ତଦନ୍ତରେ ସୀମିତ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୬।୭(ବ୍ୟୁରୋ)
ଗଣ୍ଡଗୋଳ, ବଳାତ୍କାର, ପୋଲିସ ଗୁଳିକାଣ୍ଡ, ଦଳାଚକଟା ଭଳି ଅନେକ ଘଟଣାକୁ ଶାନ୍ତ କରିବାକୁ ରାଜ୍ୟ ସରକାର ବିିଭିନ୍ନ ସମୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥାଆନ୍ତି। ଏଥିପାଇଁ ତଦନ୍ତ କମିଶନ ଗଠନ କରାଯାଇଥାଏ। ଘଟଣାର ତଦନ୍ତ ୩ ମାସ ମଧ୍ୟରେ ସାରିବାକୁ ସରକାର ଡେଡ୍‌ଲାଇନ ଦେଇଥାଆନ୍ତି। ମାତ୍ର ତଦନ୍ତର ଅନ୍ତ କେବେ ହେବ, ତାହା ସରକାରଙ୍କୁ ମଧ୍ୟ ମାଲୁମ ନ ଥାଏ। ୩ ମାସର ତଦନ୍ତ ଗଡ଼ି ଗଡ଼ି ୭୩ ମାସରେ ବି ପହଞ୍ଚିଯାଉଛି। ସେତେବେଳକୁ ଘଟଣା ଲୋକମାନଙ୍କ ମନରୁ ଅପସରି ଯାଇଥାଏ। କମିଶନ ରିପୋର୍ଟ ଦେବା ପରେ ମଧ୍ୟ ତାହାକୁ ବିଧାନସଭାରେ ଉପସ୍ଥାପନ କରିବାକୁ ଆହୁରି ସମୟ ଲାଗିଯାଉଛି। ତଦନ୍ତ ବାହାନାରେ ଦୀର୍ଘସମୟ ଅପଚୟ ହେବା ସହ ରାଜ୍ୟ ରାଜକୋଷରୁ ବହୁ କୋଟି ଟଙ୍କା ବରବାଦ ହେଉଛି। ଏ କଥାକୁ ଖୋଦ୍‌ ସରକାର ସ୍ବୀକାର କରିଛନ୍ତି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର ୯ଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ପାଇଁ ରାଜ୍ୟ ତହବିଲ୍‌ରୁ ୬ କୋଟି ୭୭ ଲକ୍ଷ ୭୧ ହଜାର ୬୮ ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ବିଧାନସଭାରେ ମାତ୍ର ୩ଟିର ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ ୬ଟି ବିଭିନ୍ନ ପର୍ଯ୍ୟାୟରେ ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୦ ଅଗଷ୍ଟ ୨୩ ତାରିଖରେ କଟକ ଜିଲା ବାଗଲପୁର ପୋଲିସ ଗୁଳିକାଣ୍ଡ ଘଟଣା ହୋଇଥିଲା। ସରକାର ଏହାକୁ ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କମିଶନ ବସାଇଥିଲେ। ୩ ମାସ ବଦଳରେ ଏହି ତଦନ୍ତ ୫୭ ମାସ ଚାଲିଲା। ଏଥିପାଇଁ ୩୧ ଲକ୍ଷ ୬୧ ହଜାର ୩୯୧ ଟଙ୍କା ଖର୍ଚ୍ଚ ହେଲା। ସେହିପରି ୨୦୧୧ ଏପ୍ରିଲ ୨ ତାରିଖରେ ରାଉରକେଲା ପୋଲିସ ଓ ବିଚାରପତିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପାଇଁ ତଦନ୍ତ କମିଶନ ବସାଇଥିଲେ ରାଜ୍ୟ ସରକାର। ୩ ମାସ ବଦଳରେ ତଦନ୍ତ ଶେଷହେବାକୁ ୨୧ ମାସ ସମୟ ଲାଗିଲା। ଏଥିପାଇଁ ଖର୍ଚ୍ଚ ହେଲା ୩୧ ଲକ୍ଷ ୬ ହଜାର ୮୬୦ ଟଙ୍କା। ଉକ୍ତ ଦୁଇଟି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ୨୦୧୧ ନଭେମ୍ବର ୩୦ ତାରିଖରେ ପୁରୀ ଜିଲାର ପିପିଲି ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମରେ ଜଣେ ଝିଅର ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ। କମିଶନ ୩ ମାସ ବଦଳରେ ୫୨ ମାସରେ ତଦନ୍ତ ଶେଷ କରିଥିଲେ। କମିଶନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ। ଏଥିପାଇଁ ୫୩ ଲକ୍ଷ ୩୬ ହଜାର ୮୧୮ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୨ ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଫାସିପଡାଠାରେ ହୋଇଥିବା ପୋଲିସ ଗୁଳିକାଣ୍ଡର ତଦନ୍ତ କରାଇଥିଲେ ସରକାର। ଏଥିପାଇଁ କୌଣସି ଖର୍ଚ୍ଚ ହୋଇ ନ ଥିବା ବେଳେ ୩ ମାସ ବଦଳରେ ତଦନ୍ତ ଶେଷହେବାକୁ ୩୭ ମାସ ଲାଗିଗଲା। ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଚିଟ୍‌ଫଣ୍ଡ ପାଇଁ ସରକାର ତଦନ୍ତ କମିଶନ ବସାଇଛନ୍ତି। ତେବେ ଏହି କମିଶନ କେବେଠାରୁ ବସାଯାଇଛି ସେ ବିଷୟରେ ମନ୍ତ୍ରୀ କିଛି କହି ନ ଥିବା ବେଳେ ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଥିଲେ ମଧ୍ୟ ୭୩ ମାସ ସମୟ ଲାଗିଯାଇଛି। ଏଥିପାଇଁ ସର୍ବାଧିକ ୫ କୋଟି ୫୫ ଲକ୍ଷ ୩୦ ହଜାର ୯୬୯ ଟଙ୍କା ଖର୍ଚ୍ଚ କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସରକାରଙ୍କ ଅର୍ଥ ବିଭାଗ ସେଥିରୁ ୬ଟି ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ୨୦୧୬ ଜୁଲାଇ ୮ ତାରିଖରେ କନ୍ଧମାଳ ଜିଲା ଗୁମୁଡିମାହା ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ କମିଶନ ବସାଯାଇଥିଲା। ୩ ମାସରେ ତଦନ୍ତ ରିପୋର୍ଟ ଦେବା ବଦଳରେ କମିଶନ ୨୦ ମାସ ପରେ ରିପୋର୍ଟ ସରକାରଙ୍କୁ ଦେଲେ। ଏଥିପାଇଁ ରାଜ୍ୟ ରାଜକୋଷରୁ ୧ ଲକ୍ଷ ୭୩ ହଜାର ୭୪୩ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬ ଅକ୍ଟୋବର ୧୭ ତାରିଖରେ ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ଜୀବନ ଯାଇଥିଲା। ୨ ମାସ ମଧ୍ୟରେ ତଦନ୍ତ ସାରିବାକୁ କମିଶନଙ୍କୁ କୁହାଯାଇଥିବା ବେଳେ ୫ ମାସ ପରେ ସରକାରଙ୍କୁ ରିପୋର୍ଟ ମିଳିଥିଲା। ୩ ବର୍ଷ ପରେ ସେହି ରିପୋର୍ଟକୁ ସରକାର ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେହିପରି ୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲାର ଏକ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ସରକାର ତଦନ୍ତ କମିଶନ ବସାଇଥିଲେ। ମାତ୍ର କମିଶନ ୩ ମାସ ବଦଳରେ ୮ ମାସରେ ତଦନ୍ତ ଶେଷ କରିଛନ୍ତି। ଏଥିପାଇଁ ୩୯,୩୭୦ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ରାଜ୍ୟ ସରକାର ଶ୍ରୀମନ୍ଦିରର ରନ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରାଇଥିଲେ। ଏହି ତଦନ୍ତ କମିଶନ ୩ ମାସ ବଦଳରେ ୬ ମାସରେ ତଦନ୍ତ ଶେଷ କରିଥିଲେ। ଏଥିପାଇଁ ରାଜକୋଷରୁ ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ରିପୋର୍ଟ ପାଇବା ପରେ ସରକାର ପରୀକ୍ଷା ନିରୀକ୍ଷା କରୁଥିବା ମନ୍ତ୍ରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri