ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୬ା୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ ସବୁ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଏହି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତା, ଶିଶୁ ଓ ମାତୃ ମୃତ୍ୟୁହାର ଅଧିକ ଥିବା ବେଳେ ଯକ୍ଷ୍ମା, ମ୍ୟାଲେରିଆ, ଝାଡ଼ାବାନ୍ତି ଆଦିରେ ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ପାହାଡ଼ ଓ ଜଙ୍ଗଲଘେରା ବହୁ ଅଞ୍ଚଳକୁ ଏବେ ମଧ୍ୟ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବାରୁ ଲୋକମାନେ ଜଡ଼ିବୁଟି ଚିକିତ୍ସା ତଥା ଗୁଣିଆ ଉପରେ ଭରସା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି କାରଣରୁ ରାଜ୍ୟରେ ଏହି ବ୍ଲକ ସବୁବେଳେ ଚର୍ଚ୍ଚାରେ ରହିଆସୁଛି ା
ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ୧୯୬୨ ମସିହାରେ ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୧୭୫ ଗ୍ରାମର ୧ ଲକ୍ଷ ୧୫ ହଜାର ଲୋକ ନିର୍ଭରଶୀଳ। ଏହା ଅଧୀନରେ ୬ ପିଏଚ୍‌ସି ଓ ୨୫ ସବ୍‌ସେଣ୍ଟର ରହିଛି। ୨୦୧୩ ମସିହାରେ ଏହାର ଏକ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ବ୍ଲକରେ ୪୮ ପ୍ରତିଶତ ଆଦିବାସୀ ରହିଛନ୍ତି। ତେବେ ଏହି ମେଡିକାଲରେ ଡାକ୍ତର ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ୧୬ ଶଯ୍ୟାବିଶିଷ୍ଟ ଏହି ଡାକ୍ତରଖାନାରେ ଅନେକ ସମୟରେ ୪୦ରୁ ୫୦ ରୋଗୀ ଦିନକୁ ଆସୁଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଯାତାୟାତ ପାଇଁ ଗାଡି ନାହିଁ ା ଏଣୁ ୧୦୮/୧୦୨ ଆମ୍ବୁଲାନ୍‌ସ ହିଁ ସାହାଭରସା। ଡ୍ରେନ୍‌ ଅଛି କିନ୍ତୁ ନିୟମିତ ସଫେଇ ହେଉ ନ ଥିବାରୁ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଡାକ୍ତର ଓ ରୋଗୀଙ୍କୁ ରହିବାକୁ ପଡୁଛି ା ଡ୍ରେନ୍‌ରେ କୁଢ଼ କୁଢ଼ ଆବର୍ଜନା ଜମାହୋଇ ରହୁଥିବାରୁ ମଶା, ମାଛି, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ସମୟରେ ପାଣି ସମସ୍ୟା ମଧ୍ୟ ଦେଖାଦେଉଛି। ମିଟିଂ ହଲ୍‌ ନ ଥିବାରୁ ମାସ ମାସ ଧରି ମିଟିଂ ହେଉନାହିଁ ା ଫଳରେ ସ୍ବାସ୍ଥ୍ୟସେବାର ସମୀକ୍ଷା ଠିକ୍‌ଭାବେ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଗର୍ଭବତୀ ଓ ଶିଶୁମାନଙ୍କୁ ଅନେକ ସମୟରେ ମାଗଣା ଔଷଧ ବ୍ୟବସ୍ଥା ଥିଲେ ହେଁ ତାହା ମିଳୁ ନ ଥିବା ଅଭିଯୋଗ ହେଉଛି। ବହୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ତାହା ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ା ନିରାମୟ ଯୋଜନାରେ ସବୁ ଔଷଧ ମିଳୁନାହିଁ ା ନିର୍ଦ୍ଦିଷ୍ଟ ଏକ ଔଷଧ ଦୋକାନରୁ ଡାକ୍ତରଖାନା ପକ୍ଷରୁ ମେଡିସିନ କିଣାଯାଉଥିବାରୁ ଅନେକ ସମୟରେ ଔଷଧ ନ ମିଳିଲେ ସମସ୍ୟା ଦେଖାଦେଉଛି ା ଏଣୁ ଏକାଧିକ ଔଷଧ ଦୋକାନ ସହିତ ଡାକ୍ତରଖାନା ଚୁକ୍ତି କରି ମେଡିସିନ କିଣିବା ବ୍ୟବସ୍ଥା କଲେ ରୋଗୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି ା ଗୁରୁତ୍ୱପୂର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ସର୍ଜରୀ, ନିଶ୍ଚେତକ ଆଦି ବିଶେଷଜ୍ଞ ପଦବୀ ଖାଲିପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବ୍ୟାହତ ହେଉଛି। ଫଳରେ ରୋଗୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଉଥିବା ବେଳେ ଅନେକ ସମୟରେ ରୋଗୀ ଅସୁବିଧାରେ ପଡୁଛନ୍ତି। ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଏଡିଏମ୍‌ଓ ଡକ୍ଟର ସୁଧାଂଶୁ ଶେଖର ବଳ କହିଛନ୍ତି ଯେ, ଇନ୍‌ଚାର୍ଜ ପଦବୀ ଖାଲିପଡିଛି ା ତେବେ ଡାକ୍ତରଖାନାର ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri