍ତି।
୪୮୮ ବର୍ଗ କଲେଜ ସଂଘର ଅହୋରାତ୍ର ଧାରଣା ୨୦ରୁ
୩ ଦଫା ଦାବି ନେଇ ଆସନ୍ତା ୨୦ ତାରିଖରୁ ୪୮୮ ବର୍ଗ କଲେଜ ସଂଘର ଆନ୍ଦୋଳନ ଓ ଅହୋରାତ୍ର ଧାରଣା ଜାରି ରହିବ। ୪୮୮ ବର୍ଗରେ ଖାଲି ପଡ଼ିଥିବା ପଦବୀ ପୂରଣ, ସପ୍ତମ ବେତନ କମିଶନ ଆଧାରରେ ବେତନ ପ୍ରଦାନ ଓ ଚାକିରି ସର୍ତ୍ତାବଳୀ ସହ ଜିପିଏଫ୍‌, ପ୍ରମୋଶନ, ପେନ୍‌ସନ ଆଦି ପ୍ରଦାନ ଦାବିରେ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସୋମବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସଂଘ ସଭାପତି ବନମାଳୀ ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri