ଢେଙ୍କାନାଳ ଜିଲା ଚିଠି: ଟ୍ରାଫିକ୍‌ ଟେନ୍‌ସନ

ଢେଙ୍କାନାଳ ସମେତ ଜିଲାର ପ୍ରମୁଖ ସହରରେ ଟ୍ରାଫିକ୍‌ ସମସ୍ୟା ଚିନ୍ତାଜନକ ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଛି ସତ, ହେଲେ ବାସ୍ତବ ସ୍ଥିତି ଦେଖିଲେ ଏଥିପ୍ରତି କାହାରି ଖାତିର ନ ଥିବା ଭଳି ମନେହେଉଛି। ଗାଡ଼ି ଚାଳକ, ପଥରାରୀଙ୍କ ମଧ୍ୟରେ ସଚେତନତା ଅଭାବ, ଜନଗହଳିପୂର୍ଣ୍ଣ ସ୍ଥାନରେ ଦ୍ରୁତ ଗାଡ଼ିଚାଳନା ଏହାର ପ୍ରମୁଖ କାରଣ। ଅନ୍ୟପଟେ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଖାକି ଉପରେ ମାତ୍ରାଧିକ ଚାପ ପଡୁଛି, ଯାହା ସମସ୍ୟାକୁ ବଢ଼ାଉଛି। ଢେଙ୍କାନାଳରୁ କାମାକ୍ଷାନଗରକୁ ସଂଯୋଗ କରୁଥିବା ୪୦ କି.ମି. ଦୀର୍ଘ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି। ଦୁର୍ଘଟଣାପ୍ରବଣ ସ୍ଥାନରେ ସଚେତନତା ଫଳକ ଲାଗୁନାହିଁ। ୬ମାସ ମଧ୍ୟରେ ଦୁର୍ଘଟଣା ଘଟି ଏହି ରାସ୍ତାରେ ୬ଜଣଙ୍କ ମୃତ୍ୟୁ ଘଟିଲାଣି। ଅନେକେ ଆହତ ମଧ୍ୟ ହେଲେଣି। ଶଙ୍କରପୁର-ଭାପୁର-ଅନୁଗୋଳ-ସମ୍ବଲପୁର ରାସ୍ତାରେ ବେପରୁଆ ଗାଡ଼ି ଚାଳନା ପଥଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସେହିପରି ଢେଙ୍କାନାଳ ସହରର ଅନ୍ୟତମ ବ୍ୟସ୍ତବହୁଳ କୁଞ୍ଜକାନ୍ତ ଅଞ୍ଚଳରେ ଶତାଧିକ ଗାଡ଼ି ଚଳାଚଳ ଯୋଗୁ ରାସ୍ତା ଜାମ୍‌ ହେଉଛି। କିଛିଦିନ ମଧ୍ୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ୨ଜଣଙ୍କ ଜୀବନହାନି ହେଲାଣି। ସହର ଭିତରେ ଦୁର୍ଘଟଣା ବଢ଼ିଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନର ଚେତା ପଶୁନାହିଁ। ବେପରୁଆ ଗାଡ଼ି ଚାଳକଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ କେହି କାହାରିକୁ ଖାତିର କରୁନାହାନ୍ତି। ଜିଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଟ୍ରାଫିକ୍‌ ସମସ୍ୟାରେ ସୁଧାର ନ ହେଲେ ସାଧାରଣରେ କୁହୁଳୁଥିବା ଅସନ୍ତୋଷ ଉଗ୍ରରୂପ ନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
– ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ

ପୁରୀ ଅଫିସ, ୨୧।୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ...

ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ

ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି...

ଏସ୍‌ଆଇ ସ୍ବାଗତିକା ଆତ୍ମହତ୍ୟା ମାମଲା: ଆଇଆଇସିଙ୍କ ବିରୋଧରେ ଏତଲା

ଜି.ଉଦୟଗିରି,୨୮ା୮(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ...

ଭଷ୍ମା ପୋଲିସ ହାତରେ ଧରାପଡ଼ିଲେ ୨ ଗଞ୍ଜେଇ ଚୋରା ଚାଲାଣକାରୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଭଷ୍ମା ଥାନା ପୋଲିସ ୨ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨କେଜି ଗଞ୍ଜେଇ ଏବଂ ଗୋଟିଏ ବାଇକକୁ ଜବତ...

୧୭ ଦିନରେ ଗଲାଣି ୮୬୮୯.୬୨୬ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୧୦ା୫:କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି ା ଏଭଳି ପରିସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା।...

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର...

ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ...

Advertisement
Archives

Model This Week