ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ୭.୩୫% ସ୍ତର ଛୁଇଁଲା

 

ନୂଆଦିଲ୍ଲୀ,୧୪-୧: ବଜାରରେ ଏବେ ଦରଦାମ ବଢୁଛି। ଚଳିତ ବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ୫ ବର୍ଷର ସର୍ବୋଚ୍ଚ ସ୍ତର ଟପି ୭.୩୫% ସ୍ତରରେ ରହିଛି। ମୁଦ୍ରାସ୍ଫୀତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଥିଲା। ହେଲେ ଏହି ସ୍ତର ଟପିଯାଇଥିବା ଜଣାପଡିଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ବିଶେଷ କରି ପନିପରିବା ଏବଂ ପିଆଜ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଜାରି କରାଯାଇଥିବା ଡାଟା ମୁତାବକ ଏହି ସମୟରେ ପରିପରିବା ବର୍ଗରେ ମୁଦ୍ରାସ୍ଫୀତି ବୃଦ୍ଧିଘଟି ୬୦.୫% ସ୍ତର ଛୁଇଁଛି। ୨୦୧୮ ଡିସେମ୍ବରରେ ସାମଗ୍ରିକ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୨.୧୧% ରହିଥିଲା। ସେହିଭଳି ୨୦୧୯ ନଭେମ୍ବରରେ ଏହା ୫.୫୪% ସ୍ତରରେ ଥିଲା।
ଏନ୍‌ଏସ୍‌ଓ ଡାଟା ମୁତାବକ, ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୧୪.୧୨% ବଢିଛି। ଏହା ୨୦୧୮ ଡିସେମ୍ବରରେ (-) ୨.୬୫% ସ୍ତରରେ ରହିଥିଲା। ଚଳିତ ବର୍ଷ ନଭେମ୍ବରରରେ ଏହି ବର୍ଗରେ ମୁଦ୍ରାସ୍ଫୀତି ୧୦.୦୧% ରହିଥିଲା। ଏହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ପ୍ରଥମ ପାଳିରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତର ୭.୩୯% ରହିଥିଲା। ଚଳିତ ବର୍ଷ ଡିସେମ୍ବରରେ ଡାଲିଜାତୀୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୧୫.୪୪% ରେକର୍ଡ କରାଯାଇଛି। ଏହାବାଦ ମାଂସ ଏବଂ ମାଛ ବର୍ଗରେ ଏହା ପ୍ରାୟ ୧୦% ବଢିଛି। ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। ଫେବୃୟାରୀ ୬ ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତି ଦ୍ୱିମାସିକ ସୁଧହାର ବା ରେପୋ ହାର ଘୋଷଣା କରିବ। ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତିକୁ ଏହା ନିଶ୍ଚିତ ପକ୍ଷେ ବିଚାରକୁ ନେବ। ଡିସେମ୍ବର ପଲିସିରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କା କରି ସୁଧହାର ଅପରିବର୍ତ୍ତିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri