Posted inଖେଳ

ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍‌ ତାଲିକାରେ କୋହଲି

ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍‌ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା ପକ୍ଷରୁ ଗୁରୁବାର ପ୍ରକାଶିତ ଦଶନ୍ଧିର ଶ୍ରେଷ୍ଠ-୫ କ୍ରିକେଟର୍‌ ତାଲିକାରେ କୋହଲି ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏକମାତ୍ର ଭାରତୀୟ ଭାବେ ସେ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛନ୍ତି। ‘ଓ୍ବିଜଡେନ’ ପକ୍ଷରୁ ଘୋଷିତ ଏହି ତାଲିକାରେ ସ୍ଥାନ ପାଇଥିବା ଆଉ ୪ କ୍ରିକେଟର୍‌ ହେଲେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌, ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ, ଏବି ଡି ଭିଲର୍ସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଏଲିସେ ପେରୀ।
୧୦ ବର୍ଷ ମଧ୍ୟରେ କୋହଲି ଅନ୍ତର୍ଜାତୀୟସ୍ତରରେ ଅନ୍ୟମାନଙ୍କ ଅପେକ୍ଷା ୫,୭୭୫ ରନ୍‌ ଅଧିକ ସ୍କୋର କରିଛନ୍ତି। ଯାହା କୋହଲିଙ୍କୁ ଗତ ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ କରୁଛି। ସେହିଭଳି ନିକଟରେ ‘ଓ୍ବିଜଡେନ’ ପକ୍ଷରୁ ଘୋଷଣା କରାଯାଇଥିବା ଦଶନ୍ଧିର ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ୩୧ ବର୍ଷୀୟ କୋହଲିଙ୍କୁ ନିଯୁକ୍ତ କରାଯାଇଥିଲା। ସେହିଭଳି ଓ୍ବିଜଡେନ ଦିନିକିଆ ଦଳରେ ମଧ୍ୟ କୋହଲିଙ୍କୁ ସ୍ଥାନ ମିଳିଥିଲା। ‘ସେ ପ୍ରତିଭାଶାଳୀ ଖେଳାଳି। ୨୦୧୪ରେ ଇଂଲଣ୍ଡ ଗସ୍ତଠାରୁ ଚଳିତ ବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ କୋଲକାତାରେ ଖେଳାଯାଇଥିବା ୨ୟ ଟେଷ୍ଟ ପର୍ଯ୍ୟନ୍ତ କୋହଲି ୬୩ ଆଭରେଜରେ ୨୧ ଶତକ ଓ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି’ ବୋଲି ଓ୍ବିଜଡେନ ପକ୍ଷରୁ କୁହାଯାଇଛି। ‘ଅନ୍ତର୍ଜାତୀ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ରନ୍‌ ସଂଗ୍ରହ କରିଛନ୍ତି। ନିକଟରେ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ କେହି ନାହାନ୍ତି ବୋଲି ଷ୍ଟିଭ ସ୍ମିଥ୍‌ ମଧ୍ୟ ଟିପ୍ପଣୀ ଦେଇଥିଲେ’ ବୋଲି ଓ୍ବିଜଡେନ୍‌ ଉଲ୍ଲେଖ କରିଛି। ଓ୍ବିଜଡେନ ଅନୁସାରେ, ସଚିନ ତେନ୍ଦୁଲକରଙ୍କ ଅବସର ପରେ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟର ଅବସାନ ଆଡ଼କୁ ଗତି କରୁଥିବାବେଳେ ବିଶ୍ୱରେ ଏହିଭଳି ଜଣେ କ୍ରିକେଟର୍‌ ନାହିଁ ଯିଏକି ପ୍ରତିଦିନ କୋହଲିଙ୍କ ପରି ଚାପରେ ଖେଳୁଥିବା।
ଦଶନ୍ଧିରେ କୋହଲି ଟେଷ୍ଟ କ୍ରିକେଟ୍‌ରେ ୭,୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୭ ଶତକ ସାମିଲ ରହିଛି। ସେହିଭଳି ସୀମିତ ଓଭର କ୍ରିକେଟ୍‌ରେ ମଧ୍ୟ କୋହଲି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଦିନିକିଆରେ ସେ ୧୧,୧୨୫ ରନ ଏବଂ ଟି୨୦ରେ ୨,୬୩୩ ରନ ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ଫର୍ମାଟ୍‌ରେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ଖେଳୁଥିବା କୋହଲି ବର୍ତ୍ତମାନ ସୁଦ୍ଧା ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ସେ ସଚିନ ତେନ୍ଦୁଲକର (୧୦୦) ଓ ରିକି ପଣ୍ଟିଂ (୭୧)ଙ୍କ ପଛକୁ ୩ୟ ସ୍ଥାନରେ ରହିଛି। ସେହିଭଳି ଅନ୍ତର୍ଜତୀୟ କ୍ରିକେଟ୍‌ରେ ୩ଟି ଯାକ ଫର୍ମାଟ୍‌କୁ ମିଶାଇ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ (୩୪,୩୫୭) ଓ ପଣ୍ଟିଂ (୨୭,୪୮୩) ପଛକୁ ବିରାଟ (୨୧,୪୪୪) ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri