Posted inଖେଳ

ତାରକା ବୋଲର ବସନ୍ତ

ଓଡ଼ିଶା ପାଇଁ ୧୦୦ତମ ରଣଜୀ ମ୍ୟାଚ୍‌ ଖେଳି ଦ୍ରୁତ ବୋଲର ବସନ୍ତ ମହାନ୍ତି ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ରଶ୍ମିରଞ୍ଜନ ପରିଡା ଓ ପ୍ରଜ୍ଞାନ ଓଝା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି….

ରଣଜୀ ଇତିହାସରେ ଓଡ଼ିଶା ଅନେକ ପେସ୍‌ ବୋଲର ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ହରମୋହନ ପ୍ରହରାଜ, ସୋମନାଥ ସାହୁ, ପବନ ଅଗ୍ରୱାଲ, ବିପିନ୍‌ ସିଂ, ସୌରଜିତ୍‌ ମହାପାତ୍ର, ଅଜୟ ବାରିକ, ସି.ପି. ଶର୍ମା ଏବଂ ଦେବାଶିଷ ମହାନ୍ତିଙ୍କ ପରି ସଫଳ ବୋଲରମାନେ। ଏହି ସମସ୍ତ ମିଡିୟମ୍‌ ପେସ୍‌ ଏବଂ ପେସ ବୋଲରମାନେ ବିଭିନ୍ନ ସମୟରେ ନିଜ କ୍ଲବ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ରଣଜୀ ଦଳ ପାଇଁ ମନୋନୀତ ହେବା ସହିତ ବେଶ୍‌ ସୁନାମ ଓଡ଼ିଶା ପାଇଁ ଆଣିଛନ୍ତି। ଚଳିତ ସିଜନ୍‌ ପାଇଁ ଟିମ୍‌ ଓଡ଼ିଶା ତା’ର ରଣଜୀ ଅଭିଯାନ ଶେଷ କରିଛି। ବେଙ୍ଗଲ ସହିତ ଘରୋଇ ଡ୍ରିମସ୍‌ ଗ୍ରାଉଣ୍ଡରେ ମ୍ୟାଚ ଡ୍ର ରହିବା ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଓଡ଼ିଶାକୁ ନିରାଶ ହେବାକୁ ପଡିଛି। ଭେଟେରାନ୍‌ ମିଡିୟମ ପେସ୍‌ ବୋଲର ବସନ୍ତ ମହାନ୍ତିଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଥିଲା। ସେ କ୍ୟାରିୟରର ୧୦୦ତମ ରଣଜୀ ମ୍ୟାଚ ଖେଳି ନିଜକୁ ଓଡ଼ିଶାର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରେ ସାମିଲ କରିଛନ୍ତି। ତାଙ୍କ ପୂର୍ବରୁ ଏହି ସଫଳତା ଆଉ ୪ଜଣ ଓଡ଼ିଆ ଖେଳାଳିଙ୍କୁ ମିଳିଥିଲା। ସେମାନେ ହେଲେ ବସନ୍ତଙ୍କ ଆଦର୍ଶ ଖେଳାଳି ଦେବାଶିଷ ମହାନ୍ତି, ଅନ୍ତର୍ଜାତୀୟ ଖେଳାଳି ଶିବସୁନ୍ଦର ଦାସ, ବର୍ତ୍ତମାନ ରଣଜୀ ଦଳର କୋଚ ରଶ୍ମିରଞ୍ଜନ ପରିଡା ଏବଂ ଓଡ଼ିଶା ବାହାରେ ପ୍ରତିଷ୍ଠା ଲାଭ କରିଥିବା ପ୍ରଜ୍ଞାନ ଓଝା।
ବସନ୍ତ ତାଙ୍କର ଡେବ୍ୟୁ ମ୍ୟାଚ ବେଙ୍ଗଲ ବିପକ୍ଷରୁ ଆରମ୍ଭ ବେଶ୍‌ ସଫଳତା ହାସଲ କରିଥିଲେ। ସଫଳ ବୋଲର ରୂପେ ଉଭୟ ଇନିଂସରେ ମାତ୍ର ୫୭ ରନ୍‌ ଦେଇ ୮ଟ ଉଇକେଟ ନେବା ଫଳରେ ଓଡ଼ିଶା ୬ ଉଇକେଟରେ ବିଜୟୀ ହୋଇଥିଲା। ସେବେ ଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଏହି ତାରକା ବୋଲର। ନିଜ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବା ସହିତ ଚର୍ଚ୍ଚାରେ ରହିଛନ୍ତି ବସନ୍ତ।
୧୯୮୬ ମସିହାରେ ଜନ୍ମିତ ଏହି ୩୫ବର୍ଷୀୟ ଓଡ଼ିଶାର ତାରକା ବୋଲର ଇଣ୍ଡିଆ ’ଏ’, ଇଷ୍ଟ ଜୋନ୍‌ ଏବଂ ରଣଜୀ ମ୍ୟାଚ ଖେଳିଛନ୍ତି। ଯଦିଓ ଅନ୍ତର୍ଜାତୀୟ ଟେଷ୍ଟ, ଏକଦିବସୀୟ, ଟି୨୦ ଏବଂ ଆଇପିଏଲ୍‌ ମ୍ୟାଚ ଖେଳି ନାହାନ୍ତି ତଥାପି ପ୍ରତ୍ୟେକ ରଣଜୀ ଦଳର ଖେଳାଳିମାନଙ୍କ ନିକଟରେ ବେଶ୍‌ ଜଣାଶୁଣା। ମନରେ କ୍ଷୋଭ ଯେ ସେ ଇଣ୍ଡିଆ ’ଏ’ ଟିମ୍‌ ପାଇଁ ଏକଦିବସୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିବା ବେଳେ ବିଶେଷ ସଫଳତା ପାଇପାରି ନ ଥିଲେ। ବେଳେ ବେଳେ ଦଳପାଇଁ ଉପଯୋଗୀ ଇନିଂସ ଖେଳିବାକୁ ସକ୍ଷମ ଏହି ତାରକା ଖେଳାଳି ଏପର୍ଯ୍ୟନ୍ତ ୧୦୦ ମ୍ୟାଚରେ ୧୩୭ଟି ଇନିଂସ ଖେଳି ୧୩.୧୬ ଆଭରେଜରେ ୧୨୫୩ ରନ୍‌ ସଂଗ୍ରହ କରିବା ସହିତ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ସର୍ବାଧିକ ଅପରାଜିତ ୬୦ ରନ୍‌ ସଂଗ୍ରହ କରିଥିଲେ।
ବୋଲିଂରେ ୧୦୦ଟି ମ୍ୟାଚ ଖେଳି ସେ ୧୬୬ଟି ଇନିଂସରେ ୨୦.୯୧ ଆଭରେଜରେ ୮୧୧୬ ରନ୍‌ ଦେଇ ୩୮୮ଟି ଉଇକେଟ୍‌ ନେଇଛନ୍ତି। ତାଙ୍କର ଏହି ବୋଲିଂ ସ୍ପେଲରେ ୧୦୩୦ଟି ମେଡେନ୍‌ ଓଭର ସାମିଲ ରହିଛି। ପଞ୍ଜାବ ବିପକ୍ଷରେ ୨୭ରନ୍‌ ଦେଇ ୭ଟି ଉଇକେଟ ହାସଲ କରି ସେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। ରାଜସ୍ଥାନ ବିପକ୍ଷରେ ଉଭୟ ଇନିଂସରେ ମାତ୍ର ୪୯ରନ୍‌ ଦେଇ ୧୧ଟି ଉଇକେଟ ନେଇ ମ୍ୟାଚ ଜିତାଇବା ତାଙ୍କର ଶ୍ରେଷ୍ଠ ସଫଳତା ରହିଛି। କ୍ୟାରିୟରରେ ୨୩ଥର ୫ଟିରୁ ଅଧିକ ଉଇକେଟ୍‌ ନେଇଥିବା ବେଳେ ବସନ୍ତ ୩ଥର ୧୦ରୁ ଅଧିକ ଉଇକେଟ ହାସଲ କରିଛନ୍ତି। ୨୦୧୮-୧୯ ରଣଜୀ ସିଜନ୍‌ରେ ଓଡ଼ିଶା ପକ୍ଷରୁ ୮ଟି ମ୍ୟାଚ ଖେଳି ସର୍ବାଧିକ ୪୪ଟି ଉଇକେଟ୍‌ ନେଇଥିବା ବେଳେ ଚଳିତ ରଣଜୀ ସିଜନ୍‌ରେ ୩୪ଟି ଉଇକେଟ ନେଇଛନ୍ତି। ଓଡ଼ିଶା ପକ୍ଷରୁ ୩୧ଟି ଲିଷ୍ଟ ’ଏ’ ମ୍ୟାଗ ଖେଳି ୪୩ଟି ଉଇକେଟ ନେଇଥିବା ବେଳେ ଟି୨୦ରେ ୨୧ଟି ମ୍ୟାଚ ଖେଳି ୨୦ଟି ଉଇକେଟ ନେଇଛନ୍ତି।
ତାଙ୍କର ୧୩ବର୍ଷ ରଣଜୀ କ୍ୟାରିୟର ମଧ୍ୟରେ ୧୧ଥର ଓଡ଼ିଶା ଦଳ ଏଲିଟ୍‌ ଗ୍ରୁପ୍‌ ’କ’ ଏବଂ ’ଖ’ରେ ରହିଥିଲା ଓ ମାତ୍ର ୨ଟି ସିଜିନ୍‌ ପାଇଁ ଓଡ଼ିଶା ଗ୍ରୁପ୍‌ ’ସି’ ରେ ଖେଳିଛି। ଚଳିତ ବର୍ଷ କ୍ୱାର୍ଟର ଫାଇନାଲରେ ଟିମ୍‌ ଓଡ଼ିଶା ପ୍ରବେଶ କରିଥିବାରୁ ଆସନ୍ତା ରଣଜୀ ସିଜନ୍‌ରେ ଦଳ ଏଲିଟ୍‌ ଗ୍ରୁପ୍‌ ’ବି’ ରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି। ସେ ଏ ନେଇ ସନ୍ତୋଷ ପ୍ରକଟ କରିଛନ୍ତି। ଓଡ଼ିଶାର ମାତ୍ର ୨ଜଣ ସଫଳ ବୋଲର ରୂପେ ଦେବାଶିଷ ମହାନ୍ତିଙ୍କ ସହିତ ସେ ୩ଶହରୁ ଅଧିକ ରଣଜୀ ଉଇକେଟ ହାସଲ କରିଛନ୍ତି। ଏ ଫର୍ମ ଓ ଫିଟ୍‌ନେସ ବଜାୟ ରହିଲେ ସେ ଆଉ କିଛି ବର୍ଷ ରଣଜୀ ଖେଳିବା ଜାରି ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ଉପସ୍ଥାପନା: ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri