Posted inଖେଳ

ଡୋମିଙ୍ଗୋ ବାଂଲାଦେଶର ନୂଆ କ୍ରିକେଟ କୋଚ୍‌

ଢାକା, ୧୭ା୮ (ଏଏଫ୍‌ପି): ଦକ୍ଷିଣ ଆଫ୍ରିକାର ରସେଲ ଡୋମିଙ୍ଗୋ ବାଂଲାଦେଶ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଏହି ପଦବୀରେ ଇଂଲଣ୍ଡର ଷ୍ଟିଭ୍‌ ରୋଡ୍‌ସ କାର୍ଯ୍ୟ କରୁଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶନିବାର ଏହି ସୂଚନା ଦେଇଛି। ୪୪ବର୍ଷୀୟ ଡୋମିଙ୍ଗୋ ବିସିବି ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି। ସେ ବୁଧବାର ଆସି ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଡୋମିଙ୍ଗୋଙ୍କ ପ୍ରଚୁର ଅଭିଜ୍ଞତା ରହିଛି। ଆମେ ଖେଳପ୍ରତି ତାଙ୍କ ଆବେଗ ଏବଂ କୋଚିଂ ଫିଲୋଶଫିରେ ଖୁବ୍‌ ପ୍ରଭାବିତ ବୋଲି ବିସିବି ସଭାପତି ନାଜମୁଲ ହସନ କହିଛନ୍ତି। ସେପ୍ଟେମ୍ବରରେ ବାଂଲାଦେଶ ଆଫଗାନିସ୍ତାନ ବିପକ୍ଷରେ ଏକ ଟେଷ୍ଟ ସିରିଜ ଏବଂ ଭ୍ରମଣକାରୀ ଦଳ ଓ ଜିମ୍ବାଓ୍ବେକୁ ନେଇ ଆୟୋଜିତ ଏକ ତ୍ରିରାଷ୍ଟ୍ରିୟରେ ଭାଗ ନେବ। ଗତ ଆଇସିସି ବିଶ୍ୱକପ୍‌ରେ ବାଂଲାଦେଶ ଦଳ ୮ମ ସ୍ଥାନରେ ରହିବା ପରେ ବିସିବି ରୋଡ୍ସଙ୍କଠରୁ ଦୂରେଇ ଯାଇଥିଲା। ଏହାପରଠାରୁ ଜଣେ ନୂଆ କୋଚ୍‌ ସନ୍ଧାନରେ ଥିଲା। ରୋଡ୍ସଙ୍କ ପରେ ବିସିବି ନିର୍ଦ୍ଦେଶକ ତଥା ପୂର୍ବତନ ଅଧିନାୟକ ଖାଲେଦ ମହମ୍ମଦ ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅଧୀନରେ ବାଂଲାଦେଶ ଜୁଲାଇ ଶେଷ ଭାଗରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୦-୩ରେ ପରାଜିତ ହୋଇଥିଲା। ହସନ କହିଛନ୍ତି, ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ହସନଙ୍କ ଉପଲବ୍ଧ ଥିବାରୁ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ମନୋନୀତ କରାଯାଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri