ତହସିଲ, ବ୍ଲକ ଅଫିସରେ ଭିଜିଲାନ୍ସ: ଚାଲିଛି ରେକର୍ଡପତ୍ର ଯାଞ୍ଚ

ଖଇରା, ୧୩।୧୦(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଶୁକ୍ରବାର ଖଇରା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାଏଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ଅଜୟ ନାୟକ ଯାଞ୍ଚ କରିଛନ୍ତି।
ସୁଣ୍ଢିରା ଗ୍ରାମର ବନ୍ଦନା ନାୟକ ଓ ସ୍ବାମୀ କୈଳାସ ନାୟକ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଖଇରା ତହସିଲରେ ଆବେଦନ କରିଥିଲେ। ହେଲେ ତାଙ୍କୁ ନ ମିଳିବାରୁ ସେ ଉଚ୍ଚ ନ୍ୟାୟାଳୟରେ ଆବେଦନ ପରେ ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୩୮/୧୯) ରୁଜୁ କରାଯାଇଥିଲା। ଏହି ମାମଲାକୁ ଆଧାର କରି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗ ଦ୍ୱାରା ଖଇରା ତହସିଲରେ ରେକର୍ଡ଼ପତ୍ର ଯାଞ୍ଚ କରାଯାଇ ତହସିଲ କାର୍ଯ୍ୟାଳୟରୁ ୬୬୨।୧୮ ଓ ୬୬୩।୧୮ ଦୁଇଟି ରେକର୍ଡ଼କୁ ଜବତ କରାଯାଇଛି। ସେହିଭଳି ଏହି ଟିମ୍‌ ଖଇରା ବ୍ଲକରେ ମଧ୍ୟ କାଗଜପତ୍ର ଯାଞ୍ଚ କରିଥିଲେ। ସୂଚନାଯୋଗ୍ୟ ଭିଜିଲାନ୍ସ ପକ୍ଷରୁ ଗତ ୪ତାରିଖରେ ଏକ ୩ଜଣିଆ ଟିମ୍‌ ଖଇରା ବ୍ଲକରେ ପ୍ରଥମଥର ଚଢ଼ାଉ ଆରମ୍ଭ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏହି ଟିମ୍‌ ବ୍ଲକ ପରିସରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଖଇରା ବ୍ଲକର କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିତତାର ଅଭିଯୋଗ ହୋଇଆସୁଥିଲା। ଅଡ଼ିଟ ରିପୋର୍ଟକୁ ଆଧାର କରି କିଛି ପଞ୍ଚାୟତ ନେଇଥିବା ଭତ୍ତା ଟଙ୍କାକୁ ଫେରାଇ ନ ଥିବା ଏବଂ ଅଡ଼ିଟରୁ ୩୦ଲକ୍ଷରୁ ଅଧିକ ଟଙ୍କାର ହିସାବ ନ ଥିବା ସୂଚନା ଦେଇଥିଲେ। ଚଢ଼ାଉରେ ବ୍ଲକ ପରିସରରେ ରେକର୍ଡ଼ପତ୍ର ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri