Posted inରାଜ୍ୟ

ଢେଙ୍କାନାଳରେ ଆରମ୍ଭ ହେବ ଶିକ୍ଷାଭିତ୍ତିକ ପାଇଲଟ ପ୍ରୋଜେକ୍ଟ: ‘ବାଙ୍କା’ରେ ଭିତ୍ତିଭୂମି ପରଖିଲା ଶିକ୍ଷା ବିଭାଗ ଟିମ୍‌

ଢେଙ୍କାନାଳ ଅଫିସ, ୨୮।୬- ଶିକ୍ଷାକ୍ଷେତ୍ରରେ ପଛରେ ପଡ଼ିଛି ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ମାଟ୍ରିକ୍‌ ପରୀକ୍ଷାରେ ଜିଲାର ପ୍ରଦର୍ଶନ ରାଜ୍ୟସ୍ତରରେ ଆଖିଦୃଶିଆ ହୋଇପାରିନାହିଁ। ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ହେଉନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଥିବା ଶିକ୍ଷା ବିଭାଗ ଏବେ ଏଥିରୁ ମୁକୁଳିବାର ବାଟ ଖୋଜୁଛି। ବିହାର ରାଜ୍ୟର ବାଙ୍କା ଜିଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ‘ଉନ୍ନୟନ ବାଙ୍କା’ର ଅବିକଳ ପାଇଲଟ୍‌ ପ୍ରୋଜେକ୍ଟ ସମଗ୍ର ଢେଙ୍କାନାଳରେ ଲାଗୁ କରିବାକୁ ଯୋଜନା କରୁଛି ପ୍ରଶାସନ। ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗ ପ୍ରତିନିଧି ଦଳ ବାଙ୍କା ଜିଲା ପରିଦର୍ଶନ କରି ଶିକ୍ଷା ଭିତ୍ତିଭୂମି ପରଖିଛନ୍ତି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ସଦର ବିଇଓ ନିତ୍ୟାନନ୍ଦ ବାରିକ, କାମାକ୍ଷାନଗର ବିଇଓ ଅଜୟ ପାତ୍ର ପ୍ରମୁଖ ଚଳିତ ମାସ ୨୨ରୁ୨୬ ତାରିଖ ଯାଏ ବାଙ୍କା ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।
ବାଙ୍କା ଜିଲାପାଳ କୁନ୍ଦନ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣାତ୍ମକ ଶିକ୍ଷାର ପ୍ରଗତି ପାଇଁ ଜିଲାରେ ଆରମ୍ଭ ହୋଇଛି ପାଇଲଟ ପ୍ରୋଜେକ୍ଟ ‘ଉନ୍ନୟନ ବାଙ୍କା’। ଏହି କାର୍ଯ୍ୟକ୍ରମ ଅଧୀନରେ ପାଠପଢ଼ା ସହ ଛାତ୍ରୀଛାତ୍ରଙ୍କ ଲାଗି ସହଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପ୍‌ ମାଧ୍ୟମରେ ପ୍ରତି ସ୍କୁଲକୁ ଶିକ୍ଷା ବିଭାଗ ସହିତ ଯୋଡ଼ାଯାଇଛି। ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯାଉଛି। ଏହାକୁ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ବାଙ୍କାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବିହାର ରାଜ୍ୟର ଅନ୍ୟ ୩୮ ଜିଲାରେ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲା ଶିକ୍ଷା ବିଭାଗ ଅଧିକାରୀମାନେ ଉକ୍ତ ପାଇଲଟ ପ୍ରୋଜେକ୍ଟ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଖୁବ୍‌ଶୀଘ୍ର ଢେଙ୍କାନାଳରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବାକୁ ଯୋଜନା କରାଯାଉଛି ବୋଲି ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri