Posted inରାଜ୍ୟ

ଢେଙ୍କାନାଳରେ ୩୫.୬% କମ୍‌ ବର୍ଷିଛି: ଦୁଇ ସପ୍ତାହରେ ବର୍ଷା ନ ହେଲେ ମରୁଡ଼ି

ଢେଙ୍କାନାଳ ଅଫିସ, ୨୪।୭-ଠକିଦେଲା ମୌସୁମୀ। ଲଘୁଚାପ ବର୍ଷା ବି ସେମିତି ଖାସ୍‌ ହେଲାନି। ଆକାଶରେ ବାଦଲ ଭାସୁଛି। ହେଲେ ବର୍ଷୁନି। ଯଦିବା କାଁ ଭାଁ ବର୍ଷା ହେଉଛି ସେତକ ଚାଷକୁ ପାଉନି। ଏପରି ସ୍ଥିତିରେ ଢେଙ୍କାନାଳ ଜିଲାରେ ଚାଷ ଉଜୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଦୁଇ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ସଙ୍ଗିନ ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛି କୃଷି ବିଭାଗ।
ଢେଙ୍କାନାଳ ଜିଲାରେ ଜୁଲାଇ ୨୦ ସୁଦ୍ଧା ୩୫.୬୦% କମ୍‌ ବର୍ଷା ହୋଇଛି। ଜମିରେ ଯେତିକି ପାଣି ଅଛି ଆସନ୍ତା ୧୫ଦିନ ଯାଏ କଷ୍ଟେମଷ୍ଟେ ଚଳିଯିବ। ହେଲେ ଏହା ପରେ ବି ଯଦି ବର୍ଷା ନ ହୁଏ, ତେବେ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଅନୁମାନ କରିଛି କୃଷି ବିଭାଗ। ସ୍ଥିତିକୁ ନଜରରେ ରଖି ଜିଲାପାଳ କୃଷି, ଜଳସେଚନ ସମେତ ଅନ୍ୟ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତବର୍ଷ ଜିଲାରେ ୧ଲକ୍ଷ ୮୫ହଜାର ୧୦୦ ହେକ୍ଟର ଜମିରେ ଖରିଫ୍‌ ଫସଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୯୪,୯୪୦ ହେକ୍ଟରରେ ଧାନ, ୨୨,୯୧୬ ହେକ୍ଟରରେ ଡାଲିଜାତୀୟ, ୧୩୦ ହେକ୍ଟରରେ ତନ୍ତୁଜାତୀୟ, ୨୦,୫୮୦ ହେକ୍ଟରରେ ତୈଳବୀଜ, ୩୭,୪୪୫ ହେକ୍ଟରରେ ପରିବା, ୫,୮୦୦ ହେକ୍ଟରରେ ମସଲାଜାତୀୟ ଏବଂ ୪୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ଜୁଲାଇ ୨୩ ସୁଦ୍ଧା ସମୁଦାୟ ୯୪,୯୪୦ ହେକ୍ଟର ମଧ୍ୟରୁ ୫୫ ହଜାର ହେକ୍ଟର ଚାଷ ଜମିରେ ଧାନ ବୁଣା କାର୍ଯ୍ୟ ଶେଷହୋଇଛି। ଗତବର୍ଷ ସମାନ ସମୟରେ ୯୩,୨୫୦ ହେକ୍ଟର ଜମିରେ ଧାନବୁଣା ସରିଥିଲା। ୩୯,୯୪୦ ହେକ୍ଟର ରୁଆ ଧାନ ଚାଷ କରାଯିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବାବେଳେ ମାତ୍ର ୬,୯୮୮ ହେକ୍ଟର ଜମିରେ ରୁଆ ସରିଛି। ଗତବର୍ଷ ଏହି ସମୟରେ ୮,୨୫୦ ହେକ୍ଟର ଜମିରେ ରୁଆ ଶେଷ ହୋଇସାରିଥିଲା। ଚଳିତବର୍ଷ ୩,୪୯୪ ହେକ୍ଟର ଜମିରେ ତଳି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧,୩୫୦ ହେକ୍ଟର ଜମିରେ ବେଉଷଣ ସରିଛି ା କିନ୍ତୁ ଗତବର୍ଷ ଏହି ସମୟରେ ୩ ହଜାର ହେକ୍ଟର ଜମିରେ ବେଉଷଣ ଶେଷ ହୋଇଥିଲା।
ଅପରପକ୍ଷେ ଜିଲାରେ ଜୁଲାଇ ୨୦ ସୁଦ୍ଧା ୧୧୮.୮୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସାଧାରଣ ବର୍ଷାର ପରିମାଣ ୧୮୪.୫୯ ମିମି ହେବା କଥା। ଓଡ଼ାପଡ଼ା ବ୍ଲକରେ ୫୭% ଏବଂ ପରଜଙ୍ଗ ବ୍ଲକରେ ୭୧% କମ୍‌ ବର୍ଷା ହୋଇଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ସବୁକ୍ଷେତ୍ରରେ ଚାଷ ଧିମେଇଥିବା ସ୍ପଷ୍ଟ ହୋଇଛି।
ଏ ସମ୍ପର୍କରେ ଜିଲା କୃଷି ବିଭାଗ ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଜିଲାରେ ୧୧୫୮ ବୋରୱେଲ ମଧ୍ୟରୁ ୧୦୪୧ଟି କାର୍ଯ୍ୟକ୍ଷମ ରହିଛି। ରେଙ୍ଗାଳି ଦକ୍ଷିଣ କେନାଲ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଜଳସେଚିତ ହେଉଥିବା ଜମିଗୁଡିକ ସମ୍ପର୍କରେ ସମସ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସ୍ବାଭାବିକ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଖରିଫ ଚାଷ ସମ୍ପର୍କରେ ବୈଠକ ସରିଛି। ୨୫ ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହା ସତ୍ତ୍ୱେ ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି। ଖୁବ୍‌ଶୀଘ୍ର ଜରୁରୀ ବୈଠକ ଡାକି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri