ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଟୁର୍ନାମେଣ୍ଟଗୁଡିକ ଆୟୋଜନ ପାଇଁ ଦୁଇ ଟେନିସ ତାରକା ସ୍ପେନ୍‌ର ରାଫାଲ ନାଡାଲ ଓ ସର୍ବିୟାରେ ନୋଭାକ ଜୋକୋଭିଚ୍‌ ପ୍ରସ୍ତାବ ଦେଇଥିଲେ। ତେବେ ଏହାକୁ ବିରୋଧ କରିଛନ୍ତି ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ। ଦର୍ଶକଙ୍କ ବିନା ଟେନିସ୍‌ ଖେଳିବାର କିଛ ମାନେ ନାହିଁ ବୋଲି ସେ ମତ ଦେଇଛନ୍ତି। ବିନା ଦର୍ଶକରେ ଟେନିସ ଖେଳିବା ନେଇ ଜୋକୋଭିଚ୍‌ଙ୍କ ସହ ଆଲୋଚନା କରିଛି ବୋଲି ନାଡାଲ ବୁଧବାର କହିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ଟେନିସ ଖେଳିବା ସମ୍ଭବ ନୁହଁ। କାରଣ ସ୍ବ୍ୟାସ୍ଥ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଖେଳାଗଲେ ଆମେ ଖୁସି ହେବୁ ବୋଲି ନାଡାଲ କହିଥିଲେ। ଜୋକୋଭିଚ୍‌ଙ୍କ ସହ ଏ ନେଇ ଦୀର୍ଘ ସମୟ ଧରି କଥା ହୋଇଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଟେନିସ୍‌ ତଥା କ୍ରୀଡ଼ା ଲାଭବାନ ହୋଇପାରିବ। କିନ୍ତୁ ୨୮ ବର୍ଷୀୟା ରୋମାନିଆର ଓ୍ବିମ୍ବେଲଡନ ବିଜେତା ହାଲେପ ଏହାକୁ ନାପସନ୍ଦ କରିଛନ୍ତି। ବ୍ୟକ୍ତିଗତ କ୍ରୀଡ଼ାରେ ଦର୍ଶକ ସବୁଠାରୁ ଗରୁତ୍ୱପୂର୍ଣ୍ଣ। ତେଣୁ ନାଡାଲଙ୍କ ଏହି ପ୍ରସ୍ତାବ ଗ୍ରହଣୀୟ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ଓ୍ବିମ୍ବେଲଡନ ଚାମ୍ପିୟନ ଚେକ୍‌ଗଣରାଜ୍ୟର ପେଟ୍ରା କ୍ୱିଟୋଭା ମଧ୍ୟ ଏ ନେଇ ହାଲେପଙ୍କୁ ସମର୍ଥନ କରିଛନ୍ତି। ଟେନିସ୍‌ରେ ଦର୍ଶକ ତଥା ପ୍ରଶଂସକ ସବୁଠାରୁ ଗୁରତ୍ୱବହନ କରିନ୍ତି। ଖାସ୍‌ କରି ବ୍ୟକ୍ତିଗତ କ୍ରୀଡ଼ାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କ୍ୱିଟୋଭା କହିଛନ୍ତି। ଉଲ୍ଲେଖଥାଉ କି, କରୋନ ଭାଇରସ କାରଣରୁ ଓ୍ବେମ୍ବେଲଡନ, ଫ୍ରେଞ୍ଚ୍‌ ଓପନକୁ ଘୁଞ୍ଚାଇ ଦିଆଯାଇଛି। ପୁଣି ବିନା ଦର୍ଶକରେ ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାବ ୟୁଏସ୍‌ ଓପନ୍‌ ଆୟୋଜନ ହେବା ନେଇ ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri