ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ ଘରକୁ ଯାଇଥିଲେ। ସେଠାରେ ରାତ୍ରଭୋଜନ ସାରି ପ୍ରାୟ ୧୦ଟାରେ ଘରକୁ ଫେରିଥିଲେ। ଗ୍ରୀଲ୍‌ ଖୋଲି ଘରେ ପଶିବା ପରେ ଆଲ୍‌ମିରା ଖୋଲାଥିବା ଦେଖିବାକୁ ପାଇଥିଲେ। ସେଥିରେ ଥିବା ଜିନିଷପତ୍ର ଫିଙ୍ଗାଫୋପଡା ହୋଇଥିବାବେଳେ ଆଲମିରାରେ ଥିବା ୩ଲକ୍ଷ ଟଙ୍କା ଓ ୧୫ଭରି ସୁନାଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଠିକାଦାରଙ୍କ ଶାଳକ ପୋଲିସରେ କାମ କରୁଥିବାବେଳେ ତାଙ୍କୁ ଖବର ଦେବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଥିବା ବିଏନ୍‌ପୁର ଥାନା ଅଧିକାରୀ ସାରଦା ପ୍ରସାଦ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିବେଳେ ଚଢାଉ କଲା ପୋଲିସ: ୩ ବାଇକ୍‌ ସହ ଖାଦ୍ୟ ଜବତ, ନିରାଶ୍ରୟଙ୍କୁ ବଣ୍ଟାଗଲା

ଆସିକା,୩ା୪(ଡି.ଏନ୍‌.ଏ.)- ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ ଭୋଜି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ମାଂସ ତରକାରୀ ସହ ବିଭିନ୍ନ...

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ...

ତହସିଲ କାର୍ଯ୍ୟାଳୟ ନିକଟରେ ଅଟକି ରହିଛି ଶତାଧିକ ଗାଡ଼ି, ଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି କି ନାହିଁ ସନ୍ଦେହ

ଗଞ୍ଜାମ,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି...

୧୫ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ୧୫ ବର୍ଷରେ ପଦାର୍ପଣ କରିଛି। ଭୁବନେଶ୍ୱରରେ ଜନ୍ମ ନେଇଥିବା ଏହି ପ୍ରତିଷ୍ଠାନ ପୂର୍ବ ଭାରତରେ...

ଇଏମ୍‌ସିଏଲ୍‌+ ସ୍କଲାରଶିପ୍‌ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା

ଭୁବନେଶ୍ୱର,୨୬।୫(ବ୍ୟୁରୋ)-  ୟୁନିଭର୍ସିଟି ଅଫ୍‌ ଗ୍ରନିଙ୍ଗ୍‌ଜେନ୍‌ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍‌ ମାଷ୍ଟର୍ସ ଇନ୍‌ କ୍ଲିନିକାଲ୍‌ ଲିଙ୍ଗୁଇଷ୍ଟିକ୍‌(ଇଏମ୍‌ସିଏଲ୍‌+) ପ୍ରୋଗ୍ରାମ ସ୍କଲାରଶିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା...

ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡ଼ବଡ଼ୁଆ ଡାକ

ପୁରୀ ଅଫିସ,୨୫।୧୦: ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି।...

ବିବାଦରୁ ରାସ୍ତାରେ ବାଉଁଶ ବାଡ଼

ଗୋପ,୧୧।୭(ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତର ୬ ନମ୍ବର ଓ୍ବାର୍ଡରେ ଦୀର୍ଘଦିନ ଧରି ଯାଆଆସ କରୁଥିବା ଭୁରୁଭୁରା ଦଳିତ ସାହି ଗ୍ରାମରେ ୪ ଜଣ...

‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ...

Advertisement
Archives

Model This Week