ଡମ୍ପର ତଳେ ଚାପି ହୋଇଗଲେ ଡ୍ରାଇଭର

ଯୋଡା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଟାଟାଷ୍ଟିଲର ଖଣ୍ଡବନ୍ଧ ଖଣି ପାର୍କିଂରେ ଏକ ଡମ୍ପର ଧକାରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ, ଶନିବାର ଅପରାହ୍ନରେ ଡମ୍ପର ଡ୍ରାଇଭର ଭୋଲା ଦାସ ଉକ୍ତ ଖଣିର ପାର୍କିଂ ସ୍ଥଳରେ ଡମ୍ପର ରଖି ଠିଆ ହୋଇଥିଲେ। ଏହି ସମୟରେ ଅନ୍ୟ ଏକ ଡମ୍ପର ପାର୍କିଂ ଭିତରକୁ ପ୍ରବେଶ କରିବା ପାଇଁ ନେଉଥିବାବେଳେ ପୂର୍ବରୁ ସେଠାରେ ଛିଡା ହୋଇଥିବା ଡ୍ରାଇଭର ଭୋଲା ଦାସ ଡମ୍ପର ଚକ ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଖଣିରୁ ବିପୁଳ ପରିମାଣରେ ଖଣିଜ ପରିବହନ ହେଉଥିଲେ ହେଁ, ବହୁ ସଂଖ୍ୟକ ଭାରିଯାନ ପାଇଁ ସେଠାରେ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ସ୍ଥାନ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଟ୍ରକ ମାଲିକ ଶୀବାଜୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରକ୍ଷୀ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଘଟଗାଁ ବ୍ଲକ ବାଲିଯୋଡ଼ି ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସର ଅନ୍ତେବାସିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ...

କନିଅର ମଞ୍ଜି ଖାଇ ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର...

ଶିକ୍ଷକଙ୍କ ବଦଳି ଓ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ

ଖୁଣ୍ଟା,୧୭ା୯(ଡି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଶିକ୍ଷା ବିଭାଗରେ କିଛି ଦିନ ହେଲା ଶିକ୍ଷକ ବଦଳି ଓ ନିଯୁକ୍ତିକୁ ନେଇ ଅଧିକାରୀମାନଙ୍କୁ ବେଶ ନାକେଦମ୍‌ ହେବାକୁ ପଡ଼ିଛି। ଜଣେ...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ସହାୟତା ପାଇଁ ଫରଓ୍ବାର୍ଡ ବ୍ଲକ ଦେଲା ଦାବିପତ୍ର

ଭଟଲି,୧୫ା୫(ଡି.ଏନ.ଏ.): କରୋନା (କୋଭିଡ-୧୯) ପାଇଁ କଟକଣା ସାମାନ୍ୟ କୋହଳ ହୋଇଥିବାବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁ ଶ୍ରମିକମାନେ କାମଧନ୍ଦା...

ସୀମା ସିଲ୍‌ ଅଞ୍ଚଳ ପରିଦର୍ଶନ କଲେ ଡିଜିପି

ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା ଅଫିସ,୧୫।୮: ମୟୂରଭଞ୍ଜ ଜିଲା ବାରିପଦା ସହର ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତିରାଜ...

ଭଙ୍ଗା ଘରେ କଟୁଛି କରୁଣାକରଙ୍କ ଜୀବନ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗ୍ରାମର କରୁଣାକର ସାହୁଙ୍କ ଛପର ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଘର ମଧ୍ୟ ଭାଙ୍ଗି...

Advertisement
Archives

Model This Week