ତାଲିବାନକୁ ଚ୍ୟାଲେଞ୍ଜ, ଭୋଟ ଦେଲେ ସୈଫୁଲ୍ଲା

କାବୁଲ,୩୦ା୯: ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବସାୟୀ ସୈଫୁଲ୍ଲା ସାଫି ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ୩୮ ବର୍ଷୀୟ ସୈଫୁଲ୍ଲା ୫ ବର୍ଷ ପରେ ପୁଣିଥରେ ଭୋଟଦେଇ ଜଣେ ପ୍ରକୃତ ନାଗରିକର ପରିଚୟ ଦେଇଛନ୍ତି। ଏହାସହ ସେ ନିଜ ବାମ ଅଙ୍ଗୁଳିର ଅଲିଭା କାଳିଚିହ୍ନ ଦେଖାଉଥିବା ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ସହ ସାହସୀ ସୈଫୁଲ୍ଲାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।
ପ୍ରଭାବିତ ଆଫଗାନିସ୍ତାନରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନର ତାଣ୍ଡବଲୀଳା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚନକୁ ବର୍ଜନ କରିବା ପାଇଁ ଆତଙ୍କବାଦୀ ପ୍ରଥମେ ଧମକ ଦେଇଥିଲେ। ପରେ ନିର୍ବାଚନ ଭଣ୍ଡୁର କରିବା ଲାଗି ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଥିଲେ। ଇତିମଧ୍ୟରେ ଶନିବାର କେତେକ ସ୍ଥାନରେ ହିଂସା ଓ ଆକ୍ରମଣ ଘଟିଥିବାବେଳେ ନିର୍ବାଚନ ଶେଷ ହୋଇଛି। ୨୦୧୪ ନିର୍ବାଚନରେ ତାଲିବାନ ଆତଙ୍କବାଦୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ୬ ଜଣ ଭୋଟରଙ୍କ ଅଙ୍ଗୁଳି କାଟି ଦେଇଥିଲେ। ଅଙ୍ଗୁଳି ହରାଇଥିବା ମତଦାତାଙ୍କ ମଧ୍ୟରେ ଥିଲେ ରାଜଧାନୀ କାବୁଲର ବ୍ୟବସାୟୀ ସୈଫୁଲ୍ଲା ସାଫି। ସେ କାବୁଲରୁ କୋସ୍ତ ସହରକୁ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଡାହାଣ ଅଙ୍ଗୁଳିର କାଳିଚିହ୍ନ ଦେଖି ଛେଦି ଦେଇଥିଲେ। ଏଥର ମଧ୍ୟ ଭୋଟ ନ ଦେବାକୁ ତାଲିବାନ ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିଲା। ହେଲେ ସୈଫୁଲ୍ଲା ଏହାକୁ ଖାତିର ନ କରି ବୁଥ୍‌କୁ ଯାଇ ଭୋଟ ଦେଇଥିଲେ। କେବଳ ଏତିକି ନୁହେଁ, ସେ ନିଜ ପରିବାରର ଅନ୍ୟ ସାବାଳକ ସଦସ୍ୟଙ୍କୁ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିଛନ୍ତି। ମତଦାନ ପରେ ନିଜ ଅଙ୍ଗୁଳିର କାଳିଚିହ୍ନକୁ ଦେଖାଇ ନିର୍ଭୀକ ସୈଫୁଲ୍ଲା କହିଛନ୍ତି, ଯେତେବେଳେ ମୋ ଦେଶ ଓ ପିଲାଛୁଆଙ୍କ ଭବିଷ୍ୟତ କଥା ଉଠୁଛି ମୁଁ ନୀରବ ବସିଯିବି ନାହିଁ। ଆତଙ୍କବାଦୀମାନେ ଏହାକୁ ନେଇ ମୋ ସବୁ ଅଙ୍ଗୁଳି କି ଦୁଇହାତ କାଟିଦେଲେ ବି ଖାତିର କରିବିନି। ଉଭୟ ହାତର ଅଙ୍ଗୁଳି ଦେଖାଉଥିବା ତାଙ୍କର ଫଟୋକୁ ଟୁଇଟ୍‌ କରିବା ପରେ ସୈଫୁଲ୍ଲାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ଆଫଗାନିସ୍ତାନର ମୋଟ ଭୋଟରଙ୍କ ସଂଖ୍ୟା ୧୨ ନିୟୁତ ଥିଲା। ସେତେବେଳେ ସେମାନଙ୍କ ମଧ୍ୟରୁ ୬୦% ମତଦାତା ଭୋଟ ଦେଇଥିବାବେଳେ ଏଥର ମାତ୍ର ୨୦% ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାସହ ରାଷ୍ଟ୍ରପତି ଅଶ୍‌ରଫ୍‌ ଗନି ଓ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ଝୁଲି ରହିଛି। କାରଣ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କେହି ଜଣେ ୫୧%ରୁ ଅଧିକ ଭୋଟ ନ ପାଇଲେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ମତଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri