ଠିକାଦାରି ପ୍ରୀତିରେ ଚାଲିଛି ଏକାମ୍ର କ୍ଷେତ୍ର ବିକାଶ

ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟନର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ବିଭିନ୍ନ ଅଧିକାରୀ ଏକ ପ୍ରହସନରେ ପରିଣତ କରିଛନ୍ତି। ସରକାରୀ, ଘରୋଇ ଓ ଦେବୋତ୍ତର ଜମିରୁ ଉଚ୍ଛେଦ ପରେ ସରକାରୀ ତହବିଲକୁ ଜମି ଆସିଛି। ସେଠାରେ ରାତି ଅଧିଆ ଲାଇଟ ଲଗାଇ ଠିକାଦାରି ପ୍ରୀତିରେ କାର୍ଯ୍ୟ କରାଯିବା ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ପୂର୍ବରୁ ଏଭଳି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଅବୈଧ ଭାବେ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀ ବିଶ୍ରାମ ସ୍ଥଳ ନିର୍ମାଣ ଓ ପରବର୍ତ୍ତୀ ସମୟରେ ଉଚ୍ଛେଦ ଯୋଗୁ ପର୍ଯ୍ୟଟନ ବିଭାଗ ସମେତ ବିଭିନ୍ନ ଅଧିକାରୀ ଅପନିନ୍ଦା ମୁଣ୍ଡାଇଥିଲେ। ମାତ୍ର ମାସେ ଅନ୍ତରରେ ସ୍ଥିତି ପୁଣି ସେହିଭଳି ଉପୁଜିଛି। ତୃଷ୍ଟୀକରଣ ଓ ଠିକାଦାରୀ ପ୍ରୀତିରେ ପୂର୍ତ୍ତ ବିଭାଗ ଆଢୁଆଳରେ ରହି ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକଶନ କର୍ପୋରେଶନ ଭଳି ସଂସ୍ଥାକୁ ଆଳ କରି ସମସ୍ତ ନୀତି ନିୟମକୁ ଅଣଦେଖା କରିବାର ଅଭିଯୋଗ ହେଉଛି।
ପ୍ରକଳ୍ପ ଫଳକ ଲଗାଯାଉନି
ଶହ ଶହ କୋଟିର ବ୍ୟୟ ବରାଦ କରାଯାଇ ଏକାମ୍ର କ୍ଷେତ୍ରର ବିକାଶ ଯୋଜନା ଆରମ୍ଭ ନ ହେଉଣୁ ସରକାରୀ କର୍ମଚାରୀଙ୍କ କଳା କାରନାମା ପଦାରେ ପଡ଼ିଲାଣି। ଟାଇଲ ବିଛାଇବା ନାମରେ କୋଟି କୋଟି ଟଙ୍କାର ଠିକାଦାରି କୌଣସି ଟେଣ୍ଡର ପ୍ରକ୍ରିୟା ନ କରି ଦିଆଯାଇଛି। ୫ ଲକ୍ଷ ଟଙ୍କା ଲେଖାଏ ଭାଗ ଭାଗ କରି ନିର୍ଦ୍ଦିଷ୍ଟ ହାତଗଣତି ପରିଚିତ ଠିକାଦାରଙ୍କୁ କେଉଁ ସ୍ବାର୍ଥରେ କାର୍ଯ୍ୟ ଦିଆଯାଉଛି ଏହା ଏକାମ୍ରବାସୀଙ୍କୁ ବ୍ୟଥିତ କରିଛି। ନିର୍ମାଣସ୍ଥଳରେ ଫଳକ ମାଧ୍ୟମରେ କେଉଁ ବିଭାଗର କାର୍ଯ୍ୟ, ଠିକାଦାରଙ୍କ ନାମ, ବ୍ୟୟ ଅଟକଳ, ଆଦିର ନଁା ଗନ୍ଧ ରହୁନାହିଁ। ଏକାମ୍ରବାସୀଙ୍କୁ ବିଶ୍ୱାସକୁ ନ ନେଇ ରାତିଅଧିଆ ତରବରିଆ ଭାବେ ଲାଇଟ ଲଗାଇ ନିମ୍ନମାନର କାର୍ଯ୍ୟ ଯେନତେନ ପ୍ରକାର ସାରି ଦେଇ ବିଲ୍‌ କରାଇବା ଷଡଯନ୍ତ୍ରରେ ଯନ୍ତ୍ରୀ ଓ ଠିକାଦାର ମସଗୁଲ। ଏସବୁ କାର୍ଯ୍ୟରେ ୫ ଲକ୍ଷ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପ୍ରାଥମିକତା ଭିତ୍ତିରେ ଡ଼ିଗ୍ରୀ ଓ ଡ଼ିପ୍ଲୋମାଧାରୀ ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଗଣତିକୁ ନ ନେଇ ବିଭିନ୍ନ ରାଜନୈତିକ କର୍ମୀ, ପ୍ରିୟା ପ୍ରୀତି ତୋଷଣରେ ପରିଚିତ ଲୋକଙ୍କୁ ଏକକାଳୀନ ବିଭିନ୍ନ ସ୍ଥାନରେ ୮ରୁ ୧୦ଟି ଲେଖାଏ ଠିକାଦାରି ଦିଆଯାଉଛି।

ତୁଷ୍ଟୀକରଣରେ ବ୍ୟସ୍ତ ଯନ୍ତ୍ରୀ
ଏପରି ବେନିୟମ କାର୍ଯ୍ୟାଦେଶ ବାଣ୍ଟିବା ଏବଂ ପ୍ରକଳ୍ପଟିକୁ ଟେଣ୍ଡର ମାଧ୍ୟମରେ କରାଯାଉ ନ ଥିବା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ବି. ଜଗବନ୍ଧୁ ରାଓଙ୍କୁ ପଚାରିବାରୁ ବିଭିନ୍ନ ବିଭାଗରେ ଏପରି ଜଣେ ଜଣେ ଠିକାଦାରଙ୍କୁ ୩୦ରୁ ଅଧିକ କାର୍ଯ୍ୟ ଦିଆଯାଉଛି। ଏଣୁ କୌଣସି ଅନିୟମିତତା ଆମ ନଜରକୁ ଆସିନାହିଁ। ଫଳକ ମାରିବା ନେଇ ବ୍ୟବସ୍ଥା ଥିଲେ ମଧ୍ୟ ଲିଙ୍ଗରାଜ କ୍ଷେତ୍ରରେ ଉଚ୍ଛେଦ ଓ ନିର୍ମାଣ ତଥା ଟାଇଲ ବିଛେଇବା କାମ ଚାଲୁଥିବାରୁ ଏହା ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। ନିର୍ମାଣ ଦାୟିତ୍ୱରେ ଥିଲେ ମଧ୍ୟ ମିଳିତ ଭାବେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଏହି ପ୍ରକଳ୍ପରେ ସହଭାଗିତା ଓ ଦାୟିତ୍ୱ ରହିଛନ୍ତି। ଏଣୁ ସେମାନଙ୍କୁ ଏସବୁ ବିଷୟରେ ନ ପଚାରି ସବୁ ଉତ୍ତରଦାୟିତ୍ୱ ପୂର୍ତ୍ତ ବିଭାଗ ଉପରେ ଲଦିବା ଅନ୍ୟାୟ ବୋଲି କହିଥିଲେ। ଏ ସମ୍ପର୍କରେ ନିଖିଳ ଓଡ଼ିଶା ଠିକାଦାରି ସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ଛତ୍ର ଛାୟାରେ ଓ ଜନପ୍ରତିନିଧିଙ୍କୁ ସନ୍ତୁଷ୍ଟ କରି ପାରୁଥିବା ଲୋକେ ହିଁ ଠିକାଦାରି କରି ପାରୁଛନ୍ତି। ରାଜ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଛୋଟ ମୋଟ ଠିକାଦାରଙ୍କ ଅବସ୍ଥା ଏପରି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ଯୋଗୁ ଦୟନୀୟ ହୋଇଥିବା କ୍ଷୋଭର ସହ ଜଣାଇଥିଲେ। ଭାଗ ଭାଗ କରି କାର୍ଯ୍ୟାଦେଶ ଦେବାକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri