ଠିକ୍‌ ନିବେଶ ଏବେ ଚ୍ୟାଲେଞ୍ଜିଂ ହୋଇଛି

ଭୁବନେଶ୍ୱର, ୧୧-୯ (ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ସମୟରେ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସବୁ କାମ ଅନଲାଇନରେ କରାଯିବା ଆବଶ୍ୟକ। ଅପରପକ୍ଷରେ ଦେଶର ଅଭିବୃଦ୍ଧି ନିମନ୍ତେ ବିନିଯୋଗ କରିବା ମଧ୍ୟ ଜରୁରୀ। ବିନିଯୋଗ ନିମନ୍ତେ କ୍ରୟ ଏବଂ କ୍ରୟ ଲାଗି ବିକ୍ରୟକୁ ମଧ୍ୟ ବିଚାର କରିବାକୁ ହେବ। ଏଭଳି ସ୍ଥିତିରେ ଠିକ୍‌ ନିବେଶ କରିବା ଏବେ ଚ୍ୟାଲେଞ୍ଜିଂ ହୋଇଛି ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି କର୍ତ୍ତୃପକ୍ଷ(ଆଇଇପିଏଫଏ)ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀନିବାସ କହିଛନ୍ତି ଯେ, ନିବେଶ ପଦ୍ଧତିରେ ବହୁ ନିୟାମକ, ମଧ୍ୟସ୍ଥି ଏବଂ ବ୍ୟବସ୍ଥାପକ ସଂସ୍ଥାଗୁଡିକ ସଂଶ୍ଳିଷ୍ଟ। ଏହାକୁ ଧ୍ୟାନରେ ରଖି ନିବେଶକ ଶିକ୍ଷା ଏବଂ ସଚେତନତା ବୃଦ୍ଧି କରିବାକୁ ହେବ। ଏଥି ଲାଗି ଏକ ନେଟଓ୍ବର୍କ ସହ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାରକୁ ବିଚାରକୁ ନିଆଯିବା ସହ ଉକ୍ତ କ୍ଷେତ୍ରରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ଶ୍ରୀନିବାସ ମତ ରଖିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭଲ ସମ୍ପର୍କ ରହିଲେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ଗ୍ରାମୀଣ ଅର୍ଥନୀତି ବିକାଶ ଦିଗରେ ନିବେଶକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିବେଶକ ନୀତି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆଇଇପିଏଫଏର ଏଭଳି ପଦକ୍ଷେପ ବିଶେଷ ସହାୟକ ହେବ। କାର୍ଯ୍ୟକ୍ରମରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନୋଜ ପାଣ୍ଡେ, ଆଇଇପିଏଫଏ ସଦସ୍ୟ ରାଜୀବ ଶେଖର ସାହୁ, ଆଇସିଏଆଇ ସଭାପତି ପ୍ରଫୁଲ ପି.ଛୋଜେଦ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri