ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୭।୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ ସବୁ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତା, ଶିଶୁ ଓ ମାତୃ ମୃତ୍ୟୁହାର ଅଧିକ ଥିବା ବେଳେ ଯକ୍ଷ୍ମା, ମ୍ୟାଲେରିଆ, ଝାଡ଼ାବାନ୍ତି ଆଦିରେ ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ପାହାଡ଼ ଓ ଜଙ୍ଗଲଘେରା ବହୁ ଅଞ୍ଚଳକୁ ଏବେ ମଧ୍ୟ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବାରୁ ଲୋକମାନେ ଜଡ଼ିବୁଟି ଚିକିତ୍ସା ତଥା ଗୁଣିଆ ଉପରେ ଭରସା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି କାରଣରୁ ରାଜ୍ୟରେ ଏହି ବ୍ଲକ ସବୁବେଳେ ଚର୍ଚ୍ଚାରେ ରହିଆସୁଛି।
ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ୧୯୬୨ ମସିହାରେ ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୧୭୫ ଗ୍ରାମର ୧ ଲକ୍ଷ ୧୫ ହଜାର ଲୋକ ନିର୍ଭରଶୀଳ। ଏହା ଅଧୀନରେ ୬ ପିଏଚ୍‌ସି ଓ ୨୫ ସବ୍‌ସେଣ୍ଟର ରହିଛି। ୨୦୧୩ ମସିହାରେ ଏହାର ଏକ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ବ୍ଲକରେ ୪୮ ପ୍ରତିଶତ ଆଦିବାସୀ ରହିଛନ୍ତି। ତେବେ ଏହି ମେଡିକାଲରେ ଡାକ୍ତର ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ୧୬ ଶଯ୍ୟାବିଶିଷ୍ଟ ଏହି ଡାକ୍ତରଖାନାରେ ଅନେକ ସମୟରେ ୪୦ରୁ ୫୦ ରୋଗୀ ଦିନକୁ ଆସୁଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଯାତାୟାତ ପାଇଁ ଗାଡି ନାହିଁ। ଏଣୁ ୧୦୮/୧୦୨ ଆମ୍ବୁଲାନ୍‌ସ ହିଁ ସାହାଭରସା। ଡ୍ରେନ୍‌ ଅଛି କିନ୍ତୁ ନିୟମିତ ସଫେଇ ହେଉ ନ ଥିବାରୁ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଡାକ୍ତର ଓ ରୋଗୀଙ୍କୁ ରହିବାକୁ ପଡୁଛି। ଡ୍ରେନ୍‌ରେ କୁଢ଼ କୁଢ଼ ଆବର୍ଜନା ଜମାହୋଇ ରହୁଥିବାରୁ ମଶା, ମାଛି, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ସମୟରେ ପାଣି ସମସ୍ୟା ମଧ୍ୟ ଦେଖାଦେଉଛି। ମିଟିଂ ହଲ୍‌ ନ ଥିବାରୁ ମାସ ମାସ ଧରି ମିଟିଂ ହେଉନାହିଁ। ଫଳରେ ସ୍ବାସ୍ଥ୍ୟସେବାର ସମୀକ୍ଷା ଠିକ୍‌ଭାବେ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଗର୍ଭବତୀ ଓ ଶିଶୁମାନଙ୍କୁ ଅନେକ ସମୟରେ ମାଗଣା ଔଷଧ ବ୍ୟବସ୍ଥା ଥିଲେ ହେଁ ତାହା ମିଳୁ ନ ଥିବା ଅଭିଯୋଗ ହେଉଛି। ବହୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ତାହା ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ା ନିରାମୟ ଯୋଜନାରେ ସବୁ ଔଷଧ ମିଳୁନାହିଁ। ନିର୍ଦ୍ଦିଷ୍ଟ ଏକ ଔଷଧ ଦୋକାନରୁ ଡାକ୍ତରଖାନା ପକ୍ଷରୁ ମେଡିସିନ କିଣାଯାଉଥିବାରୁ ଅନେକ ସମୟରେ ଔଷଧ ନ ମିଳିଲେ ସମସ୍ୟା ଦେଖାଦେଉଛି। ଏଣୁ ଏକାଧିକ ଔଷଧ ଦୋକାନ ସହିତ ଡାକ୍ତରଖାନା ଚୁକ୍ତି କରି ମେଡିସିନ କିଣିବା ବ୍ୟବସ୍ଥା କଲେ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି। ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ସର୍ଜରୀ, ନିଶ୍ଚେତକ ଆଦି ବିଶେଷଜ୍ଞ ପଦବୀ ଖାଲିପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବ୍ୟାହତ ହେଉଛି। ଫଳରେ ରୋଗୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ବେଳେ ଅନେକ ସମୟରେ ରୋଗୀ ଅସୁବିଧାରେ ପଡୁଛନ୍ତି। ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଏଡିଏମ୍‌ଓ ଡକ୍ଟର ସୁଧାଂଶୁ ଶେଖର ବଳ କହିଛନ୍ତି ଯେ, ଇନ୍‌ଚାର୍ଜ ପଦବୀ ଖାଲିପଡିଛି। ତେବେ ଡାକ୍ତରଖାନାର ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri