ଡେଜର୍ଟ ଗାର୍ଡେନ

ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍‌ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ ଉତ୍ପାଦନକୁ ଆହୁରି ସହଜ କରିଦେବ। ‘ଡେଜର୍ଟ ଗାର୍ଡେନ’ ପରିକଳ୍ପନା ପଛରେ ରହିଛି ଶରଣାର୍ଥୀ ଶିବିରରେ ନଷ୍ଟ ହୋଇଯାଇଥିବା ଗଦି। ମଧ୍ୟପ୍ରାଚ୍ୟର ଶରଣାର୍ଥୀ କ୍ୟାମ୍ପରେ ଏହା ବେଶ୍‌ ସଫଳ ହୋଇଛି। ଖୁବ୍‌ଶୀଘ୍ର ଏହାକୁ ମରୁଭୂମିର ଟାଙ୍ଗରା ଭୂଇଁରେ ପ୍ରୟୋଗ କରାଯିବାକୁ ଯୋଜନା କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି।
ଏପରି ଅଭିନବ ବଗିଚାର ପରିକଳ୍ପନା କରିଛନ୍ତି ବ୍ରିଟିଶ ବୈଜ୍ଞାନିକ। ସେମାନଙ୍କ ଉଦ୍ୟମରେ ଖରାପ ହୋଇପଡ଼ିଥିବା ବର୍ଜ୍ୟ ଗଦିରୁ ସଫଳତାର ସହ ଟମାଟୋ, ଧନିଆ, ଲଙ୍କା, ବାଇଗଣ ସହିତ ଅନ୍ୟ ପରିବା ଚାଷ କରାଯାଇପାରିଛି। ୟୁନିର୍ଭସିଟି ଅଫ୍‌ ଶେଫିଲ୍ଡର ବୈଜ୍ଞାନିକ ପ୍ରଫେସର ଟୋନି ରୟାନ କହିଛନ୍ତି, ଶରଣାର୍ଥୀଙ୍କ କ୍ୟାମ୍ପରେ ହଜାର ହଜାର ସଂଖ୍ୟାରେ ଗଦି ବ୍ୟବହୃତ ହୋଇଥାଏ। ନଷ୍ଟ ହୋଇଯିବା ପରେ ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ। ପାହାଡ଼ ଭଳି ଗଦା ହୋଇ ରହିଥିବା ଗଦିଗୁଡ଼ିକୁ ପରିଚାଳନା କରିବା ଜରୁରୀ ହୋଇପଡ଼ିଥିଲା। ପରିତ୍ୟକ୍ତ ଗଦିରୁ ଫସଲ ଉତ୍ପାଦନ ହୋଇପାରିବ ବୋଲି ଜଣାପଡ଼ିବା ପରେ ‘ଡେଜର୍ଟ ଗାର୍ଡେନ’ର ବାଟ ଖୋଲିଥିଲା।
‘ଡେଜର୍ଟ ଗାର୍ଡେନ’ ପାଇଁ ଗଦିଗୁଡ଼ିକରେ କିଛି ପୋଷକ ତତ୍ତ୍ୱ ମିଶାଇ ସିନ୍ଥେଟିକ୍‌ ମାଟି ପ୍ରସ୍ତୁତ କରାଯାଇଛି। ଏହି ମାଟିକୁ ବ୍ୟବହାର କରି ଔଷଧୀୟ ଚାରା, ପରିବା ଉତ୍ପାଦନ ଆରମ୍ଭ ହୋଇଛି। ହେଲେ ଏହାର ପରିଣାମ ଆଶାତୀତ। ସବୁଠାରୁ ବଡ଼ କଥା ହେଉଛି, ଏହି ମାଟିରେ ୭୦ରୁ ୮୦% କମ୍‌ ପାଣି ବ୍ୟବହୃତ ହୋଇଥାଏ। ତେଣୁ ଏହାକୁ ମରୁଭୂମିରେ ବ୍ୟବହାର କରି ଫସଲ ଉତ୍ପାଦନ କରାଯାଇପାରିବ। ମରୁଭୂମିର ଜଳକଷ୍ଟକୁ ଏହି ବଗିଚା ଅନେକାଂଶରେ ସୁଧାରିପାରିବ ଏବଂ ଏହାଦ୍ୱାରା ଅଧିକ ପାଣି ସଞ୍ଚୟ ହୋଇପାରିବ। ଡାଇଡ୍ରୋପୋନିକ୍ସ ଟେକ୍‌ନିକ୍‌କୁ ପ୍ରୟୋଗ କରି ଏହି ବଗିଚା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମାଟି ବଦଳରେ ପାଣିରେ ଆବଶ୍ୟକ ପୋଷକ ତତ୍ତ୍ୱ ଘୋଳି ଦିଆଯାଇଥାଏ। ଗଛରୁ ଚେର ବାହାରିବା ପରେ ସେଗୁଡ଼ିକୁ ସିନ୍ଥେଟିକ୍‌ ମାଟି ଉପରେ ରୋପଣ କରାଯାଏ। ଏହି ଟେକ୍‌ନିକ୍‌ରେ ଗୋଟିଏ ଫାଇଦା ହେଉଛି, ଏଥିରେ ଗଛ ପାଇଁ କୀଟନାଶକ ପ୍ରୟୋଗର ଆବଶ୍ୟକତା ନ ଥାଏ। ୧୦୦୦ ସିରିଆ ଶରଣାର୍ଥୀ ଏବଂ ସେଠାକାର ଚାଷୀଙ୍କ ଉଦ୍ୟମରେ ଏହା ସଫଳ ହୋଇପାରିଛି। ଆଗାମୀ ଦିନରେ ଏହାକୁ ଅନ୍ୟ ଶରଣାର୍ଥୀ ଶିବିରରେ ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ରେୟାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri