Posted inଖେଳ

ଥାଇ ବକ୍ସିଂ ଟୁର୍ନାମେଣ୍ଟ: ପଦକ ନିଶ୍ଚିତ କଲେ ନିଖାତ୍‌, ଦୀପକ

ନୂଆଦିଲ୍ଲୀ, ୨୪।୭ (ପି.ଟି.): ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍‌ ଜରୀନ (୫୧ କିଗ୍ରା) ଓ ଏସୀୟ ରୌପ୍ୟ ପଦକ ବିଜେତା ଦୀପକ ସିଂ (୪୯ କିଗ୍ରା) ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ମହିଳା ୫୧ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ନିଖାତ୍‌ ୫-୦ରେ ପ୍ରତିପକ୍ଷ ଉଜ୍‌ବେକିସ୍ତାନ ବକ୍ସର ସିତୋରା ଶୋଗଡାରୋଭାଙ୍କୁ ପରାସ୍ତ କରିଥିଲେ। ସେହିଭଳି ପୁରୁଷ ବିଭାଗରେ ଦୀପକ ତାଙ୍କ ପ୍ରତିପକ୍ଷ ଥାଇଲଣ୍ଡ ବକ୍ସରଙ୍କୁ କିଛି ମିନିଟ୍‌ରେ ରକ୍ତାକ୍ତ କରି ଧରାଶାୟୀ କରିବା ସହ ସହଜ ବିଜୟ ଲାଭ କରିଥିଲେ। ଏହି ଦୁଇ ଭରତୀୟ ବକ୍ସରଙ୍କ ବ୍ୟତୀତ ଆଶିଷ (୬୯ କିଗ୍ରା), ମଞ୍ଜୁ ରାଣୀ (୪୮ କିଗ୍ରା), ବ୍ରିଜେଶ ଯାଦବ (୮୧ କିଗ୍ରା) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ମହମ୍ମଦ ହସମୁଦ୍ଦିନ (୫୬ କିଗ୍ରା) ମଧ୍ୟ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ଏସୀୟ ରୌପ୍ୟ ପଦକ ବିଜୟିନୀ ମନିଷା ମୋନୁ (୫୭ କିଗ୍ରା) ରୁଷିଆର ଲୁଇଡ୍‌ମିଲା ଭୋରୋଣ୍ଟୋସୋଭାଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri