ଟ୍ରେନ୍‌ରେ ଟେଣ୍ଟ ତିଆରି କଲେ ଅକ୍ଷୟଙ୍କ ଲଳନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘ହାଉସ୍‌ଫୁଲ-୪’ ଦୀପାବଳି ଅବସରରେ ଅକ୍ଟୋବର ୨୫ରେ ପରଦାକୁ ଆସିବ। ଆଉ ଏଥିପାଇଁ ଫିଲ୍ମର ପ୍ରୋମୋଶନରେ ଜୋରସୋରରେ ଲାଗିପଡ଼ିଛନ୍ତି କଳାକାରମାନେ। ତେବେ ବ୍ୟସ୍ତତା ମଧ୍ୟରେ ବି ଷ୍ଟାରକାଷ୍ଟଙ୍କ ମସ୍ତି ଓ ଅକ୍ଷୟ କୁମାରଙ୍କ ଝିଅର ଏକ ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଭିଡିଓରେ ଫିଲ୍ମର ଷ୍ଟାରକାଷ୍ଟମାନେ ମଜାମସ୍ତି କରୁଥିବା ବେଳେ ଅନ୍ୟଟିରେ ଅକ୍ଷୟଙ୍କ ଲଳନା ନୀତାରା ଟ୍ରେନ୍‌ରେ ଟେଣ୍ଟ ତିଆରି କରୁଥିବା ଦେଖିବାକୁ ମିଳିଛି। କଥା ହେଉଛି ଗୁରୁବାର ହାଉସ୍‌ଫୁଲ-୪ର କଳାକାରଙ୍କୁ ନେଇ ଯାଉଥିବା ଏକ୍ସପ୍ରେସ ଟ୍ରେନ୍‌ଟି ଫିଲ୍ମର ପ୍ରମୋଶନ ପାଇଁ ମୁମ୍ବାଇରୁ ଆସି ଦିଲ୍ଲୀରେ ପହଞ୍ଚିଥିଲା। ଏହି ସ୍ବତନ୍ତ୍ର ଯାତ୍ରା ଅବସରରେ ଅଭିନେତା ଅକ୍ଷୟଙ୍କ ସହ ଫିଲ୍ମର ପୁରା କାଷ୍ଟ, କ୍ର୍ୟୁ, ମିଡିଆ ଓ ଝିଅ ନୀତାରା ବି ସାଙ୍ଗରେ ଥିଲେ। ତେବେ ୧୭ଘଣ୍ଟାର ଏହି ଯାତ୍ରାରେ କାଳେ ଝିଅ ବୋର ହୋଇଯିବ ଏବଂ କିପରି ତାର ମନୋରଞ୍ଜନ କରାଯିବ ସେନେଇ ଚିନ୍ତିତ ଥିଲେ ବାପା ଅକ୍ଷୟ। ହେଲେ ନୀତାରା ଟ୍ରେନ୍‌ ଭିତରେ ମନକୁ ମନ ନିଜର ମନୋରଞ୍ଜନ କରିଥିଲେ। ପ୍ରଥମେ ସେ ଏକ ଟେଣ୍ଟ କରି ଗଦି ଉପରେ ଡିଅଁ।ଡେଇଁ କରି ଖେଳିବାକୁ ଲାଗିଥିଲେ। ଏହା ଏକ ମଜାଳିଆ ମୂହୁର୍ତ୍ତ ଥିବା ବେଳେ ଏହାକୁ ନିଜ କ୍ୟାମେରାରେ ତୋଳି ନେଇଥିଲେ ଅକ୍ଷୟ। ଅନ୍ୟପଟେ ଆଉ ଏକ ଭିଡିଓରେ ଅକ୍ଷୟ ଓ ତାଙ୍କ ସହ-କଳାକାର ଫିଲ୍ମର ଏକ ଗୀତ ‘ବାଲା’ର ତାଳେ ତାଳେ ଝୁମିଥିବା ନଜର ଆସିଛନ୍ତି। ଏହି ୨ଟି ଭିଡିଓକୁ ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି...

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା...

ଜନ୍ମଦିନ ପୂର୍ବରୁ ନିଜପାଇଁ ସ୍ୱତନ୍ତ୍ର ଉପହାର କିଣିଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ର ବେଶ୍ ଲୋକପ୍ରିୟ ଅଭିନେତା ତଥା ବଲିଉଡ୍ ଗାୟିକା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିଂମାଶ କୋହଲି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ...

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ...

ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁନ୍‌ ୨୬ରେ ଥିଲା। ପ୍ରେମିକା ମଲାଇକା ଆରୋରା ସ୍ପେଶାଲ ଡେ’ରେ ତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି।...

ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ...

ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…

ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ...

କିନ୍ନର ଲୁକ୍‌ରେ ମିଲିନ୍ଦ: ଚମକାଇଲା ‘ପୌରାଶପୁର’ର ଟିଜର୍‌

ବମ୍ବେ: ରିଲିଜ ହୋଇଛି ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘ପୌରାଶପୁର’ର ଟିଜର। ଏଥିରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କିନ୍ନର ଭୂମିକାରେ ନଜର ଆସିଛନ୍ତି।...

Advertisement
Archives

Model This Week