ତିନି ରଥର ୪ ନାହାକା ଉଠିଲା

ପୁରୀ ଅଫିସ, ୧୮।୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନିରଥର ୪ ନାହାକ ଉଠିଛି। ଅକ୍ଷୟତୃତୀୟା ଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତା୍ବବଧାନରେ ରଥକାମ ଚାଲିଛି। ପ୍ରଥମେ ତୁମ୍ବରେ ପଇ ସଂଯୋଗ କରାଯାଇ ଶ୍ରୀକ୍ଷେତ୍ର ଭଉଁରୀରେ ତିନି ରଥର ଦୁଇଟି ଲେଖାଏ ଚକ ଅଖ ଡେରା ଯାଇଥିଲା। ଚକ ନିର୍ମାଣ ସରିବା ପରେ ବଳକା ୩୬ଟି ଚକ ଓ ୧୮ଟି ଅଖ ସଂଯୋଗ କରାଯାଇଥିଲା। ଦଣ୍ଡା ଖଞ୍ଜାଯିବା ପରେ ଅଖରେ ମେଣ୍ଢି (ଅଖ ମଝିରେ କାଠ ଖଞ୍ଜିବା) କରାଯାଇ ଦଣ୍ଡା ଉଠିଥିଲା। ଦଣ୍ଡାରେ କଣଗୁଜ ଓ ନିରାଡି ସଂଯୋଗ ସହ ଗୟଲ ମୋଡ଼ା ହୋଇଥିଲା। ସୋମବାର ତିନି ରଥର ନାହାକ ଉଠାଯାଇଛି ବୋଲି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରଥ ନିର୍ମାଣର ଏକ ବିଧି ରହିଛି। ସେହି ଅନୁସାରେ କାମ କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ୪ଟି ଲେଖାଏ ନାହାକା ଉଠିବା ପରମ୍ପରା ରହିଛି। ତେଣୁ ଆଜି ତିନି ରଥର ନାହାକା ଉଠାଯାଇଥିଲା। ସେହିପରି ଭୋଇ ସଦ୍ଦର୍ର୍ାର ରବି ଭୋଇ କହିଛନ୍ତି, ମହାରଣା ଓ ଭୋଇ ସେବକମାନେ ମିଳିତ ଭାବେ ଏହି କାର୍ଯ୍ୟକୁ ସମ୍ପାଦନା କରିଛନ୍ତି। ନନ୍ଦିଘୋଷ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ତିନି ରଥର ୪୪ଟି କଣଗୁଜ ସରିିଛି। ଏବେ ସିଂହାସନ କାମ ଆରମ୍ଭ ହୋଇଛି। ଆଗକୁ ପର୍ଯ୍ୟାୟ କ୍ରମେ ନାଟଗୋଡ଼, ପଟାଗୁଜ, ପରଭା ଓ ଚାର ପରସା ପ୍ରଭୃତି କରାଯିବ। ତାଳଧ୍ୱଜ ରଥ କମାର ସେବକ ଅର୍ଜୁନ ମହାରଣା କହିଛନ୍ତି, ଏବେ ଗୟଳ ଓ ଗରଗରା କଣ୍ଟା ତିଆରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆରସିରେ ଅଭିଯୋଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେନ୍ଦ୍ରାପଡାରେ କାର୍ଯ୍ୟରତ ଜଣେ ଟିଭି ଖବରଦାତାଙ୍କୁ ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର...

ସାତ ଦିନରେ ସାତ ରଙ୍ଗର ପାଟ

ମହାପ୍ରଭୁଙ୍କ ସବୁ ପରମ୍ପରା ଭଳି ତାଙ୍କ ବସ୍ତ୍ର ସମ୍ଭାରରେ ବି ରହିଛି ସ୍ବକୀୟତା। ବିଶେଷତଃ ତାଙ୍କୁ ଲାଗି ହେଉଥିବା ବସ୍ତ୍ର ‘ଖଣ୍ଡୁଆ ପାଟ’ ଭାବରେ ପରିଚିତ।...

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ...

ଟଙ୍କା ମୂଲଚାଲକୁ ନେଇ ଡବଲ ମର୍ଡର

ଯାଜପୁର ଅଫିସ/ପାଣିକୋଇଲି(ଡି.ଏନ.ଏ.),୧୪ା୯: ଯାଜପୁର ଜିଲା ପାଣିକୋଇଲି ଥାନା ସାନସୋତି ଗ୍ରାମରେ ଏକ ପୋଲ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଅପ୍ରାକୃତିକ...

ଆଜି ଇଡି କାର୍ଯ୍ୟାଳୟ ବାହାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ଇଡିରେ ହାଜର ହେବା ସକାଶେ ନୋଟିସ୍‌ ଜାରି କରାଯାଇଛି। ଏହାକୁ ଦେଶବ୍ୟାପୀ...

ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ...

୪୫ ଆପ୍‌ ହଟାଇବାକୁ ଗୁଗଲ୍‌କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ...

ଶ୍ରୀମନ୍ଦିର ସୁରକ୍ଷା ନେଇ ୨୭ରେ ବିକ୍ଷୋଭ, ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ବାନ

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଅନୁମତି ମିଳି ନ ଥିବା ନେଇ ବିବାଦ...

Advertisement
Archives

Model This Week