ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁକଲା ପୋଲିସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟ ନିକଟ ପାଚେରୀ କଡ଼ରୁ ସନ୍ଦେହଜନକ ଅବସ୍ଥାରେ ଜଣେ କାର୍‌ ଡ୍ରାଇଭରଙ୍କ ମୃତଦେହକୁ ପୋଲିସ ସୋମବାର ଉଦ୍ଧାର କରିଥିଲା। ମୃତକ ଜଣକ ହେଲେ ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ସୁନୀଲ୍‌ ସେଠୀ। ପ୍ରାଥମିକ ଅବସ୍ଥାରେ ପୋଲିସ ୮୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ୪୮୧/୧୯ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ସୁନୀଲ ବ୍ରହ୍ମଗିରିର ଏକ ଟ୍ରାଭେଲ୍ସରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସେ ଗତ ରବିବାର ଏକ କାରରେ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଶ୍ରୀବିହାର ଆଣି ହଠାତ୍‌ ଗାଡ଼ି ଛାଡ଼ି କେଉଁଆଡେ ଚାଲିଯାଇଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ମିଳିଥିଲା। ସୁନୀଲଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତଦନ୍ତକାରୀ ଅଧିକାରୀ ଜ୍ଞାନନନ୍ଦ ଶାହା କହିଛନ୍ତି, ସୁନୀଲଙ୍କ ନିକଟରୁ ମିଳିଥିବା ମୋବାଇଲ୍‌ ଫୋନ୍‌ରେ ୧୦୪ ମିସ୍‌ଡ କଲ୍‌ ରହିଛି। ସାଇଣ୍ଟିଫିକ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’

ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ...

ବଜେଟରେ ମୋହନ ମାଝିଙ୍କ ବଡ଼ ଘୋଷଣା: ବଢିଲା ବାର୍ଦ୍ଧକ୍ୟ ଭତ୍ତା, ଏଣିକି ଏତିକି ମିଳିବ

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ରାଜ୍ୟ ବଜେଟରେ ବଡ଼ ଘୋଷଣା: ଚାଷୀଙ୍କ ପାଇଁ ନୂଆ ଯୋଜନା

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ଆଗତ ହେଲା ମୋହନ ସରକାରର ପ୍ରଥମ ବଜେଟ୍: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

ଭୁବନେଶ୍ୱର,୨୫।୭: ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।...

ବଜେଟରେ କୃଷି ଏବଂ କୃଷକଙ୍କୁ ବଡ଼ ଗୁରୁତ୍ୱ: କୃଷି ପାଇଁ ଏତିକି କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ...

ଆସିଲା ବଜେଟ୍‌: ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ...

ବଜେଟ ୨୦୨୪: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ଜାଣନ୍ତୁ କେବେ ମିଳିବ, ବ୍ୟୟବରାଦ ହେଲା…

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ଡିସିପି କହିଲେ କାରଣ… ସ୍ବାମୀ ଏଭଳି ଧମକ ଦେଉଥିବାରୁ ଭାଙ୍ଗି ପଡ଼ିଥିଲେ ମଧୁମିତା, ନେଇଗଲେ ଚରମ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍‌ କରି ବଡ଼...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri