ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)-
ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି ଜୀବଜନ୍ତୁ।ଏପରି ଘଡିସନ୍ଧି ମୁହୁର୍ତ୍ତରେ ନିରୀହ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କୁନିକୁନି ପିଲା ଏବଂ କିନ୍ନର ଚିନ୍ମୟୀ ।
ଜଳ ହିଁ ଜୀବନ । ହେଲେ ଖରା ଦିନ ଆସିଲେ ପାଣି ମୁନ୍ଦାଏ ପାଇଁ ଛଟପଟ ହୁଅନ୍ତି ନିରୀହ ବନ୍ୟପ୍ରାଣୀ। ଏବେ ଲକଡାଉନ ଥିବାରୁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ଲାଗି ପିଇବା ପାଣି ବ୍ୟବସ୍ଥା କରାଯାଇପାରିନାହିଁ। ଏପରି ସ୍ଥିତିରେ ଶୋଷିଲା ଜଙ୍ଗଲୀ ଜନ୍ତୁ ଲାଗି ଜଳଦାନ ଅଭିଯାନ ଆରମ୍ଭ କରିଛନ୍ତି ଅମାଜିକ କର୍ମୀ ତଥା କିନ୍ନର ଚିନ୍ମୟୀ ଦାସ ଓ କୁନି କୁନି ପିଲାମାନେ। ଅନୁଗୋଳ ଜିଲା ଜରପଡା ଗ୍ରାମରେ ରୁହନ୍ତି ଚିନ୍ମୟୀ। ଏକ ଛୋଟ ଦୋକାନ ଦେଇ ସେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ନିଜ ଦୋକାନରୁ ସଞ୍ଚିତ ଅର୍ଥରେ ଜଙ୍ଗଲୀଜନ୍ତୁଙ୍କୁ ପିଇବା ପାଣି ଦେବାକୁ ସେ ମାଟିପାତ୍ର କିଣିଛନ୍ତି। ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମର କୁନି ପିଲାଙ୍କୁ ନେଇ ଡାଳରେ ପାଣିଭର୍ତ୍ତି ମାଟିପାତ୍ର ଝୁଲାଇ ଦେଉଛନ୍ତି। ନିୟମିତ ପାଣି ବଦଲାଇ ନୂଆ ପାଣି ଭର୍ତ୍ତି ମଧ୍ୟ କରୁଛନ୍ତି। ଏ ନେଇ ଚିନ୍ମୟୀ କୁହନ୍ତି, ସମାଜ ସେବାର କୌଣସି ଦିଗ ନ ଥାଏ। ଏହା ଗୋଟିଏ ନିର୍ଦ୍ଦିଷ୍ଟ ସେବାରେ ସୀମିତ ନୁହେଁ। ସେବାକରିବାର ମନବୃତ୍ତି ରହିଲେ ସମଗ୍ର ଜୀଵଜଗତର ସେବା କରିବା ପାଇଁ ସୁଯୋଗ ମିଳିଥାଏ।ଏହା ମାନସିକ ଶାନ୍ତି ଦିଏ ବୋଲି ସେ କରିଛନ୍ତି । ଚିନ୍ମୟୀଙ୍କର ଏପରି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri