ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ(ଏନ୍‌ଇଟିସି) ବ୍ୟବସ୍ଥାକୁ ଲାଗୁ କରାଯିବ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ଜରିଆରେ ଫାଷ୍ଟଟ୍ୟାଗ୍‌ ମାଧ୍ୟମରେ ଏଣିକି ଦେୟ ପୈଠ କରାଯାଇପାରିବ। ଭାରତୀୟ ରାଜପଥ ପରିଚାଳନା କମ୍ପାନୀ(ଆଇଏଚ୍‌ଏମ୍‌ସିଏଲ୍‌) ଏହି ଡିଜିଟାଲ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡକାରୀ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖିବା ପରେ ଅକ୍ଟୋବର ୧୪ରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୁଣା ପଦ୍ଧତିରେ ଟୋଲ ଦେୟ ଆଦାୟ ଦ୍ୱାରା ଭିଡ଼ ସମସ୍ୟା ରହୁଛି। ଟୋଲ ଦେବା, ବିଲ୍‌ କାଟିବା, ଫାଟକ ପାରି ହେବା ଇତ୍ୟାଦି ପାଇଁ ବହୁ ସମୟ ଲାଗିଥାଏ, ନୂତନ ବ୍ୟବସ୍ଥା ଯାତ୍ରୀଙ୍କ ସମୟ ବଞ୍ଚାଇବ ବୋଲି କୁହାଯାଉଛି। ଏ ନେଇ ଜନସଚେତନତା ଆରମ୍ଭ କରାଯାଇଛି। ବିଭିନ୍ନ ଆନିମେଶନ ଜରିଆରେ ଏହାର ବ୍ୟବହାର ଓ ଉପକାରିତା ନେଇ ଜନଗଣଙ୍କୁ ଅବଗତ କରାଯାଉଛି। କିଛି ଦିନ ପରେ ରାଜ୍ୟ ରାଜପଥଗୁଡିକରେ ଇଲେକଟ୍ରୋନିକ୍‌ ଟୋଲ କଲେକ୍ସନ(ଇଟିସି)କୁ ପ୍ରାଥମିକତା ଦିଆଯିବ। ଏହି ବ୍ୟବସ୍ଥା କେତେକ ଟୋଲରେ ଫାଙ୍କା ଯାଉଥିବା ଟିକସ ଉପରେ ରୋକ୍‌ ଲଗାଇବ ବୋଲି ପ୍ରଶାସନ ଆଶା କରୁଛି। ଏକକ ଟୋଲ ଦେୟ ବ୍ୟବସ୍ଥା ଭଳି ପାର୍କିଂ ଦେୟର ଏକୀକରଣ ନେଇ ଚିନ୍ତା କରାଯାଉଥିବା କୁହାଯାଉଛି।

ଓଡ଼ିଶାର ୧୨ଟି ଜାତୀୟ ରାଜପଥରେ ଇଟିସି ଲାଗୁ ହେବ। ୧୨ଟି ଟୋଲ ଗେଟ୍‌ରେ ନୂଆ ବ୍ୟବସ୍ଥା ସହ ଏକ ହାଇବ୍ରିଡ୍‌ ଲେନ୍‌ ରହିବ। ଏହାଦ୍ୱାରା ପୁରୁଣା ପଦ୍ଧତିରେ ମଧ୍ୟ ଦେୟ ଦେଇହେବ। ଲୋକେ ଅଭ୍ୟସ୍ତ ହେଲା ପରେ ପାରମ୍ପରିକ ବ୍ୟବସ୍ଥା ଉଠାଯିବ। ଫାଷ୍ଟଟ୍ୟାଗ୍‌ ପଦ୍ଧତିରେ ପ୍ରତି ଯାନରେ ଏକ ଚିପ୍‌ ଲାଗିବ। ଏକକ କର ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥିବା ଯାନର ଦେୟ ଆପେ କଟିଯିବା ସହ ଅଟକାଉଥିବା ଇଲେକ୍ରଟିକ୍‌ ମୁଭର ଆପେ ଖୋଲିଯିବ ବୋଲି ଏନ୍‌ଏଚ୍‌ଏଆଇର ଜଣେ ଅଧିକାରୀ କହିଛନ୍ତି। https://www.npci.org.in/netc ଜରିଆରେ ଏହି ବ୍ୟବସ୍ଥା ସହ ଅନୁବନ୍ଧିତ ହେବାକୁ ପଡ଼ିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କୁ ନିଜ ଯାନ ପାଇଁ ଫାଷ୍ଟଚ୍ୟାଗ୍‌ ବ୍ୟବସ୍ଥା ଆପଣେଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri