Posted inରାଜ୍ୟ

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.): ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । ଅସହ୍ୟ ଖରା ଯୋଗୁ କିଛିଦିନ ହେଲା ସକାଳ ୯ଟାଠାରୁ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି । ଗ୍ରୀଷ୍ମ ପ୍ରବାହ ଯୋଗୁ ହାଟ, ବଜାର, ରାସ୍ତା ଜନଶୂନ୍ୟ ହୋଇପଡୁଛି ା ଆଗକୁ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଜନ ସାଧାରଣଙ୍କ ମନରେ ଏବେଠାରୁ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ପ୍ରଶାସନ ଓ ବିଭିନ୍ନ ମହଲରେ ଏଥିପ୍ରତି ସତର୍କତା ରହିବାକୁ କୁହାଯାଇଛି। ଏବେଠାରୁ ମହାନଦୀର ଜଳସ୍ତର ହ୍ରାସ ପାଇ ମଝିରେ ମଝିରେ ଶୁଖି ବାଲିପଠା ସୃଷ୍ଟି ହେଉଛି। ନଦୀ ମଧ୍ୟରେ ରହି ଖାଦ୍ୟ ଅନ୍ବେଷଣ କରୁଥିବା ଜଳଚର ପ୍ରାଣୀ ପାଣିକୁଆ ଓ ବଗ ତାତିଲା ପାଣିକୁ ସହ୍ୟ କରି ନ ପାରି ବାହାରକୁ ଉଠି ଆସୁଛନ୍ତି । ତେଣୁ ବାଲୁକା ଶଯ୍ୟାରେ ବଗ ଏବଂ ପାଣିକୁଆ ଦଳ ଦଳ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି । ଶୀତଦିନରେ ଯେପରି ବିଭିନ୍ନ ଜାତିର ପକ୍ଷୀ ଦଳ ଦଳ ହୋଇ ନଦୀକୁ ଆସିଥାନ୍ତି ସେହିପରି ପାଣି କୁଆମାନେ ଏେବ ନଦୀ କୂଳରେ ଚରାବୁଲା କରୁଥିବା ଦୃଶ୍ୟ ଦେଖିବାକୁ ଜନ ସମାଗମ ବୃଦ୍ଧିପାଉଛି । ସମ୍ପୃକ୍ତ ପକ୍ଷୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ପ୍ରାୟ ସାଢେ ୪ଟା ପର୍ଯ୍ୟନ୍ତ ଏକାଠି ହୋଇ ନଦୀ କୂଳରେ ବସୁଥିବା ସୁ୍‌ନ୍ଦର ଦୃଶ୍ୟ ଖୁସି ଲାଗୁଥିବାବେଳେ ଗ୍ରୀଷ୍ମ ପ୍ରବାହ ଏମାନଙ୍କ ପାଇଁ କାଳ ସାଜିଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ଓ୍ବେଭ୍‌ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍‌ ଓ୍ବେଭ୍‌ ଜାରି…

ଗୁରୁତର ପୁଅ ଆମ୍ବୁଲାନ୍ସରେ, ବାପା ଥାନାରେ: ଭଞ୍ଜନଗର ମେଡିକାଲରେ ଡାକ୍ତରଙ୍କ ‘ଗୁଣ୍ଡାରାଜ’, ଦିବ୍ୟାଙ୍ଗ ମହିଳାଙ୍କୁ ବି…

ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri