ଢେଙ୍କାନାଳରେ ହେବ ସ୍ମାର୍ଟପାର୍କ  

ଢେଙ୍କାନାଳ ଅଫିସ, ୩।୬-ଢେଙ୍କାନାଳ ପୌରାଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ନିର୍ମାଣ ହେବ ସ୍ମାର୍ଟପାର୍କ। ଏଥିରେ ଖର୍ଚ୍ଚ ହେବ କୋଟିଏ ଟଙ୍କା। ସେହିପରି ଜିଲାର ୩ ଏନ୍‌ଏସି ଏବଂ ଗୋଟିଏ ପୌରାଞ୍ଚଳରେ ଅତ୍ୟାଧୁନିକ ଶ୍ମଶାନ ନିର୍ମିତ ହେବ। ଯୋଜନାବଦ୍ଧ ଭାବେ ସହରାଞ୍ଚଳର ପାରିପାର୍ଶ୍ୱିକ ଭିତ୍ତିଭୂମିର ବିକାଶ କରାଯିବ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଜିଲା ମିନେରାଲ ଫଣ୍ଡ୍‌ (ଡିଏମ୍‌ଏଫ୍‌) କମିଟି ବୈଠକରେ ଏହିସବୁ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଏମ୍‌ପି ମହେଶ ସାହୁ, ବିଧାୟକ ଡା. ନୃସିଂହ ଚରଣ ସାହୁ, ସୁଧୀର ସାମଲ, ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏଥିସହ ଜିଲା ଖଣିଜ ପାଣ୍ଠିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ଢେଙ୍କାନାଳ ଜିଲା ଖଣିଜ ପାଣ୍ଠିରେ ୪୮ ଲକ୍ଷ ଥିଲା। ନିକଟରେ ଅନୁଗୋଳ ଜିଲା ଖଣିଜ ପାଣ୍ଠିରୁ ଜିଲାକୁ ୬କୋଟି ୬୭ଲକ୍ଷ ଟଙ୍କା ମିଳିଛି। ଏହି ଅର୍ଥରୁ ୧ କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ପୌରାଞ୍ଚଳରେ ସ୍ମାର୍ଟପାର୍କ ପ୍ରତିଷ୍ଠା ହେବ। ସେହିପରି ୧କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶ୍ମଶାନ ନିର୍ମିତ ହେବ। ଅନୁରୂପ ଭାବେ କାମାକ୍ଷାନଗର, ହିନ୍ଦୋଳ, ଭୁବନ ଏନ୍‌ଏସିରେ ୭୫ ଲକ୍ଷ ଲେଖାଏ ଟଙ୍କା ବ୍ୟୟରେ ୩ଟି ଶ୍ମଶାନ ନିର୍ମିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri