ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୭।୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ ସବୁ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତା, ଶିଶୁ ଓ ମାତୃ ମୃତ୍ୟୁହାର ଅଧିକ ଥିବା ବେଳେ ଯକ୍ଷ୍ମା, ମ୍ୟାଲେରିଆ, ଝାଡ଼ାବାନ୍ତି ଆଦିରେ ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ପାହାଡ଼ ଓ ଜଙ୍ଗଲଘେରା ବହୁ ଅଞ୍ଚଳକୁ ଏବେ ମଧ୍ୟ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବାରୁ ଲୋକମାନେ ଜଡ଼ିବୁଟି ଚିକିତ୍ସା ତଥା ଗୁଣିଆ ଉପରେ ଭରସା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି କାରଣରୁ ରାଜ୍ୟରେ ଏହି ବ୍ଲକ ସବୁବେଳେ ଚର୍ଚ୍ଚାରେ ରହିଆସୁଛି।
ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ୧୯୬୨ ମସିହାରେ ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୧୭୫ ଗ୍ରାମର ୧ ଲକ୍ଷ ୧୫ ହଜାର ଲୋକ ନିର୍ଭରଶୀଳ। ଏହା ଅଧୀନରେ ୬ ପିଏଚ୍‌ସି ଓ ୨୫ ସବ୍‌ସେଣ୍ଟର ରହିଛି। ୨୦୧୩ ମସିହାରେ ଏହାର ଏକ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ବ୍ଲକରେ ୪୮ ପ୍ରତିଶତ ଆଦିବାସୀ ରହିଛନ୍ତି। ତେବେ ଏହି ମେଡିକାଲରେ ଡାକ୍ତର ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ୧୬ ଶଯ୍ୟାବିଶିଷ୍ଟ ଏହି ଡାକ୍ତରଖାନାରେ ଅନେକ ସମୟରେ ୪୦ରୁ ୫୦ ରୋଗୀ ଦିନକୁ ଆସୁଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଯାତାୟାତ ପାଇଁ ଗାଡି ନାହିଁ। ଏଣୁ ୧୦୮/୧୦୨ ଆମ୍ବୁଲାନ୍‌ସ ହିଁ ସାହାଭରସା। ଡ୍ରେନ୍‌ ଅଛି କିନ୍ତୁ ନିୟମିତ ସଫେଇ ହେଉ ନ ଥିବାରୁ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଡାକ୍ତର ଓ ରୋଗୀଙ୍କୁ ରହିବାକୁ ପଡୁଛି। ଡ୍ରେନ୍‌ରେ କୁଢ଼ କୁଢ଼ ଆବର୍ଜନା ଜମାହୋଇ ରହୁଥିବାରୁ ମଶା, ମାଛି, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ସମୟରେ ପାଣି ସମସ୍ୟା ମଧ୍ୟ ଦେଖାଦେଉଛି। ମିଟିଂ ହଲ୍‌ ନ ଥିବାରୁ ମାସ ମାସ ଧରି ମିଟିଂ ହେଉନାହିଁ। ଫଳରେ ସ୍ବାସ୍ଥ୍ୟସେବାର ସମୀକ୍ଷା ଠିକ୍‌ଭାବେ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଗର୍ଭବତୀ ଓ ଶିଶୁମାନଙ୍କୁ ଅନେକ ସମୟରେ ମାଗଣା ଔଷଧ ବ୍ୟବସ୍ଥା ଥିଲେ ହେଁ ତାହା ମିଳୁ ନ ଥିବା ଅଭିଯୋଗ ହେଉଛି। ବହୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ତାହା ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ା ନିରାମୟ ଯୋଜନାରେ ସବୁ ଔଷଧ ମିଳୁନାହିଁ। ନିର୍ଦ୍ଦିଷ୍ଟ ଏକ ଔଷଧ ଦୋକାନରୁ ଡାକ୍ତରଖାନା ପକ୍ଷରୁ ମେଡିସିନ କିଣାଯାଉଥିବାରୁ ଅନେକ ସମୟରେ ଔଷଧ ନ ମିଳିଲେ ସମସ୍ୟା ଦେଖାଦେଉଛି। ଏଣୁ ଏକାଧିକ ଔଷଧ ଦୋକାନ ସହିତ ଡାକ୍ତରଖାନା ଚୁକ୍ତି କରି ମେଡିସିନ କିଣିବା ବ୍ୟବସ୍ଥା କଲେ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି। ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ସର୍ଜରୀ, ନିଶ୍ଚେତକ ଆଦି ବିଶେଷଜ୍ଞ ପଦବୀ ଖାଲିପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବ୍ୟାହତ ହେଉଛି। ଫଳରେ ରୋଗୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ବେଳେ ଅନେକ ସମୟରେ ରୋଗୀ ଅସୁବିଧାରେ ପଡୁଛନ୍ତି। ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଏଡିଏମ୍‌ଓ ଡକ୍ଟର ସୁଧାଂଶୁ ଶେଖର ବଳ କହିଛନ୍ତି ଯେ, ଇନ୍‌ଚାର୍ଜ ପଦବୀ ଖାଲିପଡିଛି। ତେବେ ଡାକ୍ତରଖାନାର ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁପାଲି ଛକରେ ଭୟଙ୍କର ଦୁର୍ଘଟଣା: ଆମ ବସ୍‌ ନେଲା ଜୀବନ

ଭୁବନେଶ୍ୱର,୩।୧: ପୁଣି ଆମ ବସ୍‌ ନେଲା ଜୀବନ। ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍‌ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା...

ଉଦ୍‌ଘାଟିତ ହେଲା ନିଦାନ ସେବା: ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା, ମାଗଣାରେ ହେବ…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲ ପରିସରରେ ଶୁକ୍ରବାର ଅପରାହ୍ନରେ ‘ନିଦାନ କେନ୍ଦ୍ର (ସେବା) ଉଦ୍‌ଘାଟିତ ହୋଇଯାଇଛି।...

ଏକା ସାଙ୍ଗେ ଆଖିବୁଜିଦେଲେ ଦୁଇ ଭାଇ: ବାହୁନି ବାହୁନି କାନ୍ଦୁଛି …

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଲମ ଗାଁରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଁ ମଣ୍ଡି...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ...

ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୩ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର...

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ପରିବେଶ ନ୍ଯାୟ ଜନିତ ସଚେତନତା କାର୍ଯ୍ଯକ୍ରମ, ଗଛ ଲଗାଇ…

ପୁରୁଷୋତ୍ତମପୁର,୩/୧(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସିତାରାମପୁର ଆଗ୍ରାହରମ ପ୍ରାଥମିକ ବିଦ୍ଯାଳୟ ପରିସରରେ ଶନିବାର...

ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ଯାଇଥିବା ଅଭିଯୋଗ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ, ୩।୧( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କେହି ଜଣେ ଜୋତା ପିନ୍ଧି ଶ୍ରୀମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri