ତିଲକପଙ୍ଗା ସ୍କୁଲରେ ଛତା ଧରି ପିଲା ପଢ଼ିବା ଘଟଣା: ପ୍ରଶାସନ ଚେତିଲା,ଶ୍ରେଣୀଗୃହ ପାଇଁ ହେବ ନୂଆ ଟେଣ୍ଡର

ଫୁଲବାଣୀ ଅଫିସ, ୨୮ା୮- କ. ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିଲା। ଶ୍ରେଣୀ ଗୃହରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବାରୁ ପିଲାମାନେ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି ା ପାଣି ଗଳୁଥିବା ଶ୍ରେଣୀଗୃହ ଉପରେ ପ୍ରଥମ ପର୍ଯ୍ୟାୟରେ ଆଜବେଷ୍ଟସ ପକାଯିବା ଆରମ୍ଭ ହୋଇଛି। ନଳକୂପ ସଜଡା ଯାଇଛି ା ଏବେ ସମ୍ପୂର୍ଣ୍ଣ ଶ୍ରେଣୀଗୃହ ପାଇଁ ନୂତନ ଟେଣ୍ଡର ଆହ୍ବାନ କରାଯିବାକୁ ପ୍ରସ୍ତୁତି ସରିଛି ା ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହାରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହୋଇଥିଲା ା ମାତ୍ର କେତେକ ଅନିବାର୍ଯ୍ୟ କାରଣ ଯୋଗୁ ଶ୍ରେଣୀଗୃହ ନିର୍ମାଣ ହୋଇ ପାରି ନ ଥିଲା ା ବର୍ଷ ଗଡିବାରୁ ସମ୍ପୃକ୍ତ ଟେଣ୍ଡରଧାରୀ ସେତିକି ଟଙ୍କାରେ କାମ କରିବା ସମ୍ଭବ ନୁହେଁ ବୋଲି କହି କାମ କରି ନ ଥିଲେ ା ଏ ନେଇ ସେ କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ହେଲେ ପିଲାମାନେ ବର୍ଷାରେ ପଢ଼ୁଥିବା ଖବର ପ୍ରକାଶ ପାଇବା ପରେ ଜିଲାପାଳ ଏହାକୁ ଗୁରୁତ୍ୱର ସହ ନେଇ ଟେଣ୍ଡରଧାରୀଙ୍କ ସହ ଘଟଣା ବିଷୟରେ ପଚାରି ବୁଝିଥିଲେ। ପିଲାଙ୍କ ସ୍ବାର୍ଥକୁ ଦେଖି ତୁରନ୍ତ କେସ୍‌ ଉଠାଇବାକୁ ପରାମର୍ଶ ଦେଇଥିଲେ। ଠିକାଦାର ଜଣକ ରାଜି ହେବାରୁ ଏବେ ନୂତନ ଟେଣ୍ଡର ପାଇଁ ବାଟ ଫିଟିଛି ଏବଂ କାର୍ଯ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆର୍‌ଡି (ଗ୍ରାମ୍ୟ ନିର୍ମାଣ ବିଭାଜନ) ବିଭାଗ ପକ୍ଷରୁ ସୂଚନା ମିଳିଛି ା ହେଲେ ନୂତନ ଆଜବେଷ୍ଟସ ଏବଂ ନଳକୂପ କାମ କ.ନୂଆଗାଁ ବ୍ଲକ ପକ୍ଷରୁ ଆରମ୍ଭ ହେବ। ବିଡିଓ ମନୋଜ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯିବ ା ରୋଷେଇ ଘର, ନୂତନ ପାଇଖାନା ନିର୍ମାଣ ଏବଂ ଏକ ନିର୍ମିତ ନୂତନ କୋଠାର ଛାତ ଗ୍ରୀଡିଂ କରାଯିବାକୁ ବିଡିଓ ତାଙ୍କ ରିପୋର୍ଟରେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସୁଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ା ପ୍ରାୟ ୨୦୦ ଛାତ୍ରୀଛାତ୍ର ୬ଟି ଶେଣ୍ରୀ ଗୃହରେ ପାଠ ପଢ଼ୁଛନ୍ତି। ବର୍ଷା ଦିନ ଆସିଲେ ସ୍କୁଲରେ ଛାତ୍ରୀଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ୪ଟି ଗୃହରେ ଛାତରୁ ବର୍ଷା ପାଣି ପଡୁଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri