Posted inଜାତୀୟ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଥିଲେ, ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି: ୬ ଘଣ୍ଟାରେ ଅଭିଯୁକ୍ତ ସଫା

ହାଇଦ୍ରାବାଦ୍‌,୬।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ହାଇଦ୍ରାବାଦ୍‌ ଏନକାଉଣ୍ଟର ପୂର୍ବରୁ ଏକ ବୟାନ ଦେଇଥିଲେ। ଯାହା ଏବେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ସେ ଏନକାଉଣ୍ଟର ପୂର୍ବଦିନ ଅର୍ଥାତ୍‌ ଗୁରୁବାର ଦିନ ଗଣମାଧ୍ୟମରେ କହିଥିଲେ, ଗଣବଳାତ୍କାର ମାମଲାରେ ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି। କେଟି ଏକଥା କହିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଏନକାଉଣ୍ଟରେ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ପୋଲିସ ଗୁରୁବାର ରାତିରେ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବାବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଭୋର ପ୍ରାୟ ୩ଟାରୁ ୬ ଟା ମଧ୍ୟରେ ଏହି ଘଟଣା ଘଟିଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମମତାଙ୍କ ସରକାର ବି ଭାଙ୍ଗିବ’

କୋଲକାତା,୨୮ା୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭଳି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ମଧ୍ୟ ଉପୁଜିବ ବୋଲି ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା...

ଶୀଘ୍ର ଶେଷ ହୋଇପାରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୬ ।୧୨: ବର୍ଷକରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତ କୃଷକଙ୍କ...

ଧନୁତୀର ଫେରି ପାଇବାର ତିନି ଉପାୟ…

ମୁମ୍ବାଇ,୨୦।୨ : ଶିବସେନା ନାମ ଏବଂ ନିର୍ବାଚନ ଚିହ୍ନ ଲଢ଼େଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳ ସୋମବାର...

୧୪ ରାଜ୍ୟରୁ ୧୨୭ ସନ୍ଦିଗ୍ଧ ଆଇଏସ୍‌ ଗିରଫ: ଜାକିର ନାଇକଙ୍କ ଭାଷଣ ଶୁଣି ଆତଙ୍କବାଦୀ ସଂଗଠନ ଯୋଗାଯୋଗରେ ଥିଲେ

ନୂଆଦିଲ୍ଲୀ,୧୪।୧୦: ଇସଲାମିକ୍‌ ଧର୍ମ ଉପଦେଶକାରୀ ଜାକିର ନାଇକଙ୍କ ଭାଷଣ ଦ୍ୱାରା ପ୍ରେରିତ ହୋଇ ଆଇଏସ୍‌ ସହିତ ଯୋଗାଯୋଗରେ ଥିବା ୧୨୭ ସନ୍ଦିଗ୍ଧଙ୍କୁ ୧୪ ରାଜ୍ୟରୁ ଗିରଫ...

ପୂର୍ବ ଲଦାଖରେ କଂକ୍ରିଟ ଶିବିର ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୫।୭: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଚାଇନା ଏହାର ସୈନ୍ୟବାହିନୀ ପାଇଁ ପକ୍କା ଘର ନିର୍ମାଣ କରୁଛି। ବେଜିଂ ପୂର୍ବ ଲଦାଖର ନାକୁ ଲା ନିକଟରେ ଏହି...

ଶ୍ରୀନଗରରେ ୨ ଡଜନ ଆତଙ୍କବାଦୀ: ଦୋକାନୀଙ୍କୁ ଦେଉଛନ୍ତି ଖୋଲା ଧମକ

ଶ୍ରୀନଗର,୧୬ା୯(ପି.ଟି.): ଶ୍ରୀନଗରରେ ଏବେ ଦୁଇ ଡଜନ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସେମାନେ ସହର ଓ ଏହାର ଆଖପାଖରେ ଅବାଧରେ ବୁଲୁଛନ୍ତି ଏବଂ ବ୍ୟବସାୟୀମାନଙ୍କୁ ଦୋକାନ ନ...

କରୋନା ପ୍ରସ୍ତୁତି ମକ୍‌ ଡ୍ରିଲ୍‌ ଡିସେମ୍ବର ୨୭ରେ…

ନୂଆଦିଲ୍ଲୀ,୨୪।୧୨ : ଚାଇନା ସମେତ ବିଶ୍ୱର ୧୦ଟି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ କରୋନା ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହା...

ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୭।୨: ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଫେବୃଆରୀ ୨୩ରେ ତାଙ୍କୁ...

Advertisement
Archives

Model This Week