ବଡ଼ବିଲ, ୨୯।୪( ସ. ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବ୍ରେକ ଡାଉନ ଡମ୍ପରକୁ ଏକ ଅଜଣା ଡ଼ମ୍ପର ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରେକ ଡାଉନ ଡମ୍ପରର ମାଲିକ ଭଦ୍ରାସାହି ଅଞ୍ଚଳର ସୁରେଶ ଧଳ। ସୂଚନା ଅନୁଯାୟୀ, ବୁଧବାର ଭୋର ୪ଟା୪୫ରେ ଭଦ୍ରାସାହି ଅଞ୍ଚଳର ଏକ ଡମ୍ପର ବ୍ରେକ ଡାଉନ ହୋଇ କଳିଙ୍ଗନଗର ଠାରେ ମରାମତି କାର୍ଯ୍ୟ ଚାଲିଥିଲା। ବ୍ରେକ ଡାଉନ ଡମ୍ପରଟି ରାସ୍ତାର ବାମ ପାର୍ଶରେ ଛିଡା ହୋଇଥିଲା। ସମ୍ମୁଖରେ ମାଲିକ ସୁରେଶ ଧଳ ଛିଡା ହୋଇ ମରାମତି କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଡମ୍ପର ରାସ୍ତାର ଡାହାଣ ପାର୍ଶକୁ ଯାଇ ବ୍ରେକ ଡାଉନ ଡମ୍ପରକୁ ଧକ୍କାଦେଇଥିଲା। ଫଳରେ ସୁରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଡମ୍ପର ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭୋର ସମୟ ହୋଇଥିବାରୁ ଦୁର୍ଘଟଣା ଘଟାଇଥିବା ଡମ୍ପରର ନମ୍ବର ଜଣାପଡିନଥିଲେ ହେଁ ଖଣିଜ ବୋଝେଇ ଡମ୍ପରଟି ବଲାଣି ଆଡ଼କୁ ଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Posted inଆମ ଜିଲା ଖବର, କେନ୍ଦୁଝର View All

୨୯ରେ ପଦାର୍ପଣ କଲା ଅନୁଗୋଳ
ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍ ୧ ଶୁକ୍ରବାର ଓଡ଼ିଶା ଦିବସ...

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ
ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ...

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର
ଯୋଡ଼ା,୨୫।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ...

ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ...

ପୁଲକିତ କରୁନି ପାର୍ବଣ
ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ...

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ
ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ...

ମହାବୀରଙ୍କ ସୁନା ଆଖି ତାଡ଼ିନେଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୨୩ା୧୨(ଡି.ଏନ୍.ଏ.): ଶ୍ରଦ୍ଧା ଭକ୍ତିରେ ବଦାନ୍ୟ ଲୋକେ ଠାକୁରଙ୍କୁ ସୁନାରୁପା ଗହଣା ଓ ଟଙ୍କା ଦାନ କରୁଛନ୍ତି। ସେପଟେ ଲୁଟେରାମାନେ ଠାକୁରଙ୍କୁ ଲୁଟିବାକୁ ପଛାଉନାହାନ୍ତି। ପୁରୀ- ଶରଣକୁଳ...

ଜି ଉଦୟଗିରି ସହର ଶଟ୍ଡାଉନ୍: କଚେରୀ ସାହି, ବସ୍ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍
ଜି ଉଦୟଗିରି, ୨୫।୭(ଡି.ଏନ୍.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ...