କଟକ,୩।୮(ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଆସ୍ପିରେଶନାଲ କମ୍ପୋନେଣ୍ଟ ସାମିଲ ହୋଇଛି। ଏନେଇ ବୁଧବାର ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇସ୍କୁଲ ସମେତ ମଧ୍ୟମାର ଛାତ୍ରୀଛାତ୍ରମାନେ ଏହି ବିଷୟରେ ପାଠ ପଢିବେ। ଜିଜ୍ଞାସା, ସାହିତ୍ୟ ସୃଜନୀ, କୌଶଳୀ ଏବଂ କ୍ରୀଡ଼ାଙ୍ଗନ ୪ଟି କ୍ଲବରେ ପାଠପଢ଼ା ହେବ। ଇଣ୍ଟରନାଲ ଆସେସ୍ମେଣ୍ଟ ସହ ଏହାକୁ ମିଶାଇ ମୋଟ ୨୦ ପ୍ରତିଶତ କ୍ୟାରିୟର ମାର୍କ ମିଳିବ। ବିଦ୍ୟାଳୟସ୍ତରରେ ଏହି ବିଷୟରେ ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଇବ। ଦୁଇଟି ପର୍ଯ୍ୟାୟରେ ବୋର୍ଡ ୱେବ୍ସାଇଟ୍ରେ ମାର୍କ ଅପ୍ଲୋଡ୍ ହେବ। ଆସନ୍ତା ସେପ୍ଟେମ୍ବର ୨୫ରୁ ୨୮ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୪ ଜାନୁୟାରୀ ୧୮ରୁ ୨୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମାର୍କ ଅପ୍ଲୋଡ୍ କରାଯିବ। ଛାତ୍ରୀଛାତ୍ରମାନେ ଯେଉଁ ମାର୍କ ରଖିବେ ତାହାକୁ ସ୍କୁଲ କର୍ତ୍ତୃପକ୍ଷ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବେ ବୋଲି ସୂଚନା ମିଳିଛି। ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀରେ ଏନେଇ ପୃଥକ କ୍ଲାସ୍ ହେବ। ପ୍ରଧାନ ଶିକ୍ଷକ ଜଣେ ମେଣ୍ଟର ଶିକ୍ଷକଙ୍କୁ ଏହାର ଦାୟିତ୍ୱ ଦେବେ। ସମ୍ପୃକ୍ତ ମେଣ୍ଟର ଶିକ୍ଷକ କ୍ଲବର ପ୍ରୋଗ୍ରେସ ରିପୋର୍ଟ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିବେ।
ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍ମେଲ କରି ବନ୍ଧା ହେଲେ ଯୁବକ
ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍ କରି ଭାଇରାଲ…
ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍ରେ ବସି ମଧ୍ୟ ସାରିଥିଲେ।…
ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ
ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…
ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…
ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…
ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…
ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍ ହେଲେ ଛାତ୍ରୀ
ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…
ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…
ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…
ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…
କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍ଆର୍ଏସ୍) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…
Archives

