ତହସିଲ କାର୍ଯ୍ୟାଳୟରେ ନାହିଁ ପିଇବା ପାଣି

ନାଉଗଁ।,୧୧ା୬(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ନାଉଗଁା ତହସିଲ କାର୍ଯ୍ୟାଳୟରେ ଥିବା ପାନୀୟଜଳ ପ୍ରକଳ୍ପଟି ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ଏହି ତହସିଲ ଉପରେ ନିର୍ଭରଶୀଳ ୧୬ ପଞ୍ଚାୟତର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ଆସିବାବେଳେ ପିଇବାକୁ ପାଣି ଟୋପେ ପାଉନାହାନ୍ତି। ପ୍ରକାଶ ଯେ, ପାରାଦୀପ ପୋର୍ଟ ଟ୍ରଷ୍ଟର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଣ୍ଠିରେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। କିନ୍ତୁ ପ୍ରକଳ୍ପ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର କରାଯାଇଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପଦିନ ମଧ୍ୟରେ ଅଚଳ ହୋଇପଡିଛି। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। କିନ୍ତୁ କିଛିଦିନ ପରେ ତାହା ପୁଣି ଅଚଳ ହୋଇପଡିଛି। ଏହି କାର୍ଯ୍ୟାଳକୁ ବହୁ ଦୂରରୁ ଲୋକେ ବିଭିନ୍ନ କାର୍ଯ୍ୟରେ ଆସି ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ଶୋଷ ହେଲେ ପାଣି ଟୋପେ ପିଇବାକୁ ନ ମିଳିବାରୁ ସେମାନେ ବାହାର ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ, ଉକ୍ତ ପ୍ରକଳ୍ପଟି ତହସିଲ କାର୍ଯ୍ୟାଳୟ ପରିସରରେ ରହିଛି। ତେଣୁ ମରାମତି ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିଡିଓଙ୍କୁ ଅବଗତ କରାଯିବା ପରେ
ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

ନାଉଗାଁ,୧୯ା୭(ସ୍ବ.ପ୍ର.):ନାଉଗାଁ ବ୍ଲକ ଅନ୍ତର୍ଗତ ନିଆଳି -ଗଜରାଜପୁର ରାସ୍ତା ଏବେ ମରଣଯନ୍ତା ପାଲିଟିଛି। ଏହି ରାସ୍ତା ଏରେଡା ଦେଇ ନିଆଳିକୁ ସଂଯୋଗ କରୁଛି। ଏହା ଦେବୀ ନଦୀବନ୍ଧ...

ବାଲିପ୍ଲଟ୍‌ର ଦୁଃଖ, ସଂଯୋଗ ରାସ୍ତା

ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍‌। ପ୍ରତିଦିନ ବାଲିପ୍ଲଟ୍‌କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ...

କୁନି ପ୍ରଧାନ ହତ୍ୟା ମାମଲା: ନାତି ବଳରାମଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୨୧।୯: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନପୁରର କୁନି ପ୍ରଧାନ(୮୩)ଙ୍କୁ ୨୦୧୪ ମସିହାରେ ତାଙ୍କ ନାତି ବଳରାମ ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ...

ଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟରେ ତାଲା

ନାଉଗାଁ,୨୩।୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତରେ ଥିବା ଗୋପାଳଜୀଉ ଉ.ପ୍ରା. ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାଯର୍‌ୟଙ୍କୁ ନିଳମ୍ବନ କରିବା ପ୍ରତିବାଦରେ ଗୁରୁବାର ଛ୍ରାତ୍ରୀଛାତ୍ର, ଅଭିଭାବକ...

‘ୟୁନିୟନକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି’

ପାରାଦୀପ, ୩୧।୭ (ସ୍ବ.ପ୍ର.): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଟର୍ମିନାଲ ରାସ୍ତାରେ ୨୭ ତାରିଖ ସାରେ ପିପିଏଲ୍‌ ୱାର୍କର୍ସ ୟୁନିୟନ ସମ୍ପାଦକ ପ୍ରଫୁଲ୍ଲ ଖଟୁଆଙ୍କୁ ୨...

ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ...

ପାରାଦୀପରେ ହ୍ରାସ ପାଉଛି ଭୂତଳ ଜଳ

ପାରାଦୀପ,୪ା୮ (ସ୍ବ.ପ୍ର.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ଅନେକ ସ୍ଥାନରେ ପରିବେଶ ବିଗିଡିବାରେ ଲାଗିଛି। କେଉଁଠି ଅତିବୃଷ୍ଟି ତ କେଉଁଠି ଶୁଖିଲା ପଡିଛି। ଏମିତି...

ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୨ା୭: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍‌ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ...

Advertisement
Archives

Model This Week