ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ, ଆମୋନିଆ

ନୂଆଦିଲ୍ଲୀ,୧୮-୯: ଅନୁଗୋଳ ଜିଲାର ତାଳଚେରସ୍ଥିତ ସାର କାରଖାନାରୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି କୋଲ୍‌ ଗ୍ୟାସିଫିକେଶନ(କୋଇଲା ବାଷ୍ପୀକରଣ) ୟୁନିଟ ସ୍ଥାପନ ଲାଗି ଅଂଶୀଦାରଙ୍କ ମଧ୍ୟରେ ମଙ୍ଗଳବାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୩,୨୭୭ କୋଟି ଟଙ୍କା ନିବେଶରେ ଏହି ୟୁନିଟ ଗ୍ୟାସ୍‌ ଅଥରିଟି ଇଣ୍ଡିଆ ଲିମିଟେଡ୍‌(ଗେଲ୍‌), ଆର୍‌ସିଏଫ୍‌, କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଏବଂ ଏଫ୍‌ସିଆଇଏଲ୍‌ ଭଳି କମ୍ପାନୀ ଦ୍ୱାରା ମିଳିତ ଭାବେ ସ୍ଥାପନ କରାଯିବ। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍‌ ୟୁରିଆ ଏବଂ ୦.୭୩ ନିୟୁତ ମେଟ୍ରିକ ଟନ୍‌ ଆମୋନିଆ ଉତ୍ପାଦିତ ହେବ। ପ୍ଲାଣ୍ଟ ଲାଗି କୋଲ୍‌ ଗ୍ୟାସିଫିକେଶନ ଟେକ୍ନୋଲୋଜି ଉହାନ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ ପ୍ରଦାନ କରିବ ବୋଲି ଜଣାପଡିଛି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଳଚେର ସାର କାରଖାନା ନୂଆ ଜ୍ଞାନକୌଶଳ ଆଧାରରେ ଆମୋନିଆ ଏବଂ ୟୁରିଆ ପ୍ରସ୍ତୁତ କରିବାକୁ ସକ୍ଷମ ହେବ। ଦେଶର ବିକାଶ ଧାରାରେ ଏହା ଏକ ନୂତନ ଅଧ୍ୟାୟ ଯୋଡିବ। ଶିଳ୍ପ ୟୁନିଟଗୁଡିକରେ ଅଙ୍ଗାରକାମ୍ଳ ବାଷ୍ପ କମାଇବା ଦିଗରେ ଭାରତ ଏହାର ପ୍ରତିବଦ୍ଧତା ଦେଖାଇବା ସହ କୋଲ୍‌ ଗ୍ୟାସିଫିକେଶନ ଟେକ୍ନୋଲୋଜି ଦ୍ୱାରା ଏହି ଦିଗରେ ଅଗ୍ରସର ହେଉଛି।
ଅନେକ ଦିନରୁ ବନ୍ଦ ପଡିଥିବା ଏହି ୟୁନିଟକୁ ପୁନରୁଦ୍ଧାର ଲାଗି ସରକାର ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବାଞ୍ଚଳ ଗ୍ୟାସ୍‌ ଗ୍ରୀଡ ଲାଗି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଗୋରଖପୁର ଏବଂ ବରୌଣୀକୁ ଏଥିରେ ଯୋଡାଯାଇଥିବା ବେଳେ ସିନ୍ଧରୀକୁ ଶୀଘ୍ର ଏହା ଛୁଇଁବ। ସାର ଉତ୍ପାଦନ ପାଇଁ ଉଭୟ କୋଇଲା ଏବଂ ପେଟ୍‌କୋକ ଜାଳେଣୀ ଭାବେ ବ୍ୟବହାର କରାଯିବ। ତାଳଚେର ଅଞ୍ଚଳର ଉତ୍ତର ଅର୍ଖପାଳ ଖଣିର ଉତ୍ତର ଭାଗରୁ ଏହି ୟୁନିଟ୍‌ ଲାଗି କୋଇଲା ବ୍ୟବହାର କରାଯିବ। ଏହାକୁ ଟିଏଫ୍‌ଏଲ୍‌କୁ ପ୍ରଦାନ କରାଯାଇଥିବାବେଳେ କ୍ୟାଫ୍ଟିଭ ଖଣିର ବିକାଶ ଲାଗି କାର୍ଯ୍ୟକ୍ରମ ଜାରି ରହିଛି।
ଧର୍ମେନ୍ଦ୍ର କହିଛନ୍ତି ଯେ, ପାରାଦୀପ ରିଫାଇନେରୀରୁ ପେଟ୍‌କୋକ ଅଣାଯାଇ ଏଠାରେ ବ୍ୟବହାର ହେବ। ପରିବେଶ ଉପଯୋଗୀ ଢଙ୍ଗରେ ସ୍ଥାନୀୟ ଅଞ୍ଚଳର କୋଇଲାକୁ ବ୍ୟବହାର କରିବା ଦିଗରେ ଏହା ସହାୟକ ହେବ। ଉକ୍ତ ଟେକ୍ନୋଲୋଜିର ସଫଳତା ଦ୍ୱାରା ସିନ୍‌ଗ୍ୟାସ, ଡିଜେଲ, ମିଥାନଲ, ପେଟ୍ରୋକେମିକାଲ ଉତ୍ପାଦନ ଲାଗି କୋଇଲାର ବ୍ୟବହାର ବୃଦ୍ଧି ଘଟିବ। କ୍ଲିନ ଟେକ୍ନୋଲୋଜି ଦ୍ୱାରା କୋଇଲା ବ୍ୟବହାର ଫଳରେ ଦୈନିକ ୨.୩୮ ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବିକ୍‌ ଫିଟ୍‌ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ। ଏଲ୍‌ଏନ୍‌ଜି ଆମଦାନୀ ବିଲ୍‌ କମାଇବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ରସାୟନ ଏବଂ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା କହିଛନ୍ତି, ଦେଶର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ଟନ୍‌ ୟୁରିଆ ଆମଦାନୀ କରାଯାଉଛି। ଦେଶ ମଧ୍ୟରେ ଉତ୍ପାଦିତ ୟୁରିଆ ବ୍ୟବହାରକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏବେ ଦେଶରେ ପ୍ରାକୃତିକ ବାଷ୍ପ ଏବଂ ଆମଦାନୀ ହେଉଥିବା ଏଲ୍‌ଏନ୍‌ଜି ବ୍ୟବହାର ଦ୍ୱାରା ୟୁରିଆ ପ୍ରସ୍ତୁତ ହେଉଛି। ଏଲ୍‌ଏନ୍‌ଜି ଆମଦାନୀ ଲାଗି ସରକାର ପ୍ରତିବର୍ଷ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ସାର ଉତ୍ପାଦନ ଲାଗି ଅନ୍ୟାନ୍ୟ କଞ୍ଚାମାଲ ବ୍ୟବହାରକୁ ସରକାର ଗୁରୁତ୍ୱ ଦେଉଛନ୍ତି।
ସେ କହିଛନ୍ତି ଯେ, ତାଳଚେରସ୍ଥିତ ସାର କାରଖାନା ଏହି ଦିଗରେ ନିଜର ଯୋଗଦାନ ରଖିବ। ୟୁରିଆ ଉତ୍ପାଦନ କ୍ଷେତ୍ରରେ ଏହା ଭାରତର ଆତ୍ମନିର୍ଭରଶୀଳତା ବଢାଇବ। ଏହାବାଦ ଓଡ଼ିଶାରେ କୃଷି ଅଭିବୃଦ୍ଧି ତ୍ୱରାନ୍ବିତ କରିବା ସହ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଗୌଡା ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରାୟତ୍ତ କମ୍ପାନୀ ମୁଖ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri