ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ପଠାନଗୁଡା ଗାଁର ଅରୁଣ ହରିଜନ। ଅକ୍ଟୋବର ୫ ତାରିଖରେ ଜେଲରୁ ସେ ଜାମିନରେ ଆସିଛନ୍ତି। ଏକ ଲୁଟ ଘଟଣାରେ ଅରୁଣଙ୍କୁ ରବିବାର ନବରଙ୍ଗପୁର ପୋଲିସ ଗିରଫ କରିଥିଲା । ଯେ ହେତୁ ପାପଡାହାଣ୍ଡି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି ତେଣୁ ତାଙ୍କୁୁ ପାପଡାହାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା । ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ପରିସ୍ରା ଯିବାକୁ କହି ଅରୁଣ ବାହାରକୁ ଆସି ଫେରାର ହୋଇଯାଇଥିଲେ । ଅରୁଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଆଇଆଇସି ଲିମରାଜ ପ୍ରଧାନ କହିଛନ୍ତି। ପାପଡାହାଣ୍ଡି, ତାରାଗାଁ ଓ ସିଂଗସାରି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି । ପାପଡାହାଣ୍ଡି ଥାନାରେ ଶୌଚାଳୟ ସୁବିଧା ନ ଥିବାରୁ ଅଭିଯୁକ୍ତଙ୍କୁ କର୍ମଚାରୀମାନେ ବାହାରକୁ ନେବାକୁ ବାଧ୍ୟ ହେଉଛନ୍ତି । ଡାକ ବଙ୍ଗଳା ନିକଟରେ ନୂତନ ଥାନା ନିର୍ମାଣ ହୋଇଥିବା ସତ୍ତ୍ୱେ ସ୍ଥାନାନ୍ତରଣ କରାନଯାଇ ପୁରୁଣା ଥାନାରେ ହିଁ କାର୍ଯ୍ୟ କରାଯାଉଛି । ଅସରାଏ ବର୍ଷାରେ ଥାନା ଭିତରେ ପାଣି ଗଳୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ହେଲମେଟ୍‌ରେ ବାଇକ୍‌ ଚାଳନା, ପୋଲିସ ଏସ୍‌ଆଇଙ୍କୁ ହଜାରେ ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୪ା୩ – ମଙ୍ଗଳବାର ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବା ଜଣେ ପୋଲିସ ସବ୍‌ଇନ୍ସପେକ୍ଟର ୧ହଜାର ଟଙ୍କା ଜରିମାନା ଗଣିଛନ୍ତି ା ଏହି ଜରିମାନା...

କରୋନା କାଳରେ ଅସହାୟଙ୍କ ସାହା

ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼

ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ...

କେନ୍ଦୁଝରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ମୋହନ ମାଝି

ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି।...

ସୁସ୍ଥ ହେଲେ ଓଡ୍ରାଫ୍‌ର ୧୩ କର୍ମଚାରୀ

ଛତ୍ରପୁର,୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍‌ ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ...

ମାନବବାଦ ସଦସ୍ୟ ଭୁଲିଗଲେ ମାନବିକତା

ଖୋର୍ଦ୍ଧା ଅଫିସ,୨୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ। ମାନବବାଦ ସଙ୍ଗଠନ ନଁାରେ ନିରୀହ ଆଦିବାସୀଙ୍କୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସଙ୍ଗଠନରେ...

ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ...

ଓଡ଼ିଶାକୁ ନିଜ ଗୋଡ଼ରେ ଠିଆ କରିବାକୁ ୩୩୩୮ କୋଟିର ସହାୟତା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଚଳିତବର୍ଷ ବାତ୍ୟା ‘ଫନୀ’ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଥିବା ଓଡ଼ିଶାର ପୁନରୁଦ୍ଧାର ଓ ଲୋକଙ୍କ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ...

Advertisement
Archives

Model This Week