ଥୁଆବାରିରେ ଶହୀଦ ଦିବସ : ଜିଲାସ୍ତରୀୟ ଅଧିକାରୀ ଯୋଗ ନ ଦେବାରୁ ଅସନ୍ତୋଷ

ନୟାଗଡ଼ ଅଫିସ/ନୂଆଗାଁ,୧୧ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଥୁଆବାରି ଗ୍ରାମରେ ଗୁରୁବାର ଶହୀଦ ଦିବସ ପାଳିତ ହୋଇ ଯାଇଛି। ଗ୍ରାମବାସୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡ଼ିଓ ଶିରିୟାଲ ପଟେଲ ଯୋଗଦେଇ ଶହୀଦ୍‌ମାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ଗ୍ରାମବାସୀ ଦର୍ଶାଇଥିଲେ, ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଜିଲାର ହଜାର ହଜାର ତଫସିଲଭୁକ୍ତ ଜାତି ଓ ଜନଜାତିର ବ୍ୟକ୍ତିମାନେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ବାଧୀନତା ସଂଗ୍ରାମୀମାନେ ଇଂରେଜମାନେ ରହୁଥିବା ବରକୋଳା ଡାକବଙ୍ଗଳା ଘେରାଉ କରିବା ସହିତ ବଙ୍ଗଳାକୁ ନିଆଁ ଲଗାଇ ଦେଇଥିଲେ। ଟେଲିଫୋନ୍‌ ତାର କାଟି ପୋଲିସକୁ ମାଡ଼ ମାରିବା ସହ ନୂଆଗାଁ ଥାନାରେ ନିଆଁ ଲଗାଇ ଦେଇଥିଲେ। ଠିକ୍‌ ଏହି ସମୟରେ ତତ୍କାଳୀନ ଦାରୋଗା ବେଣୁଧର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନେତା ଆନନ୍ଦ ଚନ୍ଦ୍ର ସ୍ବାଇଁଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ହେଲେ ଗୁଳିର ଶିକାର ହୋଇଥିଲେ କୁଶିବିଡ଼ା ଗ୍ରାମର ଶହୀଦ କଷ୍ଟି ଡ଼ାକୁଆ। ତାଙ୍କ ମୃତ୍ୟୁରେ ବିପ୍ଲବୀମାନେ ଭାଙ୍ଗି ନ ପଡି ବିପ୍ଲବ କରିଥିଲେ। ଗାଁର ଭାଗବତ ସ୍ବାଇଁ, ଆନନ୍ଦ ଚନ୍ଦ୍ର ସ୍ବାଇଁ, ପ୍ରହଲ୍ଲାଦ ସ୍ବାଇଁ ଓ ରାମ ସ୍ବାଇଁଙ୍କ ମୁଣ୍ଡ ବିନିମୟରେ ସରକାର ଘୋଷଣା କରିଥିଲେ ୫ଶହ ଲେଖାଏ ମୁଦ୍ରା। ଇଂରେଜମାନଙ୍କ ବିରୋଧରେ ଲଢେଇ କରି ଦେଶକୁ ରକ୍ଷା କରିଥିବା ଏହି ବୀରସନ୍ତାନଙ୍କ ୭୭ତମ ବଳିଦାନ ଦିବସ ପ୍ରତିବର୍ଷ ତାଙ୍କ ଜନ୍ମ ମାଟିରେ ପାଳିତ ହୋଇଆସୁଛି। ଦେଶ ସ୍ବାଧୀନତାର ଅନେକ ବର୍ଷ ବିତିଯାଇଥିଲେ ବି ଥୁଆବାରି ସେହିଭଳି ଅବହେଳିତ ହୋଇ ରହିଛି। ଆଜିର ଦିବସରେ ଥୁଆବାରିକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବାକୁ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନିକଟରେ ଗ୍ରାମବାସୀ ନିବେଦନ କରିଥିଲେ। ନୂଆଗାଁ ପୋଲିସ ପକ୍ଷରୁ ଶହୀଦମାନଙ୍କୁ ତୋପ ସଲାମୀ ଦିଆଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ନିମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜିଲାସ୍ତରୀୟ ଅଧିକାରୀ ନ ଆସିବାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri