Posted inଖେଳ

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ ଥିମ୍‌ ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲଙ୍କୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଆଗାମୀ ଦିନରେ ଏହି ପ୍ରତିଭାବାନ ଟେନିସ ତାରକା ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି…

ଅଷ୍ଟ୍ରିଆ ଟେନିସ୍‌ ତାରକା ଡୋମିନିକ୍‌ ଥିମ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲଙ୍କୁ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲଙ୍କୁ ପରାସ୍ତ କରିବା ଏତେ ସହଜ ହୋଇ ନ ଥିଲେ ମଧ୍ୟ ସେ ମାରାଥନ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ଥିମ୍‌ ଏବେ ଫାଇନାଲ ଟିକେଟ ପାଇଁ ସେମିରେ ବିଶ୍ୱର ୭ ନମ୍ବର ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ଭେଟିବେ। ଏପର୍ଯ୍ୟନ୍ତ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ନ ଥିବା ୨୬ ବର୍ଷୀୟ ଥିମ୍‌ କିନ୍ତୁ ୨ଥର ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ସେ ୨୦୧୮ ଓ ୨୦୧୯ରେ ସେତେବେଳର ଡିଫେଣ୍ଡିଂ ଚାମ୍ପିୟନ ନାଡ଼ାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ନାଡ଼ାଲଙ୍କୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ଏବେ ଥିମ୍‌ ଫ୍ରେଞ୍ଚ୍‌ ଓପନ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିଲେ ମଧ୍ୟ ଥିମ୍‌ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି। ୬ ଫୁଟ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଥିମ୍‌ ୨୦୧୧ର ପେସାଦାର ଟେନିସରେ ପାଦ ଦେଇଥିଲେ। ଏପର୍ଯନ୍ତ ୧୬ଟି ଏଟିପି ଟାଇଟଲ ଜିତିଥିବା ଥିମ୍‌ ୨୦୧୮ରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଓ ୨୦୧୭ରେ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୭ ନଭେମ୍ବର ୬ ତାରିଖରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୪ ନମ୍ବର ସ୍ଥାନ ହାସଲ କରିଥିଲେ। ଡବଲ୍ସରେ ଅବଶ୍ୟ ଥିମ୍‌ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଜୁନିୟର ଟେନିସରେ ଥିମ୍‌ ବେଶ୍‌ ସଫଳ ରହିଛନ୍ତି। ଜୁନିୟରସ୍ତରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୨ ନମ୍ବର ସ୍ଥାନ ହାସଲ କରିଥିଲେ। ୨୦୧୯ରେ ସେ ଇଣ୍ଡିଆନ ଓ୍ବେଲ୍ସରେ ରୋଜର ଫେଡରରଙ୍କୁ ହରାଇ ଏଟିପି ମାଷ୍ଟର୍ସ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣେ ଆଗ୍ରେସିଭ୍‌ ବ୍ୟାକ୍‌ଲାଇନ୍‌ ଖେଳାଳି ହୋଇଥିଲେ ମଧ୍ୟ ସିଙ୍ଗଲ୍‌ ହ୍ୟାଣ୍ଡେଡ ବ୍ୟାକ୍‌ ହ୍ୟାଣ୍ଡ ବ୍ୟବହାର କରିଥାନ୍ତି। ୨୦୧୭ରେ ଥିମ୍‌ ଫ୍ରାନ୍‌ ମହିଳା ଟେନିସ ଖେଳାଳି କ୍ରିଷ୍ଟିନା ମ୍ଲାଡେନୋଭିକଙ୍କ ସହ ଡେଟିଂ କରିଆସୁଥିଲେ। ୨୦୧୮ରେ ଦୁହେଁ ନିଜର ସମ୍ପର୍କଥିବା କଥା ସର୍ବସାଧାରଣରେ ପ୍ରକାଶ କରିଥିଲେ। କିନ୍ତୁ ୨୦୧୯ରେ ସେମାନେ ଅଲଗା ହୋଇଥିଲେ। ଥିମ୍‌ ଫୁଟବଲ୍‌ରେ ଜଣେ ବଡ଼ ପ୍ରଶଂସକ। ଚେଲସି ଏଫ୍‌ସିର ସେ ଜଣେ ବଡ଼ ସମର୍ଥକ ମଧ୍ୟ। ମାତ୍ର ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଥିମ୍‌ ଆଗକୁ ଆହୁରି ସଫଳତା ହାସଲ କରିବେ । ଫର୍ମ ଓ ଫିଟ୍‌ନେସ ବଜାୟ ରଖିଲେ ସେ ଆଗାମୀ ଦିନରେ ବିଶ୍ୱ ଟେନିସ୍‌ରେ ପ୍ରଭାବ ବିସ୍ତାର କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri