Posted inରାଜ୍ୟ

ଢେଙ୍କାନାଳରେ ୩୫.୬% କମ୍‌ ବର୍ଷିଛି: ଦୁଇ ସପ୍ତାହରେ ବର୍ଷା ନ ହେଲେ ମରୁଡ଼ି

ଢେଙ୍କାନାଳ ଅଫିସ, ୨୪।୭-ଠକିଦେଲା ମୌସୁମୀ। ଲଘୁଚାପ ବର୍ଷା ବି ସେମିତି ଖାସ୍‌ ହେଲାନି। ଆକାଶରେ ବାଦଲ ଭାସୁଛି। ହେଲେ ବର୍ଷୁନି। ଯଦିବା କାଁ ଭାଁ ବର୍ଷା ହେଉଛି ସେତକ ଚାଷକୁ ପାଉନି। ଏପରି ସ୍ଥିତିରେ ଢେଙ୍କାନାଳ ଜିଲାରେ ଚାଷ ଉଜୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଦୁଇ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ସଙ୍ଗିନ ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛି କୃଷି ବିଭାଗ।
ଢେଙ୍କାନାଳ ଜିଲାରେ ଜୁଲାଇ ୨୦ ସୁଦ୍ଧା ୩୫.୬୦% କମ୍‌ ବର୍ଷା ହୋଇଛି। ଜମିରେ ଯେତିକି ପାଣି ଅଛି ଆସନ୍ତା ୧୫ଦିନ ଯାଏ କଷ୍ଟେମଷ୍ଟେ ଚଳିଯିବ। ହେଲେ ଏହା ପରେ ବି ଯଦି ବର୍ଷା ନ ହୁଏ, ତେବେ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଅନୁମାନ କରିଛି କୃଷି ବିଭାଗ। ସ୍ଥିତିକୁ ନଜରରେ ରଖି ଜିଲାପାଳ କୃଷି, ଜଳସେଚନ ସମେତ ଅନ୍ୟ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତବର୍ଷ ଜିଲାରେ ୧ଲକ୍ଷ ୮୫ହଜାର ୧୦୦ ହେକ୍ଟର ଜମିରେ ଖରିଫ୍‌ ଫସଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୯୪,୯୪୦ ହେକ୍ଟରରେ ଧାନ, ୨୨,୯୧୬ ହେକ୍ଟରରେ ଡାଲିଜାତୀୟ, ୧୩୦ ହେକ୍ଟରରେ ତନ୍ତୁଜାତୀୟ, ୨୦,୫୮୦ ହେକ୍ଟରରେ ତୈଳବୀଜ, ୩୭,୪୪୫ ହେକ୍ଟରରେ ପରିବା, ୫,୮୦୦ ହେକ୍ଟରରେ ମସଲାଜାତୀୟ ଏବଂ ୪୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ଜୁଲାଇ ୨୩ ସୁଦ୍ଧା ସମୁଦାୟ ୯୪,୯୪୦ ହେକ୍ଟର ମଧ୍ୟରୁ ୫୫ ହଜାର ହେକ୍ଟର ଚାଷ ଜମିରେ ଧାନ ବୁଣା କାର୍ଯ୍ୟ ଶେଷହୋଇଛି। ଗତବର୍ଷ ସମାନ ସମୟରେ ୯୩,୨୫୦ ହେକ୍ଟର ଜମିରେ ଧାନବୁଣା ସରିଥିଲା। ୩୯,୯୪୦ ହେକ୍ଟର ରୁଆ ଧାନ ଚାଷ କରାଯିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବାବେଳେ ମାତ୍ର ୬,୯୮୮ ହେକ୍ଟର ଜମିରେ ରୁଆ ସରିଛି। ଗତବର୍ଷ ଏହି ସମୟରେ ୮,୨୫୦ ହେକ୍ଟର ଜମିରେ ରୁଆ ଶେଷ ହୋଇସାରିଥିଲା। ଚଳିତବର୍ଷ ୩,୪୯୪ ହେକ୍ଟର ଜମିରେ ତଳି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧,୩୫୦ ହେକ୍ଟର ଜମିରେ ବେଉଷଣ ସରିଛି ା କିନ୍ତୁ ଗତବର୍ଷ ଏହି ସମୟରେ ୩ ହଜାର ହେକ୍ଟର ଜମିରେ ବେଉଷଣ ଶେଷ ହୋଇଥିଲା।
ଅପରପକ୍ଷେ ଜିଲାରେ ଜୁଲାଇ ୨୦ ସୁଦ୍ଧା ୧୧୮.୮୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସାଧାରଣ ବର୍ଷାର ପରିମାଣ ୧୮୪.୫୯ ମିମି ହେବା କଥା। ଓଡ଼ାପଡ଼ା ବ୍ଲକରେ ୫୭% ଏବଂ ପରଜଙ୍ଗ ବ୍ଲକରେ ୭୧% କମ୍‌ ବର୍ଷା ହୋଇଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସବୁକ୍ଷେତ୍ରରେ ଚାଷ ଧିମେଇଥିବା ସ୍ପଷ୍ଟ ହୋଇଛି।
ଏ ସମ୍ପର୍କରେ ଜିଲା କୃଷି ବିଭାଗ ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଜିଲାରେ ୧୧୫୮ ବୋରୱେଲ ମଧ୍ୟରୁ ୧୦୪୧ଟି କାର୍ଯ୍ୟକ୍ଷମ ରହିଛି। ରେଙ୍ଗାଳି ଦକ୍ଷିଣ କେନାଲ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଜଳସେଚିତ ହେଉଥିବା ଜମିଗୁଡିକ ସମ୍ପର୍କରେ ସମସ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସ୍ବାଭାବିକ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଖରିଫ ଚାଷ ସମ୍ପର୍କରେ ବୈଠକ ସରିଛି। ୨୫ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହା ସତ୍ତ୍ୱେ ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି। ଖୁବ୍‌ଶୀଘ୍ର ଜରୁରୀ ବୈଠକ ଡାକି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri