ତେଲର ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା

ମୁମ୍ବାଇ,୨୫।୧୧: ବଲିଉଡ୍‌ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ। ହେଲେ ଏବେ ଏହା ତାଙ୍କୁ ଅଡୁଆରେ ପକାଇ ଦେଇଛି। ଜଣେ ଉପଭୋକ୍ତା ଉକ୍ତ ତେଲ ବ୍ୟବହାର କରି ଦରଜ ଭଲ ହେଉନାହିଁ ବୋଲି ଅଭିଯୋଗ କରିବା ପରେ ମୁଜଫରନଗରର ଏକ କଞ୍ଜୁମର କୋର୍ଟ ତେଲ କମ୍ପାନୀ, ଗୋବିନ୍ଦା ଓ ଜ୍ୟାକିଙ୍କ ଉପରେ ୨୦ ହଜାର ଟଙ୍କାର ଜରିମାନା ଲଗାଇଥିବା ଜଣାପଡିଛି। ଉପଭୋକ୍ତା ଜଣକ ଉକ୍ତ ତେଲ କମ୍ପାନୀ ନାଁରେ ଅଭିଯୋଗ ଆଣିଥିଲେ। ହେଲେ କୋର୍ଟ ଏବେ ଉଭୟ କମ୍ପାନୀ ଓ ଏହାର ବିଜ୍ଞାପନରେ କାମ କରିଥିବା ବଲିଉଡ୍‌ ଅଭିନେତାଙ୍କ ଉପରେ ଜରିମାନା ଲଗାଇଛନ୍ତି। ଏହା ୫ ବର୍ଷ ତଳର ମାମଲା ହୋଇଥିବା ବେଳେ ଏବେ କୋର୍ଟ ଏହାର ରାୟ ଦେଇଛନ୍ତି। ଉକ୍ତ ହର୍ବାଲ ଅଏଲ କମ୍ପାନୀ ସହ ଅଭିନେତାମାନେ ମଧ୍ୟ ଏଥିରେ ଫସି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଉପଭୋକ୍ତା ଜଣକ ଖବରକାଗଜରେ କମ୍ପାନୀର ବିଜ୍ଞାପନ ଦେଖି ତାଙ୍କ ପିତାଙ୍କ ପାଇଁ ୩୬୦୦ ଟଙ୍କା ଦେଇ ତେଲ କିଣିଥିଲେ। ଏହାସହ କମ୍ପାନୀ କହିଥିଲା କି ଦରଜ ନ କମିଲେ ଟଙ୍କା ଫେରସ୍ତ କରାଯିବ। ହେଲେ ଦରଜ ନ କମିବାରୁ ଉପଭୋକ୍ତା ଜଣକ ଅଭିଯୋଗ କରି ଟଙ୍କା ଫେରସ୍ତ ମାଗିବାରୁ କମ୍ପାନୀ ପ୍ରତିନିଧି ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ସଂଘର ବିଶ୍ୱାସଘାତ ଦିବସ…

ନୂଆଦିଲ୍ଲ, ୩୧।୧ : କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହୋଇ ଥିବାରୁ ଭାରତୀୟ କୃଷକ ୟୁନିଅନ ପକ୍ଷରୁ ସୋମବାର ବିଶ୍ୱାସଘାତ...

ବୋନିଙ୍କୁ ରାଖୀ ବାନ୍ଧୁଥିଲେ ଶ୍ରୀଦେବୀ

ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା। ଶେଷରେ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ...

ଦୀପ ସିଦ୍ଧୁ ମୃତ୍ୟୁ ମାମଲା: ଗିରଫ ଟ୍ରକ୍‌ ଡ୍ରାଇଭଙ୍କୁ ରିମାଣ୍ଡରେ ନେବ ପୋଲିସ

ଚଣ୍ଡିଗଡ଼,୧୯।୨: ଅଭିନେତା ଦୀପ ସିଦ୍ଧୁ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ହରିୟାଣାର ନୁହ ଜିଲାରେ ଡ୍ରାଇଭର କାସିମର ଘର।...

ପ୍ରେମିକାଙ୍କ ଘର ନିକଟରେ କିଣିଥିବା ଫ୍ଲାଟ୍‌ ବିକିଲେ ଅର୍ଜୁନ

ବମ୍ବେ: ପ୍ରେମିକା ମଲାଇକା ଅରୋରାଙ୍କ ଘର ନିକଟରେ ଘର କିଣିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଉକ୍ତ ଚାରି ବଖରା ବିଶିଷ୍ଟ ଫ୍ଲାଟ୍‌ର ମୂଲ୍ୟ ଥିଲା...

ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୧%କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହି ବର୍ଷ ଅଭିବୃଦ୍ଧି ହାର ୮.୯ ପ୍ରତିଶତ...

ଆୟୁରବେଦିକ ମସାଜ ଅଫର ଦେଇ ବିଦେଶୀଙ୍କୁ ବଳାତ୍କାର

ଜୟପୁର,୧୯।୩: ଏକ ହୋଟେଲରେ ଆୟୁରବେଦିକ ବଡି ମସାଜ ନେବାକୁ ଯାଇଥିବା ଜଣେ ୩୧ ବର୍ଷୀୟା ଡଚ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ସାମ୍ନାକୁ...

ଆମେରିକା, ବ୍ରିଟେନରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ: ଭାରତ ପାଇଁ ବିପଦ ସଙ୍କେତ!

ନୂଆଦିଲ୍ଲୀ,୧୨ ।୮: ଭାରତରେ କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ଏଥିରେ ଶିଶୁମାନେ ଅଧିକ ପରିମାଣରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି...

ତିନି ସେନା ମୁଖ୍ୟଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶରେ ଏବେ ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି...

Advertisement
Archives

Model This Week