ଦାଦନ ଦୁଖ୍‌:ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗଁାର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ ଦାଦନ ଖଟି ଯାଇଥିଲେ। ହେଲେ ବାଟେ ଟ୍ରେନରୁ ତାକର ଗୋଡ଼ ଖସରି ଯାଇ ଦୁରଘଟନାର ଶିକାର ହେଲେ। ଏହେଦେ ସେ ଟଁକା ପଏସା ଅଭାବୁ ଚିକିସତ୍ା କରେଇ ନାଇଁପାରି କରି ଘରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ଚଲତି ବଛର ଜୁଲାଇ ୧୨ ତାରିଖ ଖଇରପଦରର ଚରଣ ମାଝି ଗଁାର କେତେ ପିଲାକର ସଂଗେ ଗୁଜରାଟର ଗାନ୍ଧିଧାମ ଅଂଚଲକେ ଦାଦନ ଖଟବାର ଲାଗି ଟ୍ରେନରେ ଯାଇଥିଲେ। ହେଲେ ମହାରାଷ୍ଟ୍ରର ଅକୁଲା ରେଲ ଷ୍ଟେଶନରେ ଟ୍ରେନ ଅଟକିଲାରୁ ଚରଣ ପାଏନ୍‌ ଆନବାକେ ବାହାରକେ ଯାଇଥିଲେ। ଟ୍ରେନ ଷ୍ଟେଶନ ଛାଡ଼ଲା ସମିଆରେ ଚରଣ ତରାବୁରା ହେଇ ଟ୍ରେନକେ ଚଢ଼ଲାବେଲେ ତାକର ଗୋଡ଼ ଖସରି ଯାଇଥିଲା। ଯେନ୍‌ଥିରେ ଚରଣର ଭୁଜନି ଗୋଡ଼ ପୂରା ଭାଂଗି ଯାଇଥିଲାବେଲେ ଡେବ୍‌ରି ପାଦ୍‌ରେ ବନେ ଆଘାତ ଲାଗିଥିଲା। ଏନ୍‌ତାଥି ଚରଣକେ ଗୁରୁତର ଅବସ୍‌ତାରେ ସଂଗେ ଥିବାର ଗଁାର ପିଲାମାନେ ଉଧାର କରି ମହାରାଷ୍ଟ୍ର ଅକୁଲା ସରକାରୀ ଡାକ୍‌ତରଖାନାରେ ପ୍ରାଥମିକ ଚିକିସତ୍ା କରେଇଥିଲେ। ପଛେ ଗଁାର ପିଲାମାନେ ସେଠାନୁ ୨୨ ହଜାର ଟଁକାରେ ଗୁଟେ ଆମ୍ବୁଲାନ୍ସ ଭଡ଼ା କରି ଚରଣକେ ଖଇରପଦର ନିଜର ଗଁାକେ ଆନିଥିଲେ। ଗଁାରେ ପୁହୁଁଚିଲା ଉତାରୁ ପିଲାମାନେ ଗଁାବାସୀକରନୁ ଚଁାଦା କରି ୨୨ ହଜାର ଟଁକା ଆମ୍ବୁଲାନ୍ସ ଭଡ଼ା ଦେଇଥିଲେ। ଏହେଦେ ଚରଣର ଚିକିସତ୍ା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇଆଡ଼େ ଚରଣ ଚିକିସତ୍ା ଅଭାବୁ ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିବାର ତାକର ମାଏକିନା ଚନ୍ଦ୍ରକାନ୍ତି ଆର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଚରଣକୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ କରି ଚିକିସତ୍ା ସୁବିଧା ଯୁଗେଇ ଦେବାକେ ଖଇରପଦର ଗଁାବାସୀ ନୂଆପଡ଼ା ଜିଲାପାଲକୁଁ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧ୍‌କାରୀ ନିର୍ମଳ ଧରୁଆକୁଁ ପଚରାଲାରୁ ସରକାରୀ ନିୟମ ହିସାବେ ଚରଣକୁଁ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ବାହାରେ କହିଲେ, ରେକର୍ଡରୁ କାଟିଦେଲେ: ସାଂଘାତିକ ଅଭିଯୋଗ ଆଣିଲେ ବିଧାୟକ

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶର ଷଷ୍ଠ ଦିନ ଗୃହ କାର୍ଯ୍ୟ ବନ୍ଦ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାହାରକୁ ବାହାରି…

ଭୟଭୀତ କରି ଶାରୀରିକ ସମ୍ପର୍କ ରଖୁଥିଲେ ଗ୍ରାମର ୪ ଯୁବକ, ଚିକିତ୍ସା ପରେ ଜଣାପଡିଲା ଯୁବତୀ ଗର୍ଭବତୀ

ଭୁବନ, ୨୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଧଳପଡା ଗ୍ରାମର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ୪ ଜଣ ଗଣବଳାତ୍କାର କରିଥିବା ଯୁବତୀଜଣଙ୍କ…

ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଲେଣି ସରକାର, ଲାଗୁ ହେବ ନୂଆ ନିୟମ!

ପାଟନା,୨୪।୨: ପିଲାମାନଙ୍କର ବର୍ଦ୍ଧିତ ସ୍କ୍ରିନ ଟାଇମ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଂସ୍ପର୍ଶର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ବିହାର ସରକାର ଏକ ନୀତି ପ୍ରସ୍ତୁତ…

ଜୁନାଗଡ଼ ସହରରେ ଅବକାରୀ ଚଢ଼ାଉ, ବିପୁଳ ନକଲି ବିଦେଶୀ ମଦ ସହ ୨ ଗିରଫ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ…

ଯୁବ କଂଗ୍ରେସ ଅଧ୍ୟକ୍ଷ ଗିରଫ: ତେଜିଲା ରାଜନୀତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ…

SpiceJet ବିମାନ ଇଞ୍ଜିନ ଫେଲ୍, ଟେକଅଫର କିଛି ସମୟ ପରେ ହେଲା….

ନୂଆଦିଲ୍ଲୀ,୨୪।୨: ୧୫୦ ଜଣ ଯାତ୍ରୀଙ୍କୁ ନେଇ ସ୍ପାଇସଜେଟର ଏକ ବିମାନ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀରୁ ଲେହ ଯାଉଥିବା ବିମାନଟି…

ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଲିମା,୨୪।୨: ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri