ଦାବି ପୂରଣ କରା ନ ଗଲେ ୨୧ରୁ ଆନ୍ଦୋଳନ

ତାଳଚେର,୧୯ା୧(ନି.ପ୍ର.) – ତାଳଚେର ପୌରାଞ୍ଚଳ ଦେଉଳବେଡା ତେଲିସାହିରେ ମାଟି ଦବିବା ଘଟଣାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପ୍ରତିବାଦରେ ଶନିବାର କ୍ଷତିଗ୍ରସ୍ତ ଗ୍ରାମବାସୀ ଓ ଯୁବ ସମାଜ ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୫ ତାରିଖରେ ଗ୍ରାମର ଜଣଙ୍କ ଚାଷ ଜମି ଦବିଯିବା ପରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଓ ଯୁବ ସମାଜ ତରଫରୁ ଆନ୍ଦୋଳନ ହୋଇଥିଲା। ଖବରପାଇ ତହସିଲଦାର, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ, ଏମ୍‌ସିଏଲ୍‌ ସିଏମ୍‌ଡି ଓ ସମସ୍ତ କ୍ଷେତ୍ରର ମହାପ୍ରବନ୍ଧକ ଘଟଣାସ୍ଥଳକୁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ। ପରେ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଅନୁରୋଧକ୍ରମେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। ୨୪ଘଣ୍ଟା ମଧ୍ୟରେ ସମସ୍ତ ଦାବି ପୂରଣ ସହ କ୍ଷତିପୂରଣ ଦେବା ପାଇଁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ୪ ଦିନ ବିତିଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଆସନ୍ତା ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୨୧ତାରିଖଠାରୁ ଖଣି ବନ୍ଦ କରାଯିବ ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀ ଓ ଯୁବ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ତୁଷାର କୁମାର ସାହୁ, ବିଘ୍ନେଶ୍ୱର ସାହୁ, ଜିତେନ୍ଦ୍ର ସାହୁ, ସୁମନ୍ତ ସାହୁ, ପ୍ରଦୀପ ଶତପଥୀ, ସୁବ୍ରତ ସାହୁ, ଦୀପୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ଟି-୨୦ରେ କମାଲ କଲେ ବାବର ଆଜମ: ଭାଙ୍ଗିଲେ କୋହଲିଙ୍କ ସର୍ବକାଳୀନ ରେକର୍ଡ

ଲାହୋର,୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ…

ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା…

ଘରେ ଲଗାଉଛନ୍ତି କି ନେମପ୍ଲେଟ୍‌ : ଜାଣନ୍ତୁ କଣ କହେ ବାସ୍ତୁ

ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ନେମ୍‌ପ୍ଲେଟ୍‌ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ…

ଭାରତକୁ ନେଇ ଏମିତି କଥା କହୁଥିଲେ ପାକିସ୍ତାନୀ ଖବରଦାତା, ମୁହଁ ବନ୍ଦ କଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କୁ ପାକିସ୍ତାନର ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ ଏବଂ ବାଂଲାଦେଶର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ସମ୍ପର୍କରେ ପ୍ରଶ୍ନର ସମ୍ମୁଖୀନ…

ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା: ଏକା ସଙ୍ଗେ ୨୦୦ ଦମ୍ପତିଙ୍କ ହେଲା ସାମୁହିକ ବିବାହ

ଭୁବନେଶ୍ୱର,୩।୨: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା। ଗଞ୍ଜାମ ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ୨ ଶହ ବର-କନ୍ୟାଙ୍କ…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ରାଜନୀତିରେ ବଡ଼ ହଇଚଇ:  ଭିଣୋଇଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

ଯାଜପୁର.୩।୨: ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି  ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri