Posted inଖେଳ

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। ଡ୍ବେନ ପ୍ରିଟୋରିୟସ ଓ ଆଣ୍ଡିଲ ଫେଲୁକ୍ୱାଓଙ୍କୁ ଦଳରେ ନିଆଯାଇଛି। ଇଞ୍ଜୁରି ସତ୍ତ୍ୱେ ଲୁଙ୍ଗି ଏନ୍‌ଗିଡି ଓ ଅନରିଚ୍‌ ନୋରଜଙ୍କୁ ସୁଯୋଗ ଦିଆଯାଇଛି। ଫାଫ୍‌ ଡୁପ୍ଲେସି ବିଶ୍ୱକପ୍‌ରେ ଦଳର ନେତୃତ୍ୱ ନେବେ। ସେହିପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜେପି ଡୁମିନୀ ଓ ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ସ୍ପିନ୍‌ ବିଭାଗରେ ଇମ୍ରାନ ତାହିରଙ୍କୁ ବାଦ୍‌ ଦେଲେ ତାବରେଜ ସାମସିଙ୍କୁ ମଧ୍ୟ ଦଳରେ ନିଆଯାଇଛି। କ୍ୱିଣ୍ଟନ ଡି କକ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ପେଶାଲିଷ୍ଟ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରାଯାଇନାହିଁ। ପାର୍ଟଟାଇମ ଉଇକେଟକିପର ଡେଭିଡ ମିଲର ଡିକକ୍‌ଙ୍କ ବ୍ୟାକ୍‌ ରୂପେ ଦାୟିତ୍ୱରେ ରହିବେ। ଗତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ମିଲର ଉଇକେଟକିପିଂ କରିଥିଲେ ଓ ଦକ୍ଷିଣ ଆଫ୍ରିକା ୫-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ମେ ୩୦ରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।

ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ, ହାସିମ ଅମଲା, ଡେଭିଡ ମିଲର, ଜେ.ପି. ଡୁମିନୀ, ଏଡେନ ମାରକ୍ରାମ, ରସି ଭାନ ଡେର ଡୁସେନ, ଡ୍ବେନ ପ୍ରିଟୋରିୟସ, ଆଣ୍ଡିଲ ଫେଲୁକ୍ୱାଓ, କାଗିସୋ ରାବାଡ଼ା, ଡେଲ ଷ୍ଟୋଇନ୍‌, ଲୁଙ୍ଗି ଏନ୍‌ଗିଡି, ଆନରିଚ୍‌ ନୋରଜ, ଇମ୍ରାନ ତାହିର ଓ ତାବ୍ରେଜ ସାମସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍‌ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ...

ଆଇପିଏଲ୍‌ ଆବିଷ୍କାର ଟି. ନଟରାଜନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରଥିବା ତାମିଲନାଡୁର ଯୁବ ଦ୍ରୁତ ବୋଲର ଟି. ନଟରାଜନ ଏବେ ଚର୍ଚ୍ଚାରେ। ପ୍ରଭାବୀ ପ୍ରଦର୍ଶନ...

ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କମିଟିରେ ରାଜେଶ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଓଡ଼ିଶାର ରାଜେଶ ହାଁସଦା।...

ସୁନୀଲ ସେଟ୍ଟୀଙ୍କ ଝିଅ ପ୍ରେମରେ ପଡ଼ିଛନ୍ତି ଏହି କ୍ରିକେଟର

କ୍ରିକେଟ ଏବଂ ବଲିଉଡ୍‌ର ଦୁନିଆର ସମ୍ପର୍କ ବହୁତ ପୁରୁଣା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି ହରବଜନ ସିଂହ ଏବଂ ଗୀତା ବସ୍ରାଙ୍କ...

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ...

ମାଳବିକାଙ୍କୁ ଇଣ୍ଟରନ୍ୟାଶନାଲ ଟାଇଟଲ

ନୂଆଦିଲ୍ଲୀ, ୨ା୩ (ପି.ଟି.)- ଭାରତର ବରୁଣ କପୁର ଓ ମାଳବିକା ବନ୍‌ସୋଡ୍‌ କାମ୍ପାଲାରେ ଚାଲିଥିବା ଉଗାଣ୍ଡା ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୧ରେ ପୁରୁଷ ଓ ମହିଳା...

୮ମ ଷ୍ଟେଜ୍‌ ଜିତିଲେ ଡାଇଲାନ୍‌

ପ୍ୟାରିସ, ୪ା୭: ଟୁର୍‌ ଡି ଫ୍ରାନ୍ସ ସାଇକେଲ ରେସ୍‌ର ୮ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି ବେଲଜିୟମର ଡାଇଲାନ ଟେଅନ୍ସ। ଗତଥରର ଚାମ୍ପିୟନ ଟାଡେଜ ପୋଗାକାର ୟେଲୋ...

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା...

Advertisement
Ten Cric Info


Archives

Model This Week