ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ ଧରି ଅଲଗା ରହିବା କେବେ ଶୁଣିଛନ୍ତି କି, କିନ୍ତୁ ମଧ୍ୟ ପ୍ରଦେଶରେ ଏଭଳି ଘଟଣା ଘଟିଛି। ଦେବାସରେ ଏକ ଦମ୍ପତିଙ୍କ ମଧ୍ୟରେ ତରକାରୀକୁ ନେଇ ଝଗଡା ଲାଗିଥିଲା। ସ୍ବାମୀ ସେଓ ତରକାରୀ ଖାଇବାକୁ କହିଥିଲେ ମଧ୍ୟ ସ୍ତ୍ରୀ ଏହା ପ୍ରସ୍ତୁତ କରି ଦେଇ ନ ଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଏତେ ଝଗଡା ଲାଗିଥିଲା ଯେ ୧୭ ବର୍ଷ ହେଲା ଉଭୟ ଅଲଗା ରହୁଥିଲେ। ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ବିଚାରପତି ମାମଲା ସମାଧାନ ପାଇଁ ଏକ ଅଭିନବ ଉପାୟ ଚିନ୍ତା କରିଥିଲେ। ଉଭୟଙ୍କ କୋର୍ଟକୁ ଡାକି ସ୍ତ୍ରୀଙ୍କୁ ଘରେ ସେଓ ତରକାରୀ ପ୍ରସ୍ତୁତ କରିବାକୁ କହିଥିଲେ। ସ୍ତ୍ରୀ ବିଚାରପତିଙ୍କ କଥା ମାନି ସ୍ବାମୀଙ୍କୁ ତରକାରୀ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ। ପରଦିନ ଉଭୟ କୋର୍ଟରେ ହାଜର ହୋଇ ବିଚାରପତିଙ୍କୁ କହିଥିଲେ, ଏବେ ଆମେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିପିନ ରାୱତଙ୍କ ଶେଷ ବାର୍ତ୍ତା ଭାଇରାଲ୍‌, ସମସ୍ତଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି। ତେବେ ମୃତ୍ୟର ଦିନକ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ‘ବିଜୟ ପର୍ବ’...

ଦିଲ୍ଲୀରେ ଅପରେଶନ୍‌ ‘ଲୋଟସ୍‌’ ବିଫଳ: ଏଏପିକୁ ଭାଙ୍ଗିବାକୁ ଭାଜପାର ସିବିଆଇ-ଇଡିର ଛାଟ

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଏକ୍ସାଇଜ୍‌ ସ୍କାମ୍‌ ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ଆମ ଆଦମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ବିବାଦ ଆହୁରି ବଢ଼ିବାରେ...

ଯୁବ ପ୍ରତିଭା: ଦରଦୀଙ୍କ ବନ୍ଧୁ ପିଙ୍କୁ

ପିଲା ବେଳୁ ସମାଜ ସେବା ପ୍ରତି ତାଙ୍କର ଆଗ୍ରହ । ବୟସ ବଢିବା ସହିତ ଏହା ତାଙ୍କ ନିଶାରେ ପରିଣତ ହୋଇଛି। ରାସ୍ତାକଡରେ ଭୋକିଲାଙ୍କୁ ଖାଦ୍ୟ...

‘ଭାରତୀୟ ସେନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି’

ଇଟାନଗର,୨୦।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଲଗାତାର ଆଲୋଚନା ହେଉଛି। ଏହି ସମୟରେ, ତୱାଙ୍ଗ...

ଏମିତି ଗାଁ ଯେଉଁଠି ଶୋଇବା, ରୋଷେଇ ଘରେ ରୁହନ୍ତି ସାପ

ମଧ୍ୟପ୍ରଦେଶର ଏକ ଗାଁରେ ଏତେ ସଂଖ୍ୟକ ସାପ ଅଛି ଯେ ସେମାନଙ୍କୁ ଗୋଟିଏ ଗୋଟିଏ କରି ଧରାଯାଉଛି। ଏହି ଗାଁ ଖଣ୍ଡବା ସହରର ନିକଟବର୍ତ୍ତୀ। ବହୁ...

ରାଘବ ଚଡ୍ଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଚଣ୍ଡିଗଡ଼,୧୧।୭: ଆମ ଆଦମୀ ପାର୍ଟିର ରାଜ୍ୟସଭା ଏମ୍‌ପି ରାଘବ ଚଡ୍ଡା ପଞ୍ଜାବ ସରକାରଙ୍କ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ...

ବୋହୂଙ୍କ ପାଇଁ ନିର୍ବାଚନ ମଇଦାନ ଛାଡ଼ିଲେ କଂଗ୍ରେସ ନେତା

ଗୋଆ,୨୭।୧: ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ପ୍ରତାପସିନ୍ହ ରାଣେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ...

Advertisement
Archives

Model This Week