ଡାକ ବିଭାଗକୁ ରିପୋର୍ଟ ତଲବ

କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍‌ଏମ୍‌ଏସ୍‌)କୁ ଖୋର୍ଦ୍ଧା ରୋଡ୍‌କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ସଙ୍ଗମ୍‌ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆବେଦନକାରୀ ଦର୍ଶାଇଥିଲେ ଯେ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଭିନ୍ନ ସୁବିଧା ଯୋଗାଉଥିବା କାର୍ଯ୍ୟାଳୟଗୁଡ଼ିକୁ ପୁରୀରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସ୍ବାଧୀନତା ପୂର୍ବରୁ ପୁରୀରେ ରେଳ ଡାକସେବା କାର୍ଯ୍ୟାଳୟ ରହିଛି। ବହୁ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏଥିରେ ଉପକୃତ ହେଉଛନ୍ତି। ଘରଭଡ଼ାର ଆଳ ଦେଖାଇ କେନ୍ଦ୍ର ସରକାର ପୁରୀରୁ ଏହି ସଂସ୍ଥାକୁ ଖୋର୍ଦ୍ଧାରୋଡ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚ ଓ ଶ୍ରୀଜଗନ୍ନାଥ ସେନା ଆଗତ କରିଥିବା ଏହି ମାମଲାକୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ପରିଚାଳନା କରିଥିଲେ। ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଅନୁପ କୁମାର ବୋଷ ନୋଟିସ୍‌କୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂର୍ବରୁ ଦାଏର ହୋଇଥିବା ମାମଲାର ଡବ୍ଲ୍ୟୁପିସି ୧୬୨୫୪/୨୦୦୯ ପୁରୁଣା ରେକର୍ଡକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଲାଗି ଆଇସିଡିଏସର ସହାୟତା

ଲୋଇସିଂହା, ୯।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ, ସୁପରଭାଇଜର, ବ୍ଲକର ସମସ୍ତ ଅଙ୍ଗନମ୍ବାଡି କର୍ମୀ, ସହାୟିକା ଓ ମହିଳା ସ୍ବାୟଂସହାୟିକା...

ଧାର ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହେଲେ ମହିଳା: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ପଡ଼ିଶା ଘରକୁ ଧାର ଦେଇଥିବା ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହୋଇଥିବା...

ମେଧାବୀଙ୍କ ମନ ଊଣା

ଅନୁଗୋଳ ଅଫିସ, ୧୬।୪ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ...

ବାଲେଶ୍ୱର ଜିଲା ଚିଠି: ଶିଶୁ ସୁରକ୍ଷା ଯୋଜନା

ପଞ୍ଚାୟତସ୍ତରରେ ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ।...

ଭୁବନେଶ୍ୱର ରିଜିଅନ୍‌ରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ ହାର ୯୧.୪୬% ରହିଛି।...

ଜୋନ୍‌-୧ରେ ରାଜ୍ୟର ଏହି ୧୦ ଜିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୫୦ରୁ ଅଧିକ ସକ୍ରିୟ କେସ୍‌ ରହିଥିବା ୧୦ ଜିଲାକୁ ମଙ୍ଗଳବାର ଜୋନ୍‌-୧ ଭାବେ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,...

କାଳିଆ ଟଙ୍କା ଫେରାଇବାକୁ ୩,୮୧୪ ହିତାଧିକାରୀଙ୍କୁ ନୋଟିସ୍‌

ଭଦ୍ରକ ଅଫିସ, ୨୮ା୭-ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମଧ୍ୟରୁ କାଳିଆ ଯୋଜନା ଏକ ଲୋକାଭିମୁଖୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଯୋଜନା ଭାବେ ବେଶ୍‌...

୨୪ଘଣ୍ଟା ପ୍ରବଳ ବର୍ଷିବ:ଆଜି ୩ ଜିଲାକୁ ଅରେଞ୍ଜ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୪-୯(ବ୍ୟୁରୋ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ...

Advertisement
Archives

Model This Week