Posted inରାଜ୍ୟ

ଦଳେଇଘାଇ ନଦୀବନ୍ଧ ଅନୁଧ୍ୟାନ କଲେ ମୁଖ୍ୟଯନ୍ତ୍ରୀ : ବାଲି, ଖାଲିବ୍ୟାଗ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିରିଡ଼ି,୨୦।୬(ଡି.ଏନ.ଏ.): ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ପଦ ମିଳିବା ପରେ ଜଗତସିଂହପୁର ଜିଲାରେ ଏହି ବିଭାଗର କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧିକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜିଲା ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି କ୍ରମରେ ବନ୍ୟା ମୁକାବିଲା ପାଇଁ ବୁଧବାର ମୁଖ୍ୟଯନ୍ତ୍ରୀ ବନ୍ଧ ନିରାପତ୍ତା ବିଭାଗ ସୁନିଲ ନାୟକ, ଇଷ୍ଟର୍ନ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁ, ଜଗତ୍‌ସିଂହପୁର ନିର୍ବାହୀଯନ୍ତ୍ରୀ ଉମାକାନ୍ତ ମହାନ୍ତି, ବାଲିଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳ ଓ ଦଳେଇଘାଇ ସହାକାରୀ ଯନ୍ତ୍ରୀ ସୁବୋଧ ମହାପାତ୍ର ପ୍ରମୁଖ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତୁରନ୍ତ ଦଳେଇଘାଇ ସେକ୍ସନରେ ୨୭୫ ଘନମିଟର ବାଲି, ୧୫ ହଜାର ଖାଲି ଗନି ବ୍ୟାଗ, ଶଙ୍ଖାରୀସାହି ସେକ୍ସନରେ ୪ ଶହ ଘନମିଟର ବାଲି ଓ ୩୦ ହଜାର ଖାଲି ଗନି ବ୍ୟାଗ, ବାଲିଆ ସେକ୍ସନରେ ୪ ଶହ ଘନମିଟର ବାଲି ସହ ୧୫ ହଜାର ଖାଲି ଗନି ବ୍ୟାଗ ମହଜୁଦ ରଖିବାକୁ ମୁଖ୍ୟଯନ୍ତ୍ରୀ ନାୟକ ଜଗତ୍‌ସିଂହପୁର ନିର୍ବାହୀ ଯନ୍ତ୍ରୀ ଓ ବାଲିଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପ୍ରତ୍ୟେକ ସେକ୍ସନରେ କନିଷ୍ଠ ଯନ୍ତ୍ରୀମାନେ ସବୁଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଅଫିସ ନ ଆସି କାର୍ଯ୍ୟରେ ଖିଳାପ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପରେ ସେ ମାଛଗଁା କନୋଲର ଦୁରାବସ୍ଥା ଦେଖିଥିଲେ। ଯେପରି କୃତ୍ରିମ ବନ୍ୟା ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଶାଖା, ଉପଶାଖା କେନାଲଗୁଡିକ କିପରି ସଫା କରାଯିବ ସେଥିପାଇଁ ଧ୍ୟାନ ଦେବାକୁ ଅଧୀକ୍ଷଣ ଯନ୍ତ୍ରୀ ସାହୁ ଯନ୍ତ୍ରୀମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri