ତ୍ରିପାକ୍ଷିକ ବୈଠକରେ ନିଷ୍ପତି: ରାତିରେ ପୋର୍ଟକୁ ଚଳାଚଳ କରିବ ଭାରୀଯାନ

ଛତ୍ରପୁର,୩ା୮(ଡି.ଏନ.ଏ)-ଗୋପାଳପୁର ପୋର୍ଟକୁ ଶୁକ୍ରବାର ରାତିରୁ ଭାରୀଯାନ ଚଳାଚଳ ଆରମ୍ଭ ହେବ ା ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ବୈଠକରେ ଏହି ନିଷ୍ପତ୍ତି ହୋଇଛି ା ବିପର୍ଯ୍ୟସ୍ତ ରାସ୍ତା ସମସ୍ୟା ଏବଂ ଅନ୍ୟାନ୍ୟ ଦାବି ନେଇ ସ୍ଥାନୀୟ ଲୋକେ ଭାରୀଯାନ ଚଳାଚଳକୁ ବିରୋଧ କରିଆସୁଥିଲେ ା ଫଳରେ ଜାତୀୟ ରାଜପଥ ଉପରେ ଶତାଧିକ ଭାରୀଯାନ ଅଟକି ରହିଛି। ଏଥିସହ ପୋର୍ଟ ପରିସରରେ ମଧ୍ୟ ମାଲ୍‌ ଅନଲୋଡିଂ ପରେ ମଧ୍ୟ ଶତାଧିକ ଗାଡି ଅଟକି ରହିଛି ା ଏତେ ସଂଖ୍ୟକ ଗାଡି ପୋର୍ଟକୁ ଆସୁଥିବାରୁ ୨ଟି ସ୍ଥାନ ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ୱ ଉଜ୍ଜ୍ୱଳେଶ୍ୱର ମନ୍ଦିର ନିକଟ ଏବଂ ଖଲ୍ଲିକୋଟ ବ୍ଲକ ନିର୍ମଳଝରଠାରେ ପାର୍କିଂ ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଥିଲା। ଏଣିକି କୌଣସି ଗାଡି ଜାତୀୟ ରାଜପଥରେ ଅଟକିବନି ା ପୁରୁଣା ଛତ୍ରପୁରଠାରୁ ଡୁଗୁଲୁ ଛକ ପର୍ଯ୍ୟନ୍ତ ଚାରିଲେନ୍‌ ବିଶିଷ୍ଟ କରାଯିବାକୁ ଥିବା ବେଳେ କାଳିଆବାଲି ଛକ ଠାରୁ ଆଇଆରଇ ପ୍ଲାଣ୍ଟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ସହ ପ୍ରଶସ୍ତ କରାଯିବ ା ଏହି କାର୍ଯ୍ୟ ତ୍ୱରାନ୍ବିତ ପର୍ଯ୍ୟନ୍ତ ରାତିରେ ଭାରୀଯାନ ପୋର୍ଟକୁ ଚଳାଚଳ କରିବ ବୋଲି ବୈଠକରେ ସ୍ଥିର ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଗ୍ରାମ୍ୟଉନ୍ନୟନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ରାସ୍ତା ଉନ୍ନତୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଲୋଚନା ହୋଇଛି ବୋଲି ତ୍ରିପାକ୍ଷିକ ଆଲୋଚନା ବୈଠକରେ ସୂଚନା ଦିଆଯାଇଥିଲା ା ରାତିରେ ସୁରୁଖୁରୁ ଭାରୀଯାନ ଚଳାଚଳ ପାଇଁ ପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦେବେ ା ଏହାର ତାଲିକା ଗାଁ କମିଟି ଦେବାକୁ କୁହାଯାଇଥିଲା ା ୮୦ ସୁରକ୍ଷା କର୍ମୀ ନିଯୁକ୍ତ ହେବେ ବୋଲି ପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ା ଏହାର ସଂଖ୍ୟା ବୃଦ୍ଧି କରିବାକୁ ସରପଞ୍ଚ ଓ ଅନ୍ୟମାନେ ପ୍ରସ୍ତାବ ଦେଇଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ସିଏସଆର୍‌ରେ ସ୍ବାସ୍ଥ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା ପୋର୍ଟ ଓ ଅନ୍ୟ ସଂସ୍ଥାମାନେ କରିବେ ା ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଏସଡପିଓ ଉକତ୍ଳ କେଶରୀ ଦାଶ, ତହସିଲଦାର ନୀଳମାଧବ ଭୋଇ, ଡେପୁଟି ସବକଲେକ୍ଟର ଶରତ ଚନ୍ଦ୍ର ପାତ୍ର, ପୋର୍ଟ କର୍ତ୍ତୃପକ୍ଷ, କଣମଣା ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ସମିତିସଭ୍ୟା ରଶ୍ମିତା ବେହେରା, ଅର୍ଦ୍ଧା ରେଡ୍ଡୀ, ପୂର୍ବତନ ସରପଞ୍ଚ କ୍ରିଷ୍ଣା ରେଡ୍ଡୀ ଏବଂ ବିଭିନ୍ନ ଗାଁର ପ୍ରତିନିଧି ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri