ତଳମୁଣ୍ଡରେ ପହଞ୍ଚିଲାନି କେନାଲ ପାଣି: ମରିବାକୁ ବସିଲାଣି ଗର୍ଭଣୀ ଧାନ

ଜୁନାଗଡ,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କେନାଲ ବିଭାଗ ପାଣି ଦେବାକୁ କହିି ଶେଷ ମୁହୂର୍ତ୍ତରେ ନ ଦେବା ଫଳରେ ଚାଷୀମାନେ ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ରବିଧାନ ଗର୍ଭଣୀ ଅବସ୍ଥାରେ ଥିବାବେଳେ କେନାଲରେ ପାଣି ନ ଆସିବା ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଲାଣି। କରୋନା ମାଡ଼ ପରେ ଏବେ ରବିଧାନ ନଷ୍ଟ ହେବା ଚାଷୀଙ୍କୁ ହତାଶା ମଧ୍ୟକୁ ଟାଣି ନେଇଛି।
ଜୁନାଗଡ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚାଷୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଣିରେ ରବିଧାନ ଚାଷ କରିଥିଲେ। ଚାଷ କରିବା ପୂର୍ବରୁ କେନାଲ ବିଭାଗ ଚାଷୀମାନଙ୍କୁ ୨୫କ୍ୟୁବେକ ପାଣି ଦେବା ପାଇଁ ସର୍ତ୍ତ ରଖିଥିଲେ। ସେହି ଅନୁସାରେ ଚାଷୀମାନେ ରବିଋତୁରେ ଧାନ ଚାଷ କରିଥିଲେ। ହେଲେ କେନାଲ ବିଭାଗ ବିଜୁଳି ଉପତ୍ାଦନ ହେଉ ନ ଥିବା କାରଣ ଦର୍ଶାଇ ୧୫ କ୍ୟୁବିକ ପାଣି ଦେଇଥିଲା। ଫଳରେ ଏହି ପାଣି ଶେଷମୁଣ୍ଡରେ ପହଞ୍ଚି ପାରି ନ ଥିଲା। ଏଥିଯୋଗୁ ବର୍ତ୍ତମାନ ଧାନ ଗର୍ଭ ଅବସ୍ଥାରେ ମରିବାକୁ ବସିଲାଣି। ପଞ୍ଚାୟତ ଅନ୍ତର୍ଗତ ଲବଣିପୁର ଗ୍ରାମର ସୁରୁ ସୁନାନୀଙ୍କ ୫ଏକର, ଭୀଷ୍ମ ବାଗଙ୍କ ୫ ଏକର, କମ୍ବୁ ସୁନାନୀଙ୍କ ୩ଏକର, ବିରଞ୍ଚି ଦୁର୍ଗାଙ୍କ ୧ଏକର, କିମନ୍ତ ମାଝୀଙ୍କ ୩ ଏକର, ପଦ୍ମନ ମାଝୀଙ୍କ ୧ଏକର ଓ ଭାଗ୍ୟବାନ ମାଝୀଙ୍କ ୨ଏକର ଏହିପରି ୨୦ଏକର ଧାନ ଚାଷ ପାଣି ଅଭାବରୁ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଘଣ୍ଟବାହାଲି ଓ ଗୁଞ୍ଜୁଗୁଡା ଗ୍ରାମର ଅନେକ ଚାଷୀଙ୍କ ଧାନ ମଧ୍ୟ ନଷ୍ଟ ହୋଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବୀରେନ ପଟ୍ଟନାୟକଙ୍କୁ ପଚାରିବାରୁ ଗୁଞ୍ଜୁଗୁଡା ଓ ଲବଣୀପୁର ଗ୍ରାମର ଚାଷୀମାନେ ତାଙ୍କ ଭିତରେ କଥା ହୋଇ ପାଣି ନେଉଛନ୍ତି। ତେବେ ସେମାନେ କାହଁିକି ଭାଗବଣ୍ଟା କରି ପାଣି ମଡାଉ ନାହାନ୍ତି ବୋଲି ସେ କହିଥିଲେ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳ ଦୃଷ୍ଟିଦେଇ ଏହାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ,୧୦।୪: ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri