ଥମୁନି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୯ ହଜାର ୩୦୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୩୦୪ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୬୦ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯ ରହିଛି। ସେହିପରି ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଲକ୍ଷେ ୪ ହଜାର ୧୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ଲକ୍ଷେ ୬ ହଜାର ୭୩୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଇତିମଧ୍ୟରେ ୪୨ ଲକ୍ଷ ୪୨ ହଜାର ୭୧୮ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ଲକ୍ଷେ ୩୯ ହଜାର ୪୮୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ...

ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ...

ସମନ୍ବୟ ପାଇଁ ନୋଡାଲ ଅଥରିଟି ଗଠନ କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନରେ ରହିଛି। ଲକ୍ଷଲକ୍ଷ ଲୋକ ଅସହାୟ ଅବସ୍ଥାରେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେଠାରେ...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି...

ଆମ୍ବୁଲାନ୍ସର ହେଉଛି ଅପବ୍ୟବହାର

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏପରି ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ହେଉଛି। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ କେତେଜଣ...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ...

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର...

Coronavirus Update


Archives

Model This Week

Why Dharitri