ଥାନା ପରିସରରେ ମଦବିରୋଧୀ ମହିଳାଙ୍କ ଧାରଣା

ଆନନ୍ଦପୁର,୨୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ ଚରମସୀମାରେ ପହଞ୍ଚିିଛି। ଗୁରୁବାର ଶତାଧିକ ମହିଳା ଆନନ୍ଦପୁର ଥାନା ପରିସରରେ ମଦ ବ୍ୟବସାୟୀଙ୍କ ଗିରଫ ଦାବି କରି ଧାରଣାରେ ବସିଛନ୍ତି। ଧାରଣାରେ ବସିବା ପୂର୍ବରୁ ପ୍ରଥମେ ମଦ ବିରୋଧୀ ମହିଳା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନଙ୍କୁ ପୋଲିସ ଥାନା ପରିସରରୁ ବାହାରିଯିବାକୁ କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଶେଷରେ ମହିଳାମାନେ ମଦ ବ୍ୟବସାୟୀଙ୍କୁ ଗିରଫ ନ କରିବା ଯାଏ ଧାରଣାରେ ବସିବାକୁ ଜିଦ୍‌ ଧରି ଥାନା ପରିସରରେ ବସିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୩ ତାରିଖରେ ଆନନ୍ଦପୁର ଥାନା ଦଧିବାମନପୁର ଗ୍ରାମରେ କେତେକ ବ୍ୟକ୍ତି ମଦ ବ୍ୟବସାୟ କରୁଥିବା ସମ୍ପର୍କରେ ଖବର ପାଇ ମଦବିରୋଧୀ ମହିଳା ସଂଘର ସଭାନେତ୍ରୀ ଜାନକୀ ଜେନା ଓ ସମ୍ପାଦକ ଲୀଳାବତୀ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବିକ୍ରିକୁ ବିରୋଧ କରିଥିଲେ। ଏହି ଘଟଣାରେ ମଦ ବ୍ୟବସାୟୀ ଜଣଙ୍କ ମଦ ବିରୋଧୀ ମହିଳାଙ୍କୁ ମାଡ଼ ମାରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ଘଟଣା ଘଟିଥିଲା। ଏପରିକି ମହିଳାମାନଙ୍କ ସ୍ବାମୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦିଆଯାଇଥିଲା। ଯାହାକୁ ନେଇ ମହିଳାମାନେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ୟବସାୟୀମାନେ ମଧ୍ୟ ମହିଳାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଏହି ଦୁଇଟି ଘଟଣାର ଆନନ୍ଦପୁର ପୋଲିସ ତଦନ୍ତ କରିବା ପରିବର୍ତ୍ତେ ଚୁପ୍‌ ହୋଇ ବସିଥିବା ଅଭିଯୋଗ କରିଥିଲେ ମହିଳା। ସଂଘର ସମ୍ପାଦକ ଲୀଳାବତୀ ପରିଡ଼ାଙ୍କ କହିବା ଅନୁଯାୟୀ, ସଂପୃକ୍ତ ମଦ ବ୍ୟବସାୟୀ ଗ୍ରାମରେ ଆଶାନ୍ତିକର ବାତାବରଣ ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ମହିଳାଙ୍କ ପରିବାରକୁ ଧମକ ଚମକ ଦେଉଥିବାରୁ ସେମାନେ ଏକ ଅସ୍ବାଭାବିକ ପରିସ୍ଥିତି ଦେଇ ଗତିକରୁଛନ୍ତି। ଯାହାର ପରିଣାମ ସ୍ବରୂପ ଗୁରୁବାର ଶତାଧିକ ମହିଳା କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ଥାନା ପରିସରରେ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri